Save Democracy Campaign: ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ: ବିଜେପି

Oct 31, 2026 - 21:56
Save Democracy Campaign: ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ: ବିଜେପି

ନବରଙ୍ଗପୁର (ସୁରେଶ ପୂଜାରୀ): ଜିଲ୍ଲା ବିଜେପି ପକ୍ଷରୁ ' ଗଣତନ୍ତ୍ର ବଞ୍ଚାଅ , ଅରାଜକତା ହଟାଅ' ଅଭିଯାନ ଅନ୍ତର୍ଗତ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଏଥିରେ ବିଜେପିର ରାଜ୍ୟ ପ୍ରଭାରୀ ଡି.

ପୁରନ୍ଦେଶ୍ୱରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀ ଶଙ୍କର ମାଝୀ, ବିଧାୟକ ନରସିଂହ ଭତରା ଉପସ୍ଥିତ ଥିଲେ।

Advertisment ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା, ଜନସାଧାରଣଙ୍କ ଅଧିକାର ହିଁ ଭାରତୀୟ ଗଣତନ୍ତ୍ର ପାଇଁ ସର୍ବୋପରି ହୋଇଥିବା ବେଳେ ଗଣତନ୍ତ୍ର ଗୌରବ ରକ୍ଷା ପାଇଁ ବିଜେପି ସଦା ସର୍ବଦା ତତ୍ପର ଓ ସମ୍ପର୍ପିତ ବୋଲି ଡି.

ପୁରନ୍ଦେଶ୍ୱରୀ ମତ ପ୍ରକାଶ କରିଥିଲେ।

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପ୍‌ର ମହାରୢାଲି: କେଜ୍ରିୱାଲଙ୍କ 'ଗଣତନ୍ତ୍ର ବଞ୍ଚାଅ' ଡାକରା ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ଦେଶର ବିରୋଧୀ ଦଳ ସହ କିଛି ଅରାଜକ ତତ୍ୱ ପ୍ରୟାସ କରି SIR ପ୍ରକ୍ରିୟା ଓ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସମ୍ପର୍କରେ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ବୋଲି ପୁରନ୍ଦେଶ୍ୱରୀ ପ୍ରକାଶ କରିଥିଲେ।

ଦେଶବାସୀ ସେମାନଙ୍କ ଅପ ପ୍ରଚାର ଠାରୁ ନିଜକୁ ଦୁରେଇ ରଖି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଜନକଲ୍ୟାଣ କାରୀ ଯୋଜନାର ଲାଭ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ।

ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀ, ବିଜେପି ନେତା ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)