S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର

Oct 26, 2026 - 00:29
S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦକୁ ରାଷ୍ଟ୍ରନୀତିର ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।

ଏହାକୁ କୌଣସି ପରିସ୍ଥିତିରେ ଯଥାର୍ଥ ବୋଲି ଦର୍ଶାଯାଇପାରିବ ନାହିଁ କିମ୍ବା ଏହାର ସମର୍ଥନ କରାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌.

ଜୟଶଙ୍କର କହିଛନ୍ତି।

ଆତଙ୍କବାଦ ପ୍ରତି ସବୁ ଦେଶ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁ ନ ଥିବାରୁ ଏହି ବିପଦ ଜାରି ରହିଛି ବୋଲି ସେ ଚେତାଇ ଦେଇଛନ୍ତି।

Advertisment ରବିବାର ନୂଆଦିଲ୍ଲୀରେ ଚିନ୍ମୟ ମିସନ୍‌ର ୭୫ତମ ପ୍ରତିଷ୍ଠାବାର୍ଷିକୀ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍‌ବୋଧନ ଦେଇ ଜୟଶଙ୍କର କୌଣସି ଦେଶର ନାମ ନ ନେଇ କହିଥିଲେ ଯେ, ଇତିହାସରୁ ଅନେକ ଶିକ୍ଷା ମିଳିଥିଲେ ମଧ୍ୟ କେତେକ ଦେଶ ଏବେ ବି ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି।

ଆତଙ୍କବାଦ ଭଳି ଏକ ସାଧାରଣ ବିପଦର ମୁକାବିଲା ପାଇଁ ବିଶ୍ୱ ସମୁଦାୟକୁ ଅଧିକ ସଚେତନ ହେବା ସହ ଦୃଢ଼ ସଂକଳ୍ପ ନେବାକୁ ପଡ଼ିବ।

ଆତଙ୍କବାଦର ସବୁ ରୂପ ଓ ପ୍ରକାର ବିରୋଧରେ ମିଳିତ ଭାବେ ଲଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

ବିଶ୍ୱରେ ଚାଲିଥିବା ଯୁଦ୍ଧ ଓ ସଂଘର୍ଷ ମଧ୍ୟରେ ଶାନ୍ତିର ଗୁରୁତ୍ୱ ଉପରେ ମଧ୍ୟ ଜୟଶଙ୍କର ଆଲୋକପାତ କରିଥିଲେ।

ୟୁକ୍ରେନ୍ ଓ ପଶ୍ଚିମ ଏସିଆ ସଂଘର୍ଷର ଉଦାହରଣ ଦେଇ ସେ କହିଥିଲେ, ଯେକୌଣସି ସ୍ଥାନରେ ଯୁଦ୍ଧ ହେଲେ ତାହା ସବୁଠି ଶାନ୍ତି ପ୍ରତି ବିପଦ ସୃଷ୍ଟି କରେ।

ଏହି ସଂଘର୍ଷର ପ୍ରଭାବ କେବଳ ଯୁଦ୍ଧରତ ଦେଶଗୁଡ଼ିକ ମଧ୍ୟରେ ସୀମିତ ରହେ ନାହିଁ।

ଦୂରଦୂରାନ୍ତରେ ଥିବା ସମାଜ ଓ ଅର୍ଥନୀତି ମଧ୍ୟ ଏହାର ପରିଣାମ ଭୋଗନ୍ତି।

ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷରେ ଏସ୍‌.

ଜୟଶଙ୍କରଙ୍କ ଉତ୍ତର ଶୁଣି ହସି ଦେଲେ ବ୍ଲିଙ୍କେନ୍‌ ଏହି ସଂଘର୍ଷର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଏକମାତ୍ର ଉପାୟ ବୋଲି ଭାରତ ଯେଉଁ ମତ ରଖୁଛି, ତାହା ବିଶ୍ୱର ଅନେକ ଦେଶର ଭାବନାକୁ ପ୍ରତିଫଳିତ କରୁଛି ବୋଲି ଜୟଶଙ୍କର କହିଥିଲେ।

ଭାରତ ନିଜ ଉଦ୍ୟମ ଜାରି ରଖିବା ସହ ଅନ୍ୟ ଦେଶଗୁଡ଼ିକ ସହ ମିଶି ଶାନ୍ତି ପ୍ରତିଷ୍ଠା ପାଇଁ କାମ କରିବାକୁ ପ୍ରସ୍ତୁତ ବୋଲି ସେ ସ୍ପଷ୍ଟ କରିଥିଲେ।

ଶାନ୍ତି ସହିତ ପ୍ରଗତି ଓ ସମୃଦ୍ଧିର ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି ବୋଲି ମନ୍ତ୍ରୀ କହିଥିଲେ।

ବିଶ୍ୱର ଗୋଟିଏ ଭାଗ ସମୃଦ୍ଧ ହେଉଥିବାବେଳେ ଅନ୍ୟ ଭାଗ ବଞ୍ଚିତ ରହିଲେ ଅସ୍ଥିରତା ବଢ଼ିବ।

ତେଣୁ ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ଓ ସମନ୍ୱୟ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)