Welcome!

Unlock your personalized experience.
Sign Up

Satkosia: ସାତକୋଶିଆକୁ ଅଭିଶାପ ଶାଗୁଆନ ବଣ!

Oct 18, 2026 - 03:53
Satkosia: ସାତକୋଶିଆକୁ ଅଭିଶାପ ଶାଗୁଆନ ବଣ!

କପିଳେନ୍ଦ୍ର ପ୍ରଧାନ
ଅନୁଗୋଳ: ବାଘଶୂନ୍ୟ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଅଭିଶାପ ପାଲଟିଛି ଶାଗୁଆନ ବଣ। ପ୍ରାୟ ୫୦ ଭାଗ କୃତ୍ରିମ ଶାଗୁଆନ ଗଛରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ଉଧେଇ ପାରୁନି ଅନ୍ୟ କୌଣସି ପ୍ରଜାତିର ବୃକ୍ଷଲତା। ପୂର୍ବରୁ ମହାବଳ ବଂଶ ତ’ ବୁଡ଼ିଥିଲା,ଏବେ ଖାଦ୍ୟ ଅଭାବରୁ ହଜିଗଲେଣି ଭାଲୁ ଓ ମୟୂର। ଜଙ୍ଗଲ ଛାଡ଼ିଦେଲେଣି ବିଭିନ୍ନ ପ୍ରଜାତିର ପକ୍ଷୀ। ଏମିତିକି ହାତୀ ସମେତ ଅନ୍ୟ ତୃଣଭୋଜି ପ୍ରାଣୀ ବି ଏଠାରୁ ମୁହଁ ଫେରାଉଛନ୍ତି। ୯୬୩ ବର୍ଗ କିଲୋମିଟର ପରିବ୍ୟାପ୍ତ ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ। ଏଠି ଯୁଆଡ଼େ ନଜର ପକାଇବେ, କେବଳ ବିଶାଳ ଶାଗୁଆନ ବୃକ୍ଷ ଦେଖିବାକୁ ପାଇବେ। ଯେଉଁଥିପାଇଁ ସାତକୋଶିଆର ପ୍ରାକୃତିକ ବଣ ହଜିଗଲାଣି, ଜୈବ ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଏଠାରୁ ମହାବଳ ବଂଶ ତ’ ବୁଡ଼ିଥିଲା, ଏବେ ଭାଲୁ ଓ ମୟୂର ବଂଶ ବି ସତ୍ତା ହରାଇବାକୁ ବସିଛି।

Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଏମିତିକି ଗଜରାଜ ବି ଏଠି ରହିବାକୁ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି। ସାତକୋଶିଆ ଅଧିବାସୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି, ଏକଦା ଏଠାରେ ହାତୀ, ଭାଲୁ, ମୟୂର ସମେତ ଅନ୍ୟ ତୃଣଭୋଜି ପ୍ରାଣୀ ଥି‌ଲେ। ସେମାନଙ୍କ ଖାଦ୍ୟ ପାଇଁ ଜଙ୍ଗଲରେ ଭରପୂର ମାତ୍ରାରେ ଶାଳ, ଓସ୍ତ, ବର, ବେଲ, ଅଁଳା, ବାହାଡ଼ା, ହରିଡ଼ା, କେନ୍ଦୁ ଓ ଶାଳୀୟ ବାଉଁଶ ଭଳି ବୃକ୍ଷ ଥିଲା। ହେଲେ ଏବେ ଶହ ଶହ ବର୍ଗକିଲୋମିଟରର କୃତ୍ରିମ ଶାଗୁଆନ ଜଙ୍ଗଲ ସେସବୁ ବୃକ୍ଷଲତାର ସ୍ଥାନ ନେଇଛି। ବହୁମାତ୍ରାରେ ପାଣି ଶୋଷୁଥିବା ଶାଗୁଆନ ଗଛ ନିକଟରେ ଅନ୍ୟ କୌଣସି ବୃକ୍ଷଲତା ବଢ଼ିପାରୁନି। ଖାଲି ସେତିକି ନୁହେଁ, ଶାଗୁଆନ ଗଛ ତଳେ ଘାସ ଉଠୁନଥିବାରୁ ଅଭୟାରଣ୍ୟର ଅଧା ଅଞ୍ଚଳରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବି କମିବାରେ ଲାଗିଛି। ଖାଦ୍ୟ ଅଭାବରୁ ସାତକୋଶିଆରୁ ଧୀରେ ଧୀରେ ଭାଲୁ ଓ ମୟୂର ବଂଶ ଲୋପ ପାଇବାକୁ ବସିଲାଣି।

ବାସସ୍ଥାନ ଅଭାବରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଅଭୟାରଣ୍ୟ ଛାଡ଼ିଦେଲେଣି। ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରସନ୍ନ ବେହେରା କହିଛନ୍ତି, ବ୍ରିଟିସ ଶାସନ କାଳରେ ବ୍ୟବସାୟିକ ଉଦ୍ଦେଶ୍ୟରେ ସାତକୋଶିଆର କିଛି ଅଞ୍ଚଳରେ ଶାଗୁଆନ ଗଛ ଲଗାଯାଇଥିଲା। କିନ୍ତୁ, ସ୍ବାଧୀନତା ପରେ ବନ ବିଭାଗ ମଧ୍ୟ ସେହି ଧାରାକୁ ବଜାୟ ରଖିଲା। ଏପରିକି ୧୯୭୬ ମସିହାରେ ଅଭୟାରଣ୍ୟ ଘୋଷଣା ହେବା ପରେ ବି ୨୦୦୫ ଯାଏଁ ଏଠାକାର ପ୍ରାକୃତିକ ଜଙ୍ଗଲକୁ କାଟି ବନ ବିଭାଗ ଶାଗୁଆନ ବଣ ତିଆରି କରିଚାଲିଲା। ଏକଦା ଶହ ଶହ ହାତୀଙ୍କ ବାସସ୍ଥଳୀ ଥିଲା ସାତକୋଶିଆ। ତେବେ ଫଳନ୍ତି ଗଛ ନ ଥିବାରୁ ବାଧ୍ୟହୋଇ ଖାଦ୍ୟ ଅନ୍ବେଷଣରେ ଗଜରାଜ ଗାଁମୁହାଁ ହେଉଛନ୍ତି।    

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ଏନେଇ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ କହିଛନ୍ତି, ସାତକୋଶିଆ ଅଭୟାରଣ୍ୟର ଜୈବ ବିବିଧତା ଫେରାଇ ଆଣିବାକୁ ସରକାର ଶାଗୁଆନ ଗଛକୁ କାଟି ନୂଆ ଜଙ୍ଗଲ ସୃଷ୍ଟି କରନ୍ତୁ। ଶାଗୁଆନ ଗଛ ବିକି ସରକାର ରାଜସ୍ବ ପାଇବେ ଏବଂ ବନ୍ୟପ୍ରାଣୀ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ପାଇପାରିବେ। ଏପଟେ ଶାଗୁଆନ ଜଙ୍ଗଲ ଯୋଗୁ ସାତକୋଶିଆରେ ବନ୍ୟପ୍ରାଣୀଙ୍କ ପାଇଁ ଖାଦ୍ୟ କମୁଥିବା କଥାକୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଡ. ସଞ୍ଜୟ କୁମାର ସ୍ବାଇଁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଏହା ଏକ ବ୍ୟାଘ୍ର ପ୍ରକଳ୍ପ ହୋଇଥିବାରୁ ବନ୍ୟପ୍ରାଣୀଙ୍କ ସ୍ବାର୍ଥକୁ ନଜରରେ ରଖି ଶାଗୁଆନ ଜଙ୍ଗଲ ପରିଚାଳନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି। ସରକାରଙ୍କର ଯାହା ନିର୍ଦ୍ଦେଶ ଆସିବ, ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)