Sand Mafia Attacks Add. Tahsildar: ମାଫିଆଙ୍କ ଔଦ୍ଧତ୍ୟ ଚରମସୀମାରେ, ପୋଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

Jun 26, 2026 - 14:44
Sand Mafia Attacks Add. Tahsildar: ମାଫିଆଙ୍କ ଔଦ୍ଧତ୍ୟ ଚରମସୀମାରେ, ପୋଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ରାଜନଗର ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ରୁଟିନ୍ ଏନଫୋର୍ସମେଣ୍ଟ ବେଳେ ପୋଲିସ ଉପସ୍ଥିତିରେ ମାଫିଆଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ବାଲି ବୋଝେଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ବାଲି ମାଫିଆଙ୍କ ଆଉ ଏକ କାର ତାଙ୍କ ଗାଡି ଆଗରେ ରଖି ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇଥିଲେ। 

ଅତିରିକ୍ତ ତହସିଲଦାରଙ୍କ ଗାଡିଟି ଅଟକିବା ପରେ ବାଲି ମାଫିଆ ପୁଲିସ ଉପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । ଏହି ଘଟଣାକୁ ନେଇ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବାଲି ମାଫିଆକୁ ପୁଲିସ ଗିରଫ କରିଥିବା ବେଳେ ବାଲି ବୋଝଇ ହାଇୱା ଟି ଫେରାର ହୋଇଯାଇଛି।