Russia Ukraine War: ରାତିସାରା ୬୯୯ ୟୁକ୍ରେନୀୟ ଡ୍ରୋନ୍ ଖସାଇଦେଲା ରୁଷ: ମସ୍କୋ ଓ କ୍ରିମିଆ ଆକାଶରେ ବଡ଼ ସଫଳତା ଦାବି
ମସ୍କୋ: ମଙ୍ଗଳବାର ରୁଷ ପକ୍ଷରୁ ଏକ ବଡ଼ ସାମରିକ ସଫଳତା ଦାବି କରାଯାଇଛି।
ସୋମବାର ରାତିସାରା ରୁଷ ର ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ନିକ୍ଷେପ କରାଯାଇଥିବା ପ୍ରାୟ ୭୦୦ଟି ୟୁକ୍ରେନୀୟ ଡ୍ରୋନକୁ ଆକାଶମାର୍ଗରେ ହିଁ ଖସାଇ ଦିଆଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ମସ୍କୋ ଅଞ୍ଚଳ ଏବଂ ରୁଷ ଅଧିକୃତ କ୍ରିମିଆ ଉପଦ୍ୱୀପ ସମେତ ବ୍ୟାପକ ଅଞ୍ଚଳରେ ଏହି ଡ୍ରୋନ୍ ଆକ୍ରମଣ ଉଦ୍ୟମ ହୋଇଥିଲେ ମଧ୍ୟ ବାୟୁ ପ୍ରତିରକ୍ଷା ବାହିନୀ ତାହାକୁ ବିଫଳ କରିଦେଇଥିବା ମସ୍କୋ ପକ୍ଷରୁ କୁହାଯାଇଛି।
Advertisment ଡ୍ରୋନ୍ ଆକ୍ରମଣ ଉଦ୍ୟମ ଟେଲିଗ୍ରାମରେ ଜାରି ବୟାନ ଅନୁଯାୟୀ, ରୁଷୀୟ ବାୟୁ ପ୍ରତିରକ୍ଷା ବାହିନୀ ରାତିସାରା ଅଭିଯାନ ଚଳାଇ ମୋଟ ୬୯୯ଟି ୟୁକ୍ରେନୀୟ ଡ୍ରୋନକୁ ଅଟକାଇବା ସହ ନଷ୍ଟ କରିଛନ୍ତି।
ମସ୍କୋ ମେୟର ସର୍ଗେଇ ସୋବ୍ୟାନିନଙ୍କ ସୂଚନା ମୁତାବକ, ଏହି ଡ୍ରୋନଗୁଡ଼ିକ ମଧ୍ୟରୁ ୩୫୫ଟି କେବଳ ମସ୍କୋ ଅଞ୍ଚଳକୁ ଲକ୍ଷ୍ୟ କରି ପଠାଯାଇଥିଲା ଏବଂ ରାଜଧାନୀ ନିକଟତର ହେଉଥିବା ବେଳେ ୬୩ଟି ଡ୍ରୋନକୁ ଧ୍ୱଂସ କରିଦିଆଯାଇଛି।
ଏତେ ସଂଖ୍ୟକ ଡ୍ରୋନ୍ ଖସାଇ ଦିଆଯାଇଥିବା ବେଳେ ଏହି ଘଟଣାରେ କୌଣସି ମୃତ୍ୟୁ କିମ୍ବା ଆହତ ହେବାର ସୂଚନା ରୁଷୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇନାହିଁ।
ପାକିସ୍ତାନୀ ସେନା ଭାରତୀୟ ସେନା ନିକଟରେ କରିଥିଲା ଆତ୍ମସମର୍ପଣ ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ସଂଘର୍ଷ ମଧ୍ୟରେ ଏହି ଘଟଣା ଘଟିଛି।
ବର୍ତ୍ତମାନ ଶୀତ ଋତୁକୁ ଦୃଷ୍ଟିରେ ରଖି ରୁଷ ମଧ୍ୟ ୟୁକ୍ରେନର ଶକ୍ତି ଭିତ୍ତିଭୂମିଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ ଜାରି ରଖିଛି।
ଅନ୍ୟପକ୍ଷରେ, ସୋମବାର ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହାନ୍ତରେ ଲିବିଆ ଉପକୂଳରେ ଦୁଇଟି ରୁଷୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ପଛରେ ଏହାର ହାତ ରହିଛି।
ସେଥିମଧ୍ୟରୁ ଗୋଟିଏ ବନ୍ଦରରେ ଅଟକି ରହିଥିବା ବେଳେ ଅନ୍ୟଟି ନିକଟସ୍ଥ ଜଳରାଶିରେ ଥିଲା ଏବଂ ଏହି ଆକ୍ରମଣରେ ରୁଷର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧପୋତ ଧ୍ୱଂସ ହୋଇଥିବା ଦାବି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
