Rourkela NIT: ନିଯୁକ୍ତି କ୍ଷେତ୍ରରେ ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ନୂଆ ରେକର୍ଡ୍‌; ୧,୩୪୦ ଜଣଙ୍କୁ ଚାକିରି

Aug 27, 2026 - 23:01
Rourkela NIT: ନିଯୁକ୍ତି କ୍ଷେତ୍ରରେ ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ନୂଆ ରେକର୍ଡ୍‌; ୧,୩୪୦ ଜଣଙ୍କୁ ଚାକିରି

"ରାଉରକେଲା (ଦେବବ୍ରତ ଗଡ଼ତିଆ): ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଛାତ୍ରଛାତ୍ରୀ।

୨୦୨୫–୨୬ ଶିକ୍ଷାବର୍ଷର ପ୍ଲେସମେଣ୍ଟ୍‌ ଡ୍ରାଇଭ୍‌ରେ ଅନୁଷ୍ଠାନ ବେଶ୍ ସଫଳତା ହାସଲ କରିଛି।

ବିଶ୍ୱସ୍ତରୀୟ ଅର୍ଥନୈତିକ ଆହ୍ବାନ ସତ୍ତ୍ୱେ, ୧,୩୪୦ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ଅଫର୍‌ ପାଇଥିବାବେଳେ ୩୬୪ଟି ଛଅ ମାସିଆ ଇଣ୍ଟର୍ନ୍‌ସିପ୍ ଅଫର୍ ହାସଲ କରିଛନ୍ତି।

ବି.ଟେକ୍‌ କ୍ଷେତ୍ରରେ ୯୫.୪୭% ନିଯୁକ୍ତି ମିଳିଥିବାବେଳେ ସର୍ବାଧିକ ବାର୍ଷିକ ପ୍ୟାକେଜ୍‌ ୧.୩୧ କୋଟି ରହିଛି।

କମ୍ପ୍ୟୁଟର ସାଇନ୍ସ ବିଭାଗର ଜଣେ ଛାତ୍ର ଏହି ପ୍ୟାକେଜ୍‌ ହାସଲ କରିଛନ୍ତି।

ଏହାସହ ପ୍ରାକ୍-ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନେ ରେକର୍ଡ ସଂଖ୍ୟକ ୨୫୮ଟି ସମର୍ ଇଣ୍ଟର୍ନସିପ୍ ସୁଯୋଗ ପାଇଛନ୍ତି, ଯାହା ଶିକ୍ଷାନୁଷ୍ଠାନର ଇତିହାସରେ ସର୍ବାଧିକ।Advertisment ଚଳିତ ବର୍ଷର ପ୍ଲେସ୍‌ମେଣ୍ଟ୍‌ରେ ବି.ଟେକ୍‌ ପାଠ୍ୟକ୍ରମର ସଫଳତା ସବୁଠାରୁ ଆକର୍ଷଣୀୟ ରହିଛି, ଯେଉଁଠାରେ ୯୫.୪୭% ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି।

ବି.ଟେକ୍ କ୍ଷେତ୍ରରେ ସର୍ବାଧିକ ବାର୍ଷିକ ପ୍ୟାକେଜ୍‌ ୧.୩୧ କୋଟି ରେକର୍ଡ କରାଯାଇଥିବା ବେଳେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ବିଭାଗର ଜଣେ ଛାତ୍ରଙ୍କୁ ବାର୍ଷିକ ୮୩.୬୦ ଲକ୍ଷର ପ୍ୟାକେଜ୍ ମିଳିଛି।

ସେହିଭଳି ବିଟେକ୍ ପାଠ୍ୟକ୍ରମର ହାରାହାରି ୧୫.୩୩ ଲକ୍ଷ ଓ ମଧ୍ୟମ ୧୨.୫୦ ଲକ୍ଷ ରହିଛି।

ଅପରପକ୍ଷରେ, ଏମ୍‌.ଟେକ୍‌ ପାଠ୍ୟକ୍ରମରେ ମଧ୍ୟ ବେଶ୍ ଉତ୍ସାହଜନକ ଫଳାଫଳ ଦେଖିବାକୁ ମିଳିଛି, ଯେଉଁଥିରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଜଣେ ଛାତ୍ରଙ୍କୁ ସର୍ବାଧିକ ୪୬.୩୮ ଲକ୍ଷ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ ବିଭାଗର ଛାତ୍ରଙ୍କୁ ୪୪ ଲକ୍ଷର ବାର୍ଷିକ ପ୍ୟାକେଜ୍ ମିଳିଛି।

ଏମ୍‌.ଟେକ୍‌ର ହାରାହାରି ପ୍ୟାକେଜ୍‌ ୧୧.୯୦ ଲକ୍ଷ ରହିଥିବା ବେଳେ ଇଣ୍ଟର୍ନ୍‌ସିପ୍‌ ପାଇଁ ମାସିକ ସର୍ବାଧିକ ୧.୫୦ ଲକ୍ଷ ଷ୍ଟାଇପେଣ୍ଡ୍‌ ପ୍ରଦାନ କରାଯାଇଛି।

Accident: ହାଇୱା ଧକ୍କାରେ ଏନ୍‌ଆଇଟି ରାଉରକେଲା ଛାତ୍ର ମୃତ, ଛାତ୍ରୀ ଗୁରୁତର ଅନୁଷ୍ଠାନର ୮୩ ରୁ ଅଧିକ ଛାତ୍ରଛାତ୍ରୀ ୩୦ ଲକ୍ଷରୁ ଅଧିକ ବାର୍ଷିକ ପ୍ୟାକେଜ୍ ହାସଲ କରିଛନ୍ତି।

ଏହି ପ୍ଲେସ୍‌ମେଣ୍ଟ୍‌ ଡ୍ରାଇଭ୍‌ରେ ବାୟୋମେଡିକାଲ୍, କେମିକାଲ୍, ସେରାମିକ୍, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ୍‌ ଓ ମେକାନିକାଲ୍ ଇଞ୍ଜିନିୟରିଂ ଭଳି ବିଭାଗର ଛାତ୍ରଛାତ୍ରୀ ସଫଳତାର ସହ ନିଯୁକ୍ତି ପାଇଛନ୍ତି।

ଏତଦ୍‌ବ୍ୟତୀତ ବାୟୋଟେକ୍ନୋଲୋଜି, ସିଭିଲ୍, ମେଟାଲର୍ଜିକାଲ୍ ଆଦି ଅନ୍ୟାନ୍ୟ ୬ଟି ପ୍ରମୁଖ ବିଭାଗରେ ମଧ୍ୟ ନିଯୁକ୍ତି ହାର ୯୦% ରୁ ଅଧିକ ରହିଛି।

ଚଳିତ ବର୍ଷ ସମୁଦାୟ ୩୭୪ଟି ପ୍ରତିଷ୍ଠିତ କମ୍ପାନି କ୍ୟାମ୍ପସ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିଲେ, ଯେଉଁଥିରୁ ପ୍ରାୟ ୫୦% ପ୍ରଥମଥର ପାଇଁ ଏନ୍‌ଆଇଟିକୁ ଆସିଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରମୁଖ ଇଞ୍ଜିନିୟରିଂ ବିଭାଗଗୁଡ଼ିକ ସବୁଠାରୁ ବଡ଼ ନିଯୁକ୍ତିଦାତା ସାଜି ମୋଟ ଚାକିରିର ୪୧.୬୯% ଅଫର୍ ହାସଲ କରିଥିବାବେଳେ ଏହା ପଛକୁ ସଫ୍ଟୱେୟାର ଓ ଆଇଟି (୧୭.୭୯%), ପାୱାର୍ (୧୩.୭୭%), ବ୍ୟାଙ୍କିଂ ଓ ଆର୍ଥିକ ସେବା (୧୧.୫୨%), ଆନାଲିଟିକ୍ସ (୯.୫%) ଆଦି କ୍ଷେତ୍ର ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)