Gun: ବନ୍ଧୁକ ଦେଖାଇ ଭିଡିଓ କରିବା ମହଙ୍ଗା ପଡ଼ିଲା: ମୌର୍ଯ୍ୟମଣିଙ୍କୁ ଯାଆଁଳାରୁ ଉଠାଇନେଲା ପୁଲିସ, ୨ ବନ୍ଧୁକ ଜବତ

Sep 17, 2026 - 03:06
Gun: ବନ୍ଧୁକ ଦେଖାଇ ଭିଡିଓ କରିବା ମହଙ୍ଗା ପଡ଼ିଲା: ମୌର୍ଯ୍ୟମଣିଙ୍କୁ ଯାଆଁଳାରୁ ଉଠାଇନେଲା ପୁଲିସ, ୨ ବନ୍ଧୁକ ଜବତ

"ନୟାଗଡ଼: ସୋସିଆଲ୍‌ମିଡିଆରେ ସର୍ବଦା ସକ୍ରିୟ ରହି ବିଭିନ୍ନ ବ୍ୟକ୍ତିଙ୍କୁ କଡ଼ା ସମାଲୋଚନା କରୁଥିବା ମୌର୍ଯ୍ୟମଣି ଜୈତ୍ରଦେବ ଜେନାଙ୍କୁ ପୁଲିସ ଗିରଫ କରିଛି।

ହାତରେ ବନ୍ଧୁକ ଧରି ତାଙ୍କ ଫେସବୁକ୍ ପୋଷ୍ଟରେ ଖରାପ କମେଣ୍ଟ ଦେଉଥିବା ବ୍ୟକ୍ତିମାନଙ୍କୁ ସେ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଉଥିଲେ।

ଏହାକୁ ନୟାଗଡ଼ ଟାଉନ ଥାନା ପୁଲିସ ଗୁରୁତ୍ବର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା।

ନୟାଗଡ଼ ଟାଉନ ଥାନା ଇନ୍‌ସପେକ୍ଟର ରଶ୍ମିରଞ୍ଜନ ପ୍ରଧାନଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅତିରିକ୍ତ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ଏହାର ତଦନ୍ତ କରୁଛନ୍ତି।

ଏସ୍‌ଡିପିଓ ସୃଷ୍ଟି ପ୍ରଧାନଙ୍କ ନେତୃତ୍ବରେ ଟାଉନ ଥାନା ଇନ୍‌ସପେକ୍ଟର ରଶ୍ମିରଞ୍ଜନ ପ୍ରଧାନ, ଦଶପଲ୍ଲା ଥାନା ଇନ୍‌ସପେକ୍ଟର ବିନୟ ରଞ୍ଜନ ପରିଡ଼ାଙ୍କ ସମେତ ଗଣିଆ ଓ ରଣପୁର ଥାନା ପୁଲିସ କମିସନରେଟ୍ ପୁଲିସ ଅଧୀନ ଯାଆଁଳାରେ ଚଢ଼ଉ କରି ମୌର୍ଯ୍ୟମଣିଙ୍କୁ ଗିରଫ କରିଛି।

ଫେସବୁକ ଭିଡିଓରେ ସେ ଦେଖାଉଥିବା ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ ପିସ୍ତଲ ପୁଲିସ ଜବତ କରିଛି।

ଏହି ଦୁଇଟି ବନ୍ଧୁକ ଅସଲି କି ନକଲି ସେ ସଂପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

Advertisment Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା  ସୂଚନା ମୁତାବକ ନୟାଗଡ଼ ହାଉସିଂବୋର୍ଡ ନିବାସୀ ଶିକ୍ଷକ ବିଭୂତି ଭୂଷଣ ଜେନାଙ୍କ ପୁଅ ମୌର୍ଯ୍ୟମଣି ସୋସିଆଲ୍‌ ମିଡିଆରେ ନୟାଗଡ଼ର କିଛି ଚର୍ଚ୍ଚିତ ବ୍ୟକ୍ତିଙ୍କ ଚରିତ୍ର ସଂହାର କରୁଥିଲେ।

ଉକ୍ତ ବ୍ୟକ୍ତିମାନଙ୍କ ସମର୍ଥକମାନେ ମଧ୍ୟ ପ୍ରତିଜବାବରେ ମୌର୍ଯ୍ୟମଣିଙ୍କୁ କଟୁ ଭାଷାରେ ସମାଲୋଚନା କରିବା ସହ ସୋସିଆଲ୍‌ ମିଡିଆରେ ତାଙ୍କ ବିରୋଧରେ ଖରାପ ମନ୍ତବ୍ୟ ରଖୁଥିଲେ।

ଏଥିରେ ପ୍ରତିକ୍ରିୟାଶୀଳ ହୋଇ ମୌର୍ଯ୍ୟମଣି ବିଭିନ୍ନ ଆପତ୍ତିଜନକ ଭିଡିଓ ଜାରି କରି ସେମାନଙ୍କୁ ଗାଳିଗୁଲଜ କରୁଥିଲେ।

ମାତ୍ର ଗତକାଲି ସନ୍ଧ୍ୟାରେ ସେ ସବୁ ସୀମା ଟପି ଯାଇଥିଲେ।

ଏକାଦିକ୍ରମେ ଦୁଇଟି ବନ୍ଧୁକ ଦେଖାଇ ସେ ତାଙ୍କ ସମାଲୋଚକମାନଙ୍କୁ ଧମକାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ।

ଏହି ଭିଡିଓ ନୟାଗଡ଼ ଏସ୍‌ଡିପିଓ ସୃଷ୍ଟି ପ୍ରଧାନଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମୌର୍ଯ୍ୟମଣିଙ୍କ ଠିକଣା ଖୋଜାଯିବା ସହ ତାଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ  କରାଯାଇଥିଲା।

ସେଥିରେ ଜିଲ୍ଲାର ବଛାବଛା ଅଫିସରଙ୍କୁ ରଖାଯାଇଥିଲା।

ଶେଷରେ ପୁଲିସ ଟିମ୍ ଭୁବନେଶ୍ବର ଉପକଣ୍ଠ ଯାଆଁଳ ଅଞ୍ଚଳରେ ଭଡ଼ାଘର ନେଇ ରହୁଥିବା ମୌର୍ଯ୍ୟମଣିଙ୍କୁ ଉଠାଇ ଆଣିଥିଲା।

କେବଳ ସେତିକି ନୁହେଁ, ହାଉସିଂବୋର୍ଡସ୍ଥିତ ତାଙ୍କ ଘରେ ମଧ୍ୟ ପୁଲିସ ଚଢ଼ଉ କରିଥିଲା।

ଏହି ବନ୍ଧୁକଗୁଡ଼ିକୁ ସେ କେଉଁଠାରୁ ଆଣିଲେ, କେଉଁଠି ବ୍ୟବହାର କରନ୍ତି ଓ ତାଙ୍କର ସହଯୋଗୀମାନେ କିଏ, ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

Belagavi: ବେଲଗଭିରେ ଗ୍ରାମ ପଞ୍ଚାୟତ ପରିସରରେ ବାପ-ଝିଅଙ୍କୁ ହତ୍ୟା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)