Sambad Sahityaghara: ଚନ୍ଦାହାଣ୍ଡି ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷରୋପଣ

Aug 11, 2026 - 14:48
Sambad Sahityaghara: ଚନ୍ଦାହାଣ୍ଡି ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷରୋପଣ

"ଚନ୍ଦାହାଣ୍ଡି: ସମ୍ବାଦ ସାହିତ୍ୟ ଘର ଚନ୍ଦାହାଣ୍ଡି ଶାଖା ତରଫରୁ ସମ୍ପାଦକ ଡକ୍ଟର ସନ୍ତୋଷ କୁମାର ଖମାରୀଙ୍କ ଆବାହକତ୍ୱରେ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଚନ୍ଦାହାଣ୍ଡି ମୁଖ୍ୟରାସ୍ତା ଠାରୁ ପୂଜାରୀ ଗୁଡ଼ା ରାସ୍ତାର ଶେଷ ମୁଣ୍ଡରୁ ନାହାଲ ମୁଣ୍ଡା, ଏବଂ  ବେହେରାମୁଣ୍ଡା ରାସ୍ତା ଉଭୟ ପାର୍ଶ୍ଵରେ ସାହିତ୍ୟ ଘର ସଭ୍ୟ ସଭ୍ୟା ଏବଂ ପୂଜାରୀଗୁଡାର କାଉଡିଆ ସଙ୍ଘ ସଭ୍ୟ ଗଛ ଲଗାଇଛନ୍ତି।ପ୍ରତି ବର୍ଷ ଭଳି ଚଳିତ ବର୍ଷ  ମଧ୍ୟ ଅଞ୍ଚଳର ରାସ୍ତାକଡ, ପୋଖରୀ ହୁଡ଼ା, ଗୋଚର, କାର୍ଯ୍ୟାଳୟ ଆଦି ସ୍ଥାନରେ ଚାରା ଲଗାଇଛନ୍ତି।

ବୃକ୍ଷରୋପଣ କରିବା ସହ ବାଟୋଇଙ୍କୁ ଚାରା ବଣ୍ଟନ କରାଯାଇଛି।Advertisment ଅଗଷ୍ଟ ମାସ ଶେଷ ସୁଦ୍ଧା ୩୦୦ ଗଛ ଲଗାଇବା ଲକ୍ଷ୍ୟ  ଶିଶୁ, ଶାଗୁଆନ, ଚାକୁଣ୍ଡା, ନୀଳଗିରି ଭଳି ଜଙ୍ଗଲୀ ଚାରା ଆଉ ଅମୃତ ଭଣ୍ଡା, ଅଗସ୍ତି ସଜନା, କୁଳିଆରି, ଭଳି ବାଡ଼ି ଚାରା ଓଉ ଅଁଳା, ବେଲ, ତୁଳସୀ ଆଦି ଔଷଧୀୟ ଚାରା ଲଗାଯାଇଛି।

ବ୍ଲକର ବିଭିନ୍ନ କ୍ଲବ, ଅନୁଷ୍ଠାନ ଅଗଷ୍ଟ ମାସ ଶେଷ ସୁଦ୍ଧା ୩୦୦ ଗଛ ଲଗାଇବା ସହ ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ଶ୍ରୀ ଖମାରୀ  ସୂଚନା ଦେଇଛନ୍ତି।

ଆସନ୍ତା ସପ୍ତାହରେ ଫକୀର ମୋହନ ପଠନ ଶାଳା ଉମରକୋଟର କର୍ମକର୍ତ୍ତାମାନେ ଆସି ଚାରା ଲଗାଇବେ।

ଅଗଷ୍ଟ ୧୫ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ, ଗାୟତ୍ରୀ ପରିବାର, ପାନାବେଡା ମହିମା ସଙ୍ଘ ଓ  ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘର ସହ ଯୋଡ଼ି ହୋଇ ଚାରା ଲଗାଇବେ।

ଏହି କାର୍ଯ୍ୟକ୍ରମରେ କ୍ଷୀର ସିନ୍ଧୁ ଗୌଡ଼, ରାଜେଶ ଗୌଡ଼, ଦୁଷ୍ମନ୍ତ ବାଘ, ଜିତେନ୍ଦ୍ର ମାଳି, ଧନସେ ମାଝୀ, ଗଙ୍ଗାଧର ନାୟକ, ହର ଭଜନ ସାହୁ, କ୍ଷିତ ମାଝୀ, ପୂର୍ଣ୍ଣ ସୋରି, କ୍ଷୀରସିନ୍ଧୁ ମାଝୀ, ନରେଶ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Cyber Crime: ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media