Sarpanch Alleges Harassment by BDO: ସୁନା ବନ୍ଧା ପକାଇ କାମ କଲେ ସରପଞ୍ଚ; ଏବେ ମିଳୁନି ପ୍ରକଳ୍ପ କାମର ବିଲ୍
ସୁନା ବନ୍ଧା ପକାଇ ପଞ୍ଚାୟତରେ ଜନକଲ୍ୟାଣମୂଳକ କାମ କଲେ ସରପଂଚ। କିନ୍ତୁ ପ୍ରକଳ୍ପର ବିଲ୍ ପାସ କରୁ ନାହାନ୍ତି ବିଡିଓ। ସରପଞ୍ଚଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି ବିଡିଓ। ଏଭଳି ଅଭିଯୋଗ ସହ ପଞ୍ଚାୟତକୁ ଅବହେଳା ଓ ଅଣଦେଖା ପ୍ରତିବାଦରେ ମହିଳା ସରପଞ୍ଚଙ୍କ ଧାରଣା। ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ଧାରଣାରେ ବସିଥିଲେ କଙ୍କୋରଡା ସରପଞ୍ଚ ମିନତୀ ସେଠି।
ପରେ ଦେହ ଅସୁସ୍ଥ ଥିବାରୁ ଧାରଣାରୁ ଉଠିଥିବା ସରପଞ୍ଚ ଆସନ୍ତାକାଲିଠୁ ପୁଣି ଧାରଣାରେ ବସିବେ ବୋଲି କହିଛନ୍ତି। ବ୍ଲକ୍ ଅଫିସ ଆଗରେ ୩ ଦିନ ଧରି ଧାରଣା ଦେବା ପରେ ସାନଖେମୁଣ୍ଡି ବିଡିଓ, ତହସିଲଦାର ଓ ଥାନା ଅଧିକାରୀ ତାଙ୍କୁ ବୁଝା ସୁଝା କରିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ପରେ ହିଁ ଧାରଣାରୁ ହଟିବେ ବୋଲି କହିଥିଲେ ସରପଞ୍ଚ।
ଏନେଇ ସରପଞ୍ଚ ଆଜି ଫୋନ୍ ଯୋଗେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ମହିଳା ସରପଞ୍ଚଙ୍କୁ କିଭଳି ହଇରାଣ କରାଯାଉଛି, ତାହା ତାଙ୍କ ପ୍ରତିନିଧିଙ୍କୁ ମୁହଁରୁ ଶୁଣିବାକୁ ମିଳୁଛି। ଏପଟେ ସରପଂଚଙ୍କ ଅଭିଯୋଗ ନେଇ ସାନଖେମୁଣ୍ଡି ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
- ସୁନା ବନ୍ଧା ପକାଇ କାମ କଲେ ସରପଞ୍ଚ
- ସରପଞ୍ଚଙ୍କୁ ମିଳୁନି ପ୍ରକଳ୍ପ କାମର ବିଲ୍
- ଗଂଜାମ ସାନଖେମୁଣ୍ଡି ବ୍ଲକ ଆଗରେ ସରପଞ୍ଚଙ୍କ ଧାରଣା
- ୩ ଦିନ ଧାରଣାରେ ବସିଥିଲେ କଙ୍କୋରଡା ସରପଞ୍ଚ
- ପଞ୍ଚାୟତକୁ ଅବହେଳା ଓ ଅଣଦେଖା ଅଭିଯୋଗରେ ଧାରଣା
- ଭାଇରାଲ ହେଲା ସରପଞ୍ଚଙ୍କ ପ୍ରତିନିଧିଙ୍କ ଭିଡିଓ
- କାନ୍ଦି କାନ୍ଦି ବଖାଣୁଛନ୍ତି ଧାରଣା ପଛର କାରଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।