Sanju Samson Dropped: ଭାରତୀୟ ଟି-୨୦ ଦଳ ଘୋଷଣା, ସଞ୍ଜୁ ସାମସନ ବାଦ୍
ଜିମ୍ବାୱେ ଗସ୍ତ ପାଇଁ ବିସିସିଆଇ କରିଛି ଭାରତୀୟ ଟି-୨୦ ଦଳ। ଯେଉଁଥିରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ ଖବର ହେଉଛି, ଏହି ସିରିଜ୍ରୁ ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନ ବାଦ୍ ପଡ଼ିଥିବା ବେଳେ ଷ୍ଟାର୍ ଫିନିସର ରିଙ୍କୁ ସିଂହ ଦଳକୁ ଫେରିଛନ୍ତି। ଏହାସହ ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି।
ଷ୍ଟାର୍ ବ୍ୟାଟର ଶ୍ରେୟସ ଆୟରଙ୍କୁ ଦଳର କମାଣ୍ଡ ଦିଆଯାଇଥିବା ବେଳେ ଯୁବ ଖେଳାଳି ତିଲକ ବର୍ମାଙ୍କୁ ଉପ-ଅଧିନାୟକ କରାଯାଇଛି। ସେହିପରି ଦଳକୁ ଫେରିଛନ୍ତି ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ। ତେବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ସାଜିଛନ୍ତି ଯୁବ ବ୍ୟାଟିଂ ସେନସେସନ ବୈଭବ ସୂର୍ଯ୍ୟବଂଶୀ, ଯିଏକି ନିଜର ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ୱିକେଟ୍କିପର ଭାବେ ଇଶାନ କିଷାନ ଏବଂ ପ୍ରଭସିମରନ ସିଂହଙ୍କୁ ସାମିଲ କରାଯାଇଛି।
ଭାରତୀୟ ଦଳ: ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପ-ଅଧିନାୟକ), ଈଶାନ କିଷାନ (ୱିକେଟ୍ କିପର), ଶିବମ ଦୁବେ, ସୂର୍ଯ୍ୟାଂଶ ସେଡ଼ଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମରନ୍ ସିଂହ (ୱିକେଟ୍ କିପର)।
🚨 News 🚨#TeamIndia squad announced for the 3️⃣-match T20I series against Zimbabwe.
— BCCI (@BCCI) July 6, 2026
More Details ▶️ https://t.co/sC19D5eW8y#ZIMvINDpic.twitter.com/ctbM5gFMtY
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।