RSS: ଆରଏସଏସକୁ ନିଷିଦ୍ଧ କର: ମୋହନ ଭାଗବତଙ୍କ ଗସ୍ତ ପୂର୍ବରୁ ଆମେରିକୀୟ ଅଧିକାରୀମାନଙ୍କ ବିବାଦୀୟ ଦାବି
"ୱାସିଂଟନ: ଆମେରିକାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିବାଦୀୟ ଦାବି ହୋଇଛି।
ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଥିବା ଆମେରିକୀୟ ପରାମର୍ଶଦାତା ସଂସ୍ଥା ୟୁଏସସିଆଇଆରଏଫର ଅଧିକାରୀମାନେ ଏହି ଦାବି ଉଠାଇଛନ୍ତି।
ଆମେରିକୀୟ ଧାର୍ମିକ ସ୍ୱାଧୀନତା କମିସନର ଅଧିକାରୀମାନେ ଆମେରିକା ସରକାରଙ୍କୁ ଆରଏସଏସ ନେତାମାନଙ୍କୁ କୂଟନୈତିକ ସୌଜନ୍ୟ ପ୍ରଦାନ ନକରିବାକୁ କିମ୍ବା ସେମାନଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ନକରିବାକୁ କହିଛନ୍ତି।
ଏହି ଦାବି ଅଗଷ୍ଟ ୨୯ରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆମେରିକା ଗସ୍ତର କିଛି ଦିନ ପୂର୍ବରୁ ଉଠାଯାଇଛି।
ୟୁଏସସିଆଇଆରଏଫର ପାକିସ୍ତାନୀ ବଂଶୋଦ୍ଭବ ଅଧ୍ୟକ୍ଷ ଆସିଫ୍ ମହମୁଦ ଆରଏସଏସକୁ ଏକ ମୁଖ୍ୟ ସଂଗଠନ ଭାବରେ ବର୍ଣ୍ଣନା କରି କହିଛନ୍ତି ଯାହାର ସହଯୋଗୀମାନେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିଛନ୍ତି।Advertisment ସୌଜନ୍ୟ ପ୍ରଦାନ କରାଯିବା ଉଚିତ୍ ନୁହେଁ ମହମୁଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଏସଏସର ସଦସ୍ୟ।
ୟୁଏସସିଆଇଆରଏଫର କମିସନର ଜିନ୍ ମିଲ୍ସ କହିଛନ୍ତି ଯେ ଆରଏସଏସ ନେତାମାନେ ଭାରତ ସରକାରଙ୍କ ସହିତ ଜଡିତ ହେଲେ ବି ସେମାନଙ୍କୁ ଉଚ୍ଚସ୍ତରୀୟ ବୈଠକ କିମ୍ବା କୂଟନୈତିକ ସୌଜନ୍ୟ ପ୍ରଦାନ କରାଯିବା ଉଚିତ୍ ନୁହେଁ।
ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ।
ସଂଘର ସହଯୋଗୀ ସଂଗଠନମାନେ ଖ୍ରୀଷ୍ଟିଆନ ଏବଂ ମୁସଲମାନ ସମେତ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଛନ୍ତି।
ଜିନ୍ ମିଲ୍ସ କହିଛନ୍ତି, ଧାର୍ମିକ ବିଶ୍ୱାସର ସ୍ୱାଧୀନତା ଉଲ୍ଲଂଘନ ପାଇଁ ଦାୟୀ ଥିବା ଆରଏସଏସ ସଦସ୍ୟମାନଙ୍କ ଉପରେ ଆମେରିକା ସରକାର ପ୍ରତିବନ୍ଧକ ଲଗାଇବା ଉଚିତ୍।
ଭାଗବତ ଅଗଷ୍ଟ ୨୯ ତାରିଖରେ ନ୍ୟୁୟର୍କରେ ଆମେରିକୀୟ ହିନ୍ଦୁମାନଙ୍କ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ଏକତା ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
US Oil Operation: ପ୍ରତିଦିନ ହର୍ମୁଜ୍ର ଗଳାବାଟ ଦେଇ ୧୦ ନିୟୁତ ବ୍ୟାରେଲ ତେଲ ଆଣୁଛି ଆମେରିକୀୟ ସେନା ୟୁଏସସିଆଇଆରଏଫ ସହିତ ମାନବାଧିକାର ଗୋଷ୍ଠୀ ହିନ୍ଦୁସ୍ ଫର୍ ହ୍ୟୁମାନ୍ ରାଇଟ୍ସ ମଧ୍ୟ ଭାଗବତଙ୍କ ଗସ୍ତକୁ ବିରୋଧ କରିଛି।
ସଂଗଠନ କହିଛି, ସଂଘକୁ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ବିରୋଧରେ ହିଂସାରୁ ଅଲଗା କରାଯାଇପାରିବ ନାହିଁ।
ଏକତା ପାଳନ କରିବା ଧାର୍ମିକ ଶ୍ରେଷ୍ଠତାର ରାଜନୀତିକୁ ଲୁଚାଇ ପାରିବ ନାହିଁ ବୋଲି ସଂଗଠନ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
