SC Blasts Vijay Govt In Deepathoon Order: ସୁପ୍ରିମକୋର୍ଟଙ୍କ କଥା ମାନିଲେନି ବିଜୟ ସରକାର, CRPF ମୁତୟନ କରିବାକୁ କହିଲେ...
ଦୀପ ଜାଳିବାକୁ ନେଇ ତାମିଲନାଡୁରେ ବଢ଼ିଲା ବିବାଦ।
ରାଜ୍ୟ ସରକାର ଓ ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା।
ଥିରୁପରଙ୍କୁନ୍ଦ୍ରମର ଦୀପଥୁନ୍ରେ କାର୍ତ୍ତିଗାଇ ଦୀପମ୍ ଜାଳିବାକୁ ଶନିବାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
Advertisment ନଭେମ୍ବର ୨୫ରେ ଉଚ୍ଚିପିଲ୍ଲାୟାର ମଣ୍ଡପରେ ଜଳାଯାଇଥିବା ଦୀପର ଶିଖାରୁ ଦୀପଥୁନ୍ରେ ଦୀପ ଜାଳିବାକୁ କୋର୍ଟ କହିଛନ୍ତି।
ଏଥିସହ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ନକରିବା ଘଟଣାରେ ତାମିଲନାଡୁର ଅଧିକାରୀମାନଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି।
ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶକୁ ନିଜ ଇଚ୍ଛାରେ ବଦଳାଇବା କିମ୍ବା ତାହା ଉପରେ ଆଲୋଚନା କରି ପାଳନ ନକରିବା ଗ୍ରହଣୀୟ ନୁହେଁ।
ଏହା ସାମ୍ବିଧାନିକ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୋର୍ଟ କଡ଼ା ଚେତାବନୀ ଦେଇଛନ୍ତି।
Advertisment ଏପରିକି ମଦୁରାଇ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ଥିବା ନେଇ ମଧ୍ୟ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି।
ଅଧିକାରୀମାନେ ରାଜନୈତିକ ନେତାଙ୍କ ନିର୍ଦ୍ଦେଶରେ କାମ କରିଥିବା ଭଳି ମନେ ହେଉଛି ବୋଲି ଅଦାଲତ ମତ ଦେଇଛନ୍ତି।
ସେପଟେ ଦୀପଥୁନ୍ରେ ଦର୍ଗାଠାରୁ ଅତି କମ୍ରେ ୫୦ ମିଟର ଦୂରରେ ରହି ଭକ୍ତମାନେ ଦୀପ ଜାଳିପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।
ଦର୍ଗାର ସୁରକ୍ଷା ପାଇଁ CRPF ଆବଶ୍ୟକ ପଦକ୍ଷେପ ନେବ।
ଏବେ ଶନିବାର ଦୀପ ଜଳିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
