Savita Punia: ‘ଟାଇମ୍‌୧୦୦ ନେକ୍ସଟ: ଇଣ୍ଡିଆ’ ତାଲିକାରେ ସବିତା

Nov 19, 2026 - 16:13
Savita Punia: ‘ଟାଇମ୍‌୧୦୦ ନେକ୍ସଟ: ଇଣ୍ଡିଆ’ ତାଲିକାରେ ସବିତା

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ତାରକା ଗୋଲି ସବିତା ପୁନିଆ ପ୍ରତିଷ୍ଠିତ ଟାଇମ୍‌ ପତ୍ରିକା ପକ୍ଷରୁ ପ୍ରଥମ ଥର ଆରମ୍ଭ ହୋଇଥିବା 'ଟାଇମ୍‌୧୦୦ ନେକ୍ସଟ: ଇଣ୍ଡିଆ' ତାଲିକାରେ ସ୍ଥାନ ପାଇଛନ୍ତି।

ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି।

'ଲିଡର୍ସ' ବର୍ଗରେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜୟିନୀ ସବିତା ସ୍ଥାନ ପାଇ ଭାରତୀୟ ହକି ପାଇଁ ଗୌରବ ଆଣିଛନ୍ତି।

Advertisment ଭାରତ ପକ୍ଷରୁ ମହିଳା ହକି ଖେଳାଳି ଭାବେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ସବିତାଙ୍କ ସହ ଏହି ତାଲିକାରେ ଦିଲଜିତ୍ ଦୋସାଞ୍ଜ, ଆଲିଆ ଭଟ୍ଟ, ଭିକି କୌଶଲ, ହରମନପ୍ରୀତ କୌର, ଲଭ୍‌ଲୀନା ବଡ଼ଗୋହାଇଁ, ବୈଭବ ସୂର୍ଯ୍ୟବଂଶୀ, ମୀରାବାଇ ଚାନୁ, ଡି.

ଗୁକେଶ ଓ ସାନିଆ ମିର୍ଜା ମଧ୍ୟ ରହିଛନ୍ତି।

'ଟାଇମ୍‌୧୦୦ ନେକ୍ସଟ: ଇଣ୍ଡିଆ'ରେ ସ୍ଥାନ ପାଇଥିବାରୁ ସବିତାଙ୍କୁ ଆସନ୍ତା ମାସ ୧୨ ତାରିଖରେ ମୁମ୍ବାଇସ୍ଥିତ 'ଜିଓ ୱାଲ୍ଡ'ରେ ହେବାକୁ ଥିବା 'ଟାଇମ୍ସ୧୦୦ ନେକ୍ସଟ୍‌' ଗାଲା କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ ମିଳିଛି।

ଏହି ସଫଳତା ଲାଗି ସବିତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଓ ସମ୍ପାଦକ ଭୋଳାନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି।

Judgement: ହକି ଇଣ୍ଡିଆ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଖାରଜ, ରହିତାଦେଶ ବଳବତ୍ତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)