Satyanarayana Rajguru: ଆଜି ଜନ୍ମଦିନ: ସତ୍ୟନାରାୟଣ ରାଜଗୁରୁ

Aug 19, 2026 - 08:05
Satyanarayana Rajguru: ଆଜି ଜନ୍ମଦିନ: ସତ୍ୟନାରାୟଣ ରାଜଗୁରୁ

"ଓଡ଼ିଶାର ବିଶିଷ୍ଟ ଲିପିତତ୍ତ୍ୱବିତ୍‌, ଐତିହାସିକ, ଗବେଷକ, ପ୍ରାବନ୍ଧିକ ଡ.

ସତ୍ୟନାରାୟଣ ରାଜଗୁରୁଙ୍କ ଜନ୍ମ ୧୯ ଅଗଷ୍ଟ ୧୯୦୩ ମସିହାରେ ପାରଳାଖେମୁଣ୍ଡି ରାଜଗୁରୁ ବଂଶରେ ହୋଇଥିଲା।

ଜନ୍ମର ମାତ୍ର ୭ ଦିନ ପରେ ତାଙ୍କ ମାତୃ ବିୟୋଗ ହୋଇଥିଲା।

ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ଜଣେ ମୁଖ୍ୟ ସହଯୋଗୀ ଭାବରେ ଇଂଲଣ୍ଡର ରାଉଣ୍ଡ୍‌ ଟେବୁଲ୍ ବୈଠକରେ ଉପସ୍ଥାପିତ ସ୍ମାରକପତ୍ର ଲେଖିବାରେ ସେ ପାରଳା ମହାରାଜାଙ୍କୁ ସାହାଯ୍ୟ କରିଥିଲେ।

ସେ "ଓଡ଼ିଶାର ଇତିହାସ", "ଓଡ଼ିଆ ଲିପିର କ୍ରମ ବିକାଶ", "ଓଡ଼ିଆ ଉପଭାଷା", "ଜଗନ୍ନାଥଙ୍କ ପ୍ରାଚୀନ ଇତିହାସ", "ମହାକବି ଜୟଦେବ ଓ ଗୀତଗୋବିନ୍ଦ" ସମେତ ବହୁ ଉଚ୍ଚକୋଟୀର ତଥ୍ୟଭିତ୍ତିକ ପୁସ୍ତକ ରଚନା କରିଥିଲେ।

Advertisment Jackal attack: ବିଲୁଆ କାମୁଡ଼ାରେ ୪ ଆହତ, ମେଡ଼ିକାଲରେ ଚିକିତ୍ସିତ ପରିଣତ ବୟସରେ ସେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ନୃସିଂହ ମନ୍ଦିର ଶିଳାଲେଖାକୁ ପଢ଼ି ଏକ ଇଂରେଜୀ ପୁସ୍ତକ ଲେଖିଥିେଲ।

ତାଙ୍କ ଆତ୍ମଜୀବନୀ ପୁସ୍ତକ "ମୋ ଜୀବନ ସଂଗ୍ରାମ" ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ।

୧୯୭୪ ମସିହାରେ ଭାରତ ସରକାର ତାଙ୍କୁ "ପଦ୍ମଶ୍ରୀ" ସମ୍ମାନ ପ୍ରଦାନ କରିଥିଲେ।

ଭୁବନେଶ୍ବରଠାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିବାରେ ଅନ୍ୟତମ ବିନ୍ଧାଣୀ ଭାବରେ ମଧ୍ୟ ତାଙ୍କ ନାମ ଯୋଡ଼ାଯାଏ।

୧୯୯୭ ମସିହା ଜୁନ୍‌ ୧୧ରେ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରିସରରେ ଏହି ମହାନ ବ୍ୟକ୍ତିତ୍ୱଙ୍କର ତିରୋଧାନ ହୋଇଥିଲା।-ରଘୁରାଜ ରାଜଗୁରୁ Horoscope 2026 August 19: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media