Satya Niketan PG collapse: ଦିଲ୍ଲୀ କୋର୍ଟରେ ସତ୍ୟ ନିକେତନ ପିଜି ଅପରେଟର ଶୁଭମ୍‌ ତ୍ୟାଗୀଙ୍କ ଆତ୍ମସମର୍ପଣ

Sep 11, 2026 - 17:24
Satya Niketan PG collapse: ଦିଲ୍ଲୀ କୋର୍ଟରେ ସତ୍ୟ ନିକେତନ ପିଜି ଅପରେଟର ଶୁଭମ୍‌ ତ୍ୟାଗୀଙ୍କ ଆତ୍ମସମର୍ପଣ

"ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ପିଜି ଅପରେଟର ଶୁଭମ୍‌ ତ୍ୟାଗୀ ଦିଲ୍ଲୀର ଏକ କୋର୍ଟରେ ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି।

ବୁଧବାର ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଶୁଭମ ତ୍ୟାଗୀ ପଟିଆଲା ହାଉସ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ଶୁଭମ୍‌ଙ୍କ ସାଥୀ ସୁଧାଂଶୁଙ୍କୁ ସେପ୍ଟେମ୍ବର ୯ ତାରିଖରେ ଗିରଫ କରାଯାଇଥିଲା।Advertisment ଡିସିପି (ଦକ୍ଷିଣପଶ୍ଚିମ) ଅମିତ ଗୋଏଲ ତ୍ୟାଗୀଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦିଲ୍ଲୀ ସତ୍ୟ ନିକେତନରେ ପାଞ୍ଚ ମହଲା କୋଠା ଭୁଶୁଡ଼ିବା ମାମଲାରେ ଏହା ଷଷ୍ଠ ଗିରଫଦାରୀ।

ପଟିଆଲା ହାଉସ କୋର୍ଟ ଅଧିକ ତଦନ୍ତ ପାଇଁ ଓ ପଚରାଉଚରା ସମୟରେ ଉଭୟଙ୍କୁ ସାମ୍‌ନା ସାମ୍‌ନି କରିବା ପାଇଁ ଦିଲ୍ଲୀ ପୁଲିସକୁ ତ୍ୟାଗୀ ଓ ସୁଧାଂଶୁଙ୍କୁ ଦୁଇ ଦିନର ହେପାଜତକୁ ନେଇଛନ୍ତି।

ପିଜି ଭୁଶୁଡ଼ିବା ପରଠାରୁ ତ୍ୟାଗୀ ଫେରାର୍‌ ଥିଲା।

Naxal: ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଜେରା ସମୟରେ ମିଳିଲା ମାଓ ଡମ୍ପ ବିଷୟରେ ସୂଚନା ପୁଲିସ୍‌ ତ୍ୟାଗୀକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

କୋଠା ଭୁଶୁଡ଼ିବା ପରେ କ"ଣ ଘଟିଥିଲା ​​ତାହା ଜାଣିବା ପାଇଁ ତଦନ୍ତକାରୀମାନେ ସୁଧାଂଶୁଙ୍କ ମୋବାଇଲ୍ ଫୋନ୍ ରେକର୍ଡ ଓ ଅନଲାଇନ୍ ଚାଟ୍ ଇତିହାସ ଯାଞ୍ଚ କରୁଥିବା କହିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।

ପୁଲିସ କହିଛି ଯେ, ସୁଧାଂଶୁଙ୍କ ଫୋନ୍ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି।

ଏହି ମାମଲାରେ ପୁଲିସ କୋଠା ମାଲିକଙ୍କ ପୁଅ ମହେଶ, ଶ୍ରମିକ ଠିକାଦାର ସନୋଜ କୁମାର ଓ ପିଜି ଅପରେଟର ସୁଧାଂଶୁଙ୍କୁ ଗିରଫ କରିଛି।

କୋଠା ମାଲିକ ହରିରାମ ଗୁପ୍ତା (୮୧) ଓ ତାଙ୍କ ପତ୍ନୀ ଉର୍ମିଳା (୭୫) ମଧ୍ୟ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବୋଲି ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)