Rubber Band Ball: କିମାଶ୍ଚର୍ଯ୍ୟମ୍‌: ରବର୍‌ ବ୍ୟାଣ୍ଡ୍‌ର ବୃହତ୍ତମ ବଲ୍‌

Nov 07, 2026 - 10:07
Rubber Band Ball: କିମାଶ୍ଚର୍ଯ୍ୟମ୍‌: ରବର୍‌ ବ୍ୟାଣ୍ଡ୍‌ର ବୃହତ୍ତମ ବଲ୍‌

ବେଳେବେଳେ ନ ଭାବିଚିନ୍ତି ଆରମ୍ଭ କରିଥିବା କୌଣସି କାମ ଅତି ଚମତ୍କାର କୃତିକୁ ଜନ୍ମ ଦିଏ।

ସେଭଳି ହୋଇଛି ଡେଟ୍ରଏଟ୍‌ର କ୍ଲଡ୍‌ ପି.

ମୁର୍‌ ଦୁଇଟି ରବର୍‌ ବ୍ୟାଣ୍ଡ୍‌ରେ ତିଆରି କରିଥିବା ବଲ୍‌ କ୍ଷେତ୍ରରେ।

୨୦୧୫ ମସିହାରେ ମୁର୍‌ କିଛି ନ ଭାବି ନ ଚିନ୍ତି ଦୁଇଟି ରବର୍‌ ବ୍ୟାଣ୍ଡ୍‌କୁ ଏକାଠି ଗୁଡ଼ାଇଥିଲେ।

୧୧ ବର୍ଷ ପରେ ତାହା ପ୍ରାୟ ୫,୨୫୨ କିଲୋ ଓଜନର ରବର ବଲ୍‌ ହୋଇ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କରିଛି।

ଏହା ଦୁନିଆର ସବୁଠୁ ବଡ଼ ବଲ୍‌ ବୋଲି ଚଳିତ ବର୍ଷ ଅଗଷ୍ଟ ମାସରେ ମିସିଗନ୍‌ର ବେଲ୍‌ ଆଇଲ୍‌ ଠାରେ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କହିଛି।

ଗୋଟାଏ କ୍ରେନ୍‌ ଦ୍ବାରା ଏହି ବଡ଼ ବଲ୍‌ଟିକୁ ଓଜନ କରାଯାଇଥିଲା।

Advertisment WCDC: ଏନ୍‌ଆର୍‌ସି, ମା'ଗୃହରେ ମହିଳା ଓ ଶିଶୁ ବିକାଶ ଆୟୁକ୍ତଙ୍କ ଭ୍ରାମ୍ୟମାଣ ସମୀକ୍ଷା ପିଲାଦିନେ ମୁର୍‌ଙ୍କୁ ହିମଫିଲିଆ ନାମକ ରକ୍ତ ରୋଗ ହୋଇଥିଲା।

ସେଥିପାଇଁ ସେ ବହୁସମୟ ହସ୍‌ପିଟାଲ୍‌ ୱେଟିଙ୍ଗ୍‌ରୁମ୍‌ ଓ ଡାକ୍ତରଙ୍କ ଚେମ୍ବର୍‌ରେ କଟାଉଥିଲେ।

ସେଇଠି ବସି ବସି ମୁର୍‌ ସେଠାରେ ଥିବା ରବର୍‌ ବ୍ୟାଣ୍ଡ୍‌ଗୁଡ଼ିକୁ ଗୁଡ଼ାଇ ଛୋଟ ଛୋଟ ବଲ୍‌ କରୁଥିଲେ।

ପରେ ମିଡିଲ୍‌ ସ୍କୁଲ୍‌ରେ ପଢ଼ିବା ବେଳେ ସେ ଚେୟାର୍‌ ଆକାରର ଗୋଟିଏ ରବର୍‌ ବ୍ୟାଣ୍ଡ୍‌ ବଲ୍‌ କରିଥିଲେ।

ତାକୁ ଜଣେ କ୍ଲାସ୍‌ମେଟ୍‌ ଚୋରାଇ ନେଇଯାଇଥିଲା।

Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ମୁର୍‌ ବଡ଼ ହୋଇ ଚାକିରି କଲେ।

ରବର୍‌ ବ୍ୟାଣ୍ଡ୍‌ ଗୁଡ଼ାଇ ଖୁବ୍‌ ବଡ଼ ବଲ୍‌ଟିଏ କରିବା ପାଇଁ ସହକର୍ମୀମାନେ ତାଙ୍କୁ କହିଲେ।

୨୦୧୫ରେ ତାଙ୍କ ଗ୍ୟାରେଜ୍‌ରେ ମୁର୍‌ ରବର୍‌ ବ୍ୟାଣ୍ଡ୍‌ ଗୁଡ଼ାଇ ପୁଣି ବଲ୍‌ ତିଆରି ଆରମ୍ଭ କଲେ।

ଏକାକୀ ଏତେ ବଡ଼ ବଲ୍‌ କରିବାକୁ ତାଙ୍କୁ ପ୍ରାୟ ୧୦ ବର୍ଷରୁ ବେଶୀ ସମୟ ଲାଗିଲା।

ବଲ୍‌ ଏତେ ବଡ଼ ହୋଇଗଲା ଯେ ଗ୍ୟାରେଜ୍‌ରେ ବି ଜାଗା ହେଲାନି।

ଆରମ୍ଭ ବେଳେ ମୁର୍‌ଙ୍କ କାମ ଦେଖି ପରିବାରର କେତେକ ଲୋକ ଓ ସାଙ୍ଗସାଥୀ ଙ୍କ ଭିତରୁ କେତେକ ସେ ପାଗଳ ବୋଲି ଭାବୁଥିଲେ।

ପରେ ଅବଶ୍ୟ ସମସ୍ତେ ତାଙ୍କୁ ରବର ବ୍ୟାଣ୍ଡ୍‌ ଆଣିଦେବା, ବଲ୍‌ଟିକୁ ନିରାପଦରେ ରଖିବା ଓ ପ୍ରଦର୍ଶନୀକୁ ବୋହି ନେବାରେ ସାହାଯ୍ୟ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)