Elephant Herd Enters Kotia: କୋଟିଆରେ ହାତୀପଲ, ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ...

Jun 14, 2026 - 22:48
Elephant Herd Enters Kotia: କୋଟିଆରେ ହାତୀପଲ, ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ...

ରାତି ତମାମ ଚାଲିଲା ଅପରେସନ୍, କୋଟିଆରୁ ହାତୀପଲକୁ ଘଉଡ଼ାଇଲା ବନ ବିଭାଗ। ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆ ପଞ୍ଚାୟତରେ ଗତକାଲି ହାତୀପଲଙ୍କ ଉପସ୍ଥିତି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଆନ୍ଧ୍ର ପଟୁ ହାତୀପଲ ଆସି ନେରେଡି ବାଲସା, ଆରର୍ଜୁବଲସା ଓ ତାଡ଼ିବଲସା ଅଞ୍ଚଳ ଦେଇ ହାତୀପଲ ପ୍ରବେଶ କରିଥିଲେ। ବନ ବିଭାଗ ସାରା ରାତି ସତର୍କ ଅଭିଯାନ ଚଳାଇଥିଲା। 

ଏସିଏଫ୍ଙ୍କ ନେତୃତ୍ୱରେ ସେମିଳିଗୁଡ଼ା ରେଞ୍ଜର ଓ ସ୍ୱତନ୍ତ୍ର ଟିମ୍ ହାତୀପଲକୁ ଜନବସତି ଅଞ୍ଚଳରୁ ଦୂରେଇବା ପାଇଁ ପ୍ରୟାସ ଜାରି ରଖିଥିଲେ। ବର୍ତ୍ତମାନ ହାତୀପଲ ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ଥିବା ସୂଚନା ମିଳିଛି। ତେବେ ୭ ବର୍ଷ ପରେ ଏହି ଅଞ୍ଚଳରେ ହାତୀପଲ ଦେଖାଦେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧନଜୀବନ ସହ ଫସଲ କ୍ଷତିଗ୍ରସ୍ତ ହେବା ନେଇ ଚିନ୍ତା ବଢ଼ିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।