SCB: ଏସ୍‌ସିବି ଆର୍ଥିକ କେଳେଙ୍କାରୀ: ମାସକୁ ୨ ହଜାର ବିଲ୍‌ରୁ ମାତ୍ର ୫ ଯାଞ୍ଚ

Sep 17, 2026 - 03:06
SCB: ଏସ୍‌ସିବି ଆର୍ଥିକ କେଳେଙ୍କାରୀ: ମାସକୁ ୨ ହଜାର ବିଲ୍‌ରୁ ମାତ୍ର ୫ ଯାଞ୍ଚ

"କଟକ: ଏସ୍‌ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର୍ ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର୍ (ଡିଇଓ) ଦୀନେଶ ରାଉତ ଗିରଫ ପରେ ପୁଲିସ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି।

ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅସ୍ଥିଶଲ୍ୟ ବିଭାଗର ଜଣେ ଡାକ୍ତର ଡିଡିଓ (ଡ୍ରଇଂ ଏଣ୍ଡ ଡିସ୍‌ବର୍ସିଂ ଅଫିସର) ଦାୟିତ୍ବରେ ଥିଲେ।

ସେ ପ୍ରତି ମାସରେ ବିଲ୍‌ଗୁଡ଼ିକ ପୃଥକ ଭାବେ ଯାଞ୍ଚ କରୁନଥିଲେ।

ମାସକୁ ୨ ହଜାର ବିଲ୍ ହେଉଥିବାରୁ ଏହାକୁ ଯାଞ୍ଚ କଲେ ପାଖାପାଖି ୫ ଦିନ ସମୟ ଲାଗିଯିବ।

ତେଣୁ ଚାରିରୁ ୫ଟି ବିଲ୍ ସେ ଯାଞ୍ଚ କରି ଅବଶିଷ୍ଟ ଦୀନେଶ ଭରସାରେ ଅନୁମୋଦନ କରୁଥିବା ନେଇ ମଙ୍ଗଳାବାଗ ଥାନା ପୁଲିସ ତାଙ୍କୁ ଜେରା ସମୟରେ ଜାଣିବାକୁ ପାଇଛି।Advertisment Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍‌ ବୋରା ଡିଡିଓ ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଜେରା ୨୦୧୨ରୁ ଅସ୍ଥିଶଲ୍ୟ ବିଭାଗରେ ଡାକ୍ତର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଡିଡିଓ ଦାୟିତ୍ବରେ ଥିବା ବେଳେ ସେ ଗଲା ୨୦୧୬ରୁ ୨୦୨୬ ଜୁଲାଇ ଯାଏଁ ଡିଡିଓ ଦାୟିତ୍ବରେ ଥିଲେ।

ଜୁଲାଇ ୩୧ରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ ଅନ୍ୟ ଜଣେ ଡାକ୍ତରଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରାଯାଇଛି।

ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗେଜେଟେଡ, ଅଣ ଗେଜେଟେଡ ଓ ସୁଇପରଙ୍କୁ ମିଶାଇ ୨ ହଜାର କର୍ମଚାରୀଙ୍କ ୨ ହଜାର ବିଲ୍ ପ୍ରସ୍ତୁତ ହେଉଥିଲା।

ଆକାଉଣ୍ଟ ସେକ୍ସନରେ ଦୀନେଶ ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲରେ ସମସ୍ତ କର୍ମଚାରୀଙ୍କ ବିଲ୍ ଏଣ୍ଟ୍ରି କରିବା ପରେ ଏହା ଡିଡିଓଙ୍କ ଅନୁମୋଦନ ମିଳିବା ପରେ ଟ୍ରେଜେରିକୁ ଯାଉଥିଲା।

କିନ୍ତୁ ଡିଡିଓ ସମସ୍ତ ବିଲ୍ ଯାଞ୍ଚ କରୁନଥିଲେ।

ଦୀନେଶ ଉପରେ ଅତ୍ୟଧିକ ଭରସା ଯୋଗୁ ଦୀନେଶ ମାସକୁ ଗୋଟିଏ ଲେଖାଏଁ କରି ଗଲା ୧୦ ବର୍ଷ ଭିତରେ ୨୦୭ଟି ବିଲ୍‌ରେ କର୍ମଚାରୀଙ୍କ ଟିଏ, ଡିଏ, ବର୍ଦ୍ଧିତ ଦରମା ବାବଦ ଏରିୟର, ଷ୍ଟଡି ଟୁର୍, ପ୍ରସୂତିକାଳୀନ ଛୁଟି, ବେଆଇନ ଭାବେ ଛୁଟି ନେବା ବାବଦ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନସଫର୍ କରିଦେଉଥିବା ଜଣାପଡ଼ିଛି।

Belagavi: ବେଲଗଭିରେ ଗ୍ରାମ ପଞ୍ଚାୟତ ପରିସରରେ ବାପ-ଝିଅଙ୍କୁ ହତ୍ୟା ଏସ୍‌ସିବିରେ ଥିବା ଏସ୍‌ବିଆଇ ଶାଖାରେ ଦୀନେଶର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ଯେଉଁ ତଥ୍ୟ ମାଗିଥିଲା, ଏହି ତଥ୍ୟରେ ଆର୍ଥିକ କାରବାର ସ୍ପଷ୍ଟ ହୋଇଛି।

ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଦୀନେଶ  ଜଣେ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳାଇ ନିଜର ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦେଉଥିଲା।

ଏ ନେଇ ତଥ୍ୟ ରଖିବାକୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ବେଳେ ଏ ସଂକ୍ରାନ୍ତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଙ୍ଗଳାବାଗ ଥାନା ପୁଲିସକୁ ଏଯାଏଁ ଦିଆଯାଇ ନାହିଁ।

ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଏକ ଅଡିଟ୍ ଟିମ୍ ମଧ୍ୟ ୧୦ ବର୍ଷର ଆର୍ଥିକ ଅଡିଟ୍ କରୁଛି।

ଏ ଅଡିଟ୍‌ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ନିକଟରେ ଖୁବ୍‌ଶୀଘ୍ର ଦାଖଲ କରାଯିବ।

ଏହି କେଳେଙ୍କାରୀରେ ଡିଡିଓଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କୁହାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)