Saudi: ସାଉଦିରୁ ଆସୁଛି ଦ୍ବିତୀୟ ସର୍ବାଧିକ ତେଲ: ପ୍ରଥମ ସ୍ଥାନରେ ରୁଷ, ତୃତୀୟକୁ ଖସିଲା ୟୁଏଇ

Nov 19, 2026 - 18:10
Saudi: ସାଉଦିରୁ ଆସୁଛି ଦ୍ବିତୀୟ ସର୍ବାଧିକ ତେଲ: ପ୍ରଥମ ସ୍ଥାନରେ ରୁଷ, ତୃତୀୟକୁ ଖସିଲା ୟୁଏଇ

ନୂଆଦିଲ୍ଲୀ: ଭାରତକୁ ଅଶୋଧିତ ତୈଳ ଯୋଗାଣ କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍ସ ( ୟୁଏଇ )କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିଛି ସାଉଦି ଆରବ।

ଅକ୍ଟୋବର ମାସରେ ଭାରତକୁ ସାଉଦି ଆରବରୁ ତୈଳ ଆମଦାନି ବୃଦ୍ଧି ପାଇଥିବା ବେଳେ ୟୁଏଇରୁ ଆମଦାନି ହ୍ରାସ ପାଇଛି।

ତେବେ ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ଭାବେ ରୁଷ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି।

Advertisment ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ସାଉଦି ଆରବରୁ ଭାରତକୁ ଦୈନିକ ପ୍ରାୟ ୭.୯ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଆସିଛି।

ଏହା ଗତ ୮ ମାସ ମଧ୍ୟରେ ସର୍ବାଧିକ।

ଅନ୍ୟପକ୍ଷରେ ୟୁଏଇରୁ ଦୈନିକ ତୈଳ ଆମଦାନି ୬.୧୨ ଲକ୍ଷ ବ୍ୟାରେଲ୍‌କୁ ଖସିଛି।

ଏହା ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତର।

ଏହା ଫଳରେ ଭାରତର ତୈଳ ଯୋଗାଣକାରୀ ଦେଶ ତାଲିକାରେ ସାଉଦି ଆରବ ଦ୍ୱିତୀୟ ଓ ୟୁଏଇ ତୃତୀୟ ସ୍ଥାନକୁ ଖସିଛି।

ସାଉଦି ଆରବ ନିଜର ତୈଳ ଉତ୍ପାଦନ ବଢ଼ାଇବା ସହ ଲୋହିତ ସାଗର କୂଳରେ ଥିବା ଯାନବୁ ବନ୍ଦର ଦେଇ ରପ୍ତାନି ବଢ଼ାଇଛି।

ଏଥିସହ ଅଧିକ ଗ୍ରାହକ ଆକୃଷ୍ଟ କରିବା ପାଇଁ ଅଶୋଧିତ ତୈଳ ଉପରେ ରିହାତି ମଧ୍ୟ ଦେଇଛି।

ପରିବହନ ଖର୍ଚ୍ଚ ଅଧିକ ଥିବା ସତ୍ତ୍ୱେ ଏହି ରିହାତି ଯୋଗୁଁ ସାଉଦି ତୈଳ ଭାରତୀୟ ତୈଳ ବିଶୋଧନକାରୀ କମ୍ପାନିଙ୍କ ପାଇଁ ଆକର୍ଷଣୀୟ ହୋଇଛି।

ଆହୁରି ପଢନ୍ତୁ: Odisha's Date Palm Jaggery ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିକ୍ରି ହେଲା ୧୮ଲକ୍ଷ ଟଙ୍କାର ଓଡ଼ିଶାର 'ଖଜୁରୀ ଗୁଡ଼' ଅକ୍ଟୋବରରେ ରୁଷରୁ ଭାରତକୁ ଦୈନିକ ୧୮.୫ ଲକ୍ଷ ବ୍ୟାରେଲ୍ ତୈଳ ଆମଦାନି ହୋଇଛି।

ସେପ୍ଟେମ୍ବର ତୁଳନାରେ ଏହା ୩.୫ ପ୍ରତିଶତ ଅଧିକ।

ଭାରତର ମୋଟ ତୈଳ ଆମଦାନିର ପ୍ରାୟ ଏକ-ତୃତୀୟାଂଶ ରୁଷରୁ ଆସିଛି।

ଅନ୍ୟପକ୍ଷରେ ଅକ୍ଟୋବରରେ ଭାରତର ମୋଟ ଅଶୋଧିତ ତୈଳ ଆମଦାନି ଦୈନିକ ୫୫.୮ ଲକ୍ଷ ବ୍ୟାରେଲ୍‌ର ରେକର୍ଡ ସ୍ତରରେ ପହଞ୍ଚିଛି।

ସେପ୍ଟେମ୍ବର ତୁଳନାରେ ଏଥିରେ ୪.୭ ପ୍ରତିଶତ ଏବଂ ଗତବର୍ଷ ଅକ୍ଟୋବର ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି।

ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ପରିବହନ ବାଧାପ୍ରାପ୍ତ ହେବା ପରେ ଭାରତର ତୈଳ ଆମଦାନି ଉତ୍ସରେ ପରିବର୍ତ୍ତନ ଆସିଛି।

ଏହା ପରଠାରୁ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ଭାରତୀୟ ବଜାରରେ ନିଜର ଭାଗ ବଢ଼ାଇବା ପାଇଁ ପ୍ରତିଯୋଗିତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)