Undertrial Prisoner Escape ଡାକ୍ତରଖାନାରୁ କଏଦୀ ଫେରାର୍, ଦୁଇ ଜେଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
"ୱାର୍ଡର ନିଲମ୍ବିତ, ଅନ୍ୟ ଜଣକ ନାମରେ ବିଭାଗୀୟ ପ୍ରୋସିଡିଂ ରାତିରେ ଘରୁ କଏଦୀଙ୍କ ପତ୍ନୀ ଗାଏବ ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିବା ଜଣେ ବିଚାରାଧୀନ ବନ୍ଦୀ ଟେକଚାନ୍ଦ ବେହେରା (୩୩) ୨୫ ତାରିଖ ରାତି ୮ଟା ୩୬ରୁ ଫେରାର ହୋଇଯାଇଛି।
ଏହା ଭିତରେ ୪୮ ଘଣ୍ଟା ବିତିଗଲାଣି, ପୁଲିସ ଦଳ ଧରିବାକୁ ତନାଘନା ଚଳାଇଥିଲେ ମଧ୍ୟ କଏଦୀଙ୍କ ପତ୍ତା ମିଳିନି।
ଅନ୍ୟପକ୍ଷରେ ଗୁରୁବାର କାରଗାର ବରିଷ୍ଠ ଅଧୀକ୍ଷକ ଆସି ଘଟଣାର ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହି ଘଟଣରେ ଜଣେ ୱାଡେନ୍ ସୌମ୍ୟରଞ୍ଜନ କରଣଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଅନ୍ୟଜଣେ ୱାଡେନ୍ଙ୍କ ବିରୋଧ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।Advertisment ଚକ୍ମା ଦେଇ କଏଦୀ ଫେରାର୍, ହାତ କାଟି ଡାକ୍ତରଖାନାରୁ ଚମ୍ପଟ ସେପଟେ ସଦରଥାନା ରୁପାବାହାଲ ଗାଁରୁ କଏଦୀଙ୍କ ପତ୍ନୀ ଗାଏବ୍ ହୋଇଯାଇଛନ୍ତି।
ସମ୍ଭବତଃ ଡାକ୍ତରଖାନାରୁ ଟେକଚାନ୍ଦ ଫେରାର ହେବାପରେ ପତ୍ନୀଙ୍କୁ ନେଇ ବାହାର ରାଜ୍ୟକୁ ପଳାଇଯିବାକୁ ଉଦ୍ୟମ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ନିଜ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ସଦରଥାନା ପୁଲିସ ଟେକଚାନ୍ଦ ବେହେରାକୁ ଗତ ଏପ୍ରିଲ ମାସ ଗିରଫ କରି କୋର୍ଟଚାଲାଣ କରିଥିଲା।
କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେ ବିଚାରାଧୀନ ବନ୍ଦୀ ଭାବେ ଜିଲ୍ଲା କାରାଗାରରେ ରହିଥିଲା।
କଏଦୀ ଫେରାର୍ ମାମଲା : ୨ ୱାର୍ଡର ନିଲମ୍ବିତ ୨୫ ତାରିଖରେ ସେ ତରଳଝାଡ଼ାରେ ଆକ୍ରାନ୍ତ ହେବାରୁ ଅପରାହ୍ଣରେ ତାକୁ କାରଗାରରୁ ଆଣି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ରାତି ୮ଟା ୩୬ରେ ସେ ପରିସ୍ରା କରିବାକୁ ଶୌଚାଳୟକୁ ଯାଉଛି କହି ସେଠାରୁ ଫେରାର ହୋଇଗଲା।
ବନ୍ଦୀଙ୍କ ଶଯ୍ୟା ପାଖରେ ୩ ଜଣ କାରାଗାର ସୁରକ୍ଷାକର୍ମୀ ଜଗି ରହିଥିଲେ ମଧ୍ୟ ସେ ଫେରାର ହୋଇଯିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣା ପରେ କାରଗାର କର୍ତ୍ତୃପକ୍ଷ, ଟାଉନ ଥାନା ପୁଲିସ ସହ ସନ୍ଧାନୀ କୁକୁର ରାତିରେ ବିଭିନ୍ନ ସ୍ଥାନରେ ଖୋଜିଖୋଜି କରିଥିଲେ।
୨୬ ଓ ୨୭ ତାରିଖ ଦିବାରାତ୍ର ପୁଲିସ ଦଳ ଖୋଜାଖୋଜି କରୁଥିଲେ ମଧ୍ୟ କଏଦୀର କୌଣସି ସନ୍ଧାନ ପାଇନାହାନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
