07 JULY 2026

Welcome!

Unlock your personalized experience.
Sign Up

ଜମି ପଞ୍ଜିକରଣ ନିୟମରେ ସରକାରଙ୍କ ବଡ଼ ପରିବର୍ତ୍ତନ: ଏଣିକି ସମ୍ପୂର୍ଣ୍ଣ କ୍ୟାସ୍‌ଲେସ୍‌ ହେବ ଜମି କିଣାବିକା, ହଟିବେ ଦଲାଲ

Jul 07, 2026 - 15:02
ଜମି ପଞ୍ଜିକରଣ ନିୟମରେ ସରକାରଙ୍କ ବଡ଼ ପରିବର୍ତ୍ତନ: ଏଣିକି ସମ୍ପୂର୍ଣ୍ଣ କ୍ୟାସ୍‌ଲେସ୍‌ ହେବ ଜମି କିଣାବିକା, ହଟିବେ ଦଲାଲ

ଭୁବନେଶ୍ୱର ୦୭/୦୭: ଏଣିକି ରାଜ୍ୟ ସମ୍ପୂର୍ଣ୍ଣ କ୍ୟାସ୍ ଲେସ ହେବ ଜମିକିଣା ବିକ। ଗୋଟିଏ ବି ଟଙ୍କା ନଗଦ କାରବାର ହେବ ନାହିଁ। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପୂର୍ବରୁ ୧୫ ହଜାର ଯାଏ କ୍ୟାସ କାରବାର ହେଉଥିଲା।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ଏଣିକି ଜମି ପଞ୍ଜିକରଣ ପାଇଁ ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବନି। କେବଳ ଜମି ମାଲିକ ଚିହ୍ନଟ ପାଇଁ ଅଫିିସ ଯିବାକୁ ହେବ। ରେଜିଷ୍ଟ୍ରେସନ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇବେ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଖୁବଶୀଘ୍ର ଏସ୍‌ଓପି ଜାରି ହେବ। ଏହା ସହ ରାଜସ୍ବ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବ।

ଅଧିକ ପଢ଼ନ୍ତୁ :-  ମା' ପାଇଁ ଗଛଟିଏ ଲଗେଇବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଏ ବର୍ଷ ୯ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।