Rupee vs Dollar: ୭ ମାସ ପରେ ଆମେରିକୀୟ ଡଲାର ତୁଳନାରେ ୯୩ ସ୍ତରରେ ଟଙ୍କା
ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ବ୍ୟାପକ ସୁଧାର ହୋଇଛି।
ସାତ ମାସ ପରେ ପ୍ରଥମ ଥର ପାଇଁ ଏକ ଡଲାର ମୂଲ୍ୟ ୯୩ ଟଙ୍କା ସ୍ତରକୁ ହ୍ରାସ ପାଇଛି।
ଆଜି କାରବାର ବେଳେ ଡଲାର ଦାମ୍ ୯୨ ଟଙ୍କା ୬୭ ପଇସା ହୋଇଯାଇଥିଲା।
ଭାରତୀୟ ପୁଞ୍ଜି ବଜାରରେ ନିବେଶ ବଢ଼ିବା ଓ ବିଦେଶୀ ନିବେଶକମାନେ ନିବେଶ ବଢ଼ାଇଥିବାରୁ ଡଲାର ତୁଳନାରେ ଟଙ୍କା ସବଳ ହେଉଛି।
Advertisment ଅଶୋଧିତ ତୈଳ ଦରରେ ହ୍ରାସ ମଧ୍ୟ ଡଲାର ଚାହିଦାକୁ କମ୍ କରିଛି।
ଗତ କିଛି ମାସ ଧରି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୫-୯୬ ଟଙ୍କା ସ୍ତରରେ ରହୁଥିଲା।
ଟଙ୍କା ସବଳ ହୋଇଥିବାରୁ ବିଦେଶ ଭ୍ରମଣ, ବିଦେଶରେ ପାଠପଢ଼ାରେ କମ୍ ଖର୍ଚ୍ଚ ହେବ।
ଆମଦାନି କରାଯାଉଥିବା ଜିନିଷଗୁଡ଼ିକର ଦାମ୍ ମଧ୍ୟ କମିବ।
ମୋଟ୍ ଉପରେ ଏହା ଭାରତୀୟ ଅର୍ଥନୀତି ପାଇଁ ଏକ ସକାରାତ୍ମକ ସଙ୍କେତ।
କିନ୍ତୁ ରପ୍ତାନିକାରୀମାନଙ୍କ ଆୟକୁ ଏହି ସ୍ଥିତି ପ୍ରଭାବିତ କରିବ।
ଗତ ଅକ୍ଟୋବରରେ ୩୪,୮୪୩ କୋଟି ଟଙ୍କା ଓ ନଭେମ୍ବରରେ ୩୫,୮୬୧ କୋଟି ଟଙ୍କା ପ୍ରତ୍ୟାହାର କରିଥିବା ବିଦେଶୀ ନିବେଶକମାନେ ନଭେମ୍ବର ମାସର ୧୩ ତାରିଖ ପର୍ଯ୍ୟନ୍ତ ୮୪,୨୯୦ କୋଟି ଟଙ୍କା ନିବେଶ କରିଛନ୍ତି।
ସପ୍ତାହକ ପୂର୍ବରୁ ସେମାନେ ପ୍ରତ୍ୟାହାର କରିଥିବା ରାଶି ପରିମାଣ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା।
ପୁନର୍ବାର ନିବେଶ କରୁଥିବାରୁ ସେହି ରାଶି ୨.୧ ଲକ୍ଷ କୋଟି ଟଙ୍କାକୁ ଖସିଆସିଥିଲା।
ଆଜି ମୁଦ୍ରା ବିନିମୟ ବଜାର ଖୋଲିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୩ ଟଙ୍କା ୨୫ ପଇସା ଥିଲା।
କିଛି ସମୟ ପରେ ତାହା ୯୨ ଟଙ୍କା ୬୫ ପଇସା ହୋଇଯାଇଥିଲା।
ଗତ ଏପ୍ରିଲ ୧୦ ପରେ ପ୍ରମ ଥର ପାଇଁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୩ ଟଙ୍କା ସ୍ତରରେ ରହିଛି। ଏପ୍ରିଲ୍ରେ ସେହି ମୂଲ୍ୟ ୯୨ ଟଙ୍କା ୮୩ ପଇସା ଥିଲା।
Brent Crude: ୯୦ ଡଲାର ତଳକୁ ଖସିଲା ଅଶୋଧିତ ତେଲ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
