Sambalpur Paddy Procurement: କେବେ ଖୋଲିବ ମଣ୍ଡି, କେବେ ବିକିବେ ଧାନ? ସରକାରଙ୍କ ଅବହେଳା ନେଇ ଚାଷୀଙ୍କ ଅସନ୍ତୋଷ
ସମ୍ବଲପୁର ଜିଲ୍ଲାରେ ଚଳିତ ଖରିଫ ଧାନ ସଂଗ୍ରହକୁ ନେଇ ଦେଖାଦେଇଛି ଅନିଶ୍ଚିତତା ।
ଆରମ୍ଭ ହୋଇଗଲାଣି ଧାନ ଅମଳ ଋତୁ ।
ଅନେକ ସ୍ଥାନରେ ଚାଷୀ ଧାନ କାଟି ଅମଳ ମଧ୍ୟ କଲେଣି ।
ହେଲେ ଏଯାଏଁ ଧାନ ସଂଗ୍ରହକୁ ନେଇ ବସିନି କୌଣସି ବୈଠକ ।
Advertisment କେବେ ଖୋଲିବ ମଣ୍ଡି, କେବେ ଧାନ ବିକିବେ ଚାଷୀ, ସେନେଇ ଏଯାଏଁ ଆରମ୍ଭ ହୋଇନି ପ୍ରସ୍ତୁତି ।
ଫଳରେ ଚିନ୍ତାରେ ପଡିଛନ୍ତି ଚାଷୀ ।
ଯଦି ଶୀଘ୍ର ମଣ୍ଡି ନଖୋଲେ, ତେବେ ଧାନର ଅଭାବୀ ବିକ୍ରି ହେବା ଆଶଙ୍କା ରହିଛି ।
ଏହି ପ୍ରସଙ୍ଗରେ ଆଗକୁ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଲେଣି ।
ସେପଟେ ମିଲରମାନେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪୭ ପ୍ରତିଶତ ମିଲିଂ କରିଥିବା ବେଳେ ଏଫସିଆଇ ଚାଉଳ ନେଉନଥିବାରୁ ସମସ୍ୟା ଦେଖାଦେଇଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
