Rohit's retirement: ରୋହିତଙ୍କ ଅବସର ନେଇ ଦ୍ବନ୍ଦ୍ବ: ବିସିସିଆଇ କହିଲା ଆମ ପାଖରେ ନାହିଁ ସୂଚନା

Jul 18, 2026 - 07:28
Rohit's retirement: ରୋହିତଙ୍କ ଅବସର ନେଇ ଦ୍ବନ୍ଦ୍ବ: ବିସିସିଆଇ କହିଲା ଆମ ପାଖରେ ନାହିଁ ସୂଚନା

"ଲଣ୍ଡନ୍‌: ଭାରତୀୟ ଦିନିକିଆ ଦଳର ପୂର୍ବତନ ଅଧିନାୟକ ତଥା ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଖେଳ ଜୀବନ ରବିବାର ଲର୍ଡସରେ ଶେଷ ହୋଇଯିବ ବୋଲି ଚାଲିଥିବା ଚର୍ଚ୍ଚା ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ପହଞ୍ଚିଯାଇଛି।

ରୋହିତଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନଥିଲେ ମଧ୍ୟ ତାଙ୍କ ସମ୍ପୂର୍ଣ୍ଣ ପରିବାର ଶୁକ୍ରବାର ଲଣ୍ଡନ୍‌ରେ ପହଞ୍ଚିବା ଏହି ଅବସର ନିଷ୍ପତ୍ତିକୁ ଖୋରାକ ଯୋଗାଇଛି।

ବିସିସିଆଇ କିନ୍ତୁ ଶୁକ୍ରବାର ସ୍ପଷ୍ଟ କରିଛି ଆମ ପାଖରେ ରୋହିତଙ୍କ ଅବସର ସମ୍ପର୍କରେ କିଛି ସୂଚନା ନାହିଁ।

ସେ ଆମକୁ କିଛି ଜଣାଇନାହାନ୍ତି।

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି "ରବିବାର ଲର୍ଡସରେ ରୋହିତ ଶର୍ମା ଶେଷ ମ୍ୟାଚ୍‌ ଖେଳିବେ ନାହିଁ।

ସେ ଭାରତୀୟ ଦିନିକିଆ ଦଳର ନିୟମିତ ସଦସ୍ୟ ଅଛନ୍ତି।

ଯୋଜନାରେ ଥିବା ପର୍ଯ୍ୟନ୍ତ ‌ସେ ଖେଳ ଜାରି ରଖିବେ।Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ ବିସିସିଆଇ କହିଲା ଆମ ପାଖରେ ନାହିଁ ସୂଚନା, ସମ୍ପୂର୍ଣ୍ଣ ପରିବାର ପହଞ୍ଚିଲେ ଲଣ୍ଡନ୍‌ ଅର୍ଥାତ୍‌ ରୋହିତ ରବିବାର ଶେଷ ମ୍ୟାଚ୍ ଖେଳିବେ ନାହିଁ""।

ଏହା ପୂର୍ବରୁ ଚୟନକର୍ତାମାନେ କେଉଁଠି ରୋହିତଙ୍କୁ ରୋକଠୋକ୍‌ ଭାବେ କହି ସାରିଛନ୍ତି ଯେ ୨୦୨୭ ଦିନିକିଆ ବିଶ୍ବକପ୍‌‌ ଯୋଜନାରେ ସେ ଆଉ ନାହାନ୍ତି।

ଏହି କାରଣରୁ ରୋହିତ ଲର୍ଡସ ଭଳି ଐତିହାସିକ ଷ୍ଟାଡିୟମ୍‌ରେ ଅବସର  ନେବାକୁ ପସନ୍ଦ କରିଥିବା ବିଶ୍ବାସ କରାଯାଉଛି।

ରବିବାର ଭାରତ ଏଠାରେ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ଖେଳିବ।ସୂଚନାଯୋଗ୍ୟ, ପୂର୍ବରୁ ରୋହିତ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ରୁ ଅବସର ନେଇ ସାରିଛନ୍ତି।

ଭାରତ ପାଇଁ ରୋହିତ ୬୭ ଟେଷ୍ଟ୍‌, ୨୮୭ ଦିନିକିଆ, ୧୫୯ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।

ମୋଟ ଉପରେ ୨୦,୦୦୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ରନ୍‌ ବି ସଂଗ୍ରହ କରିଛନ୍ତି।

ରୋହିତଙ୍କ ଉପରେ କୌଣସି ଚାପ ନାହିଁ: କୋଟାକ୍‌ ଲଣ୍ଡନ: ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର୍‌ ରୋହିତ ଶର୍ମା ନିଜ ଫର୍ମକୁ ନେଇ ଇଂଲଣ୍ଡରେ ସଂଘର୍ଷ କରୁଥିବାବେଳେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଛି।

ତେବେ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ସିତାଂଶୁ କୋଟାକ୍‌।

କୋଟାକ କହିଛନ୍ତି ଯେ ଏହା ସତ ଯେ ପ୍ରଥମ ଦୁଇ ମ୍ୟାଚ୍‌ରେ ରୋହିତ ଅଧିକ ରନ୍‌ କରିପାରି ନାହାନ୍ତି।

କିନ୍ତୁ ସେଥି ଯୋଗୁୁଁ ସେ ଚାପରେ ରହୁଛନ୍ତି ବୋଲି କହିବା ଠିକ୍‌ ନୁହେଁ।

Rain: ୫ କୋଟି ଟଙ୍କାର ବିଦ୍ୟୁତ୍‌ ସବଷ୍ଟେସନରେ ବର୍ଷାପାଣି ଲହଡ଼ି “ରୋହିତଙ୍କ ପରି ଜଣେ ବଡ଼ ଖେଳାଳି ଚାପରେ ରହିବା କଥା ବିଶ୍ବାସଯୋଗ୍ୟ ନୁହେଁ।

ସେ ପ୍ରଥମ ଦୁଇ ମ୍ୟାଚ୍‌ରେ ରନ୍‌ କରିପାରି ନାହାନ୍ତି, କିନ୍ତୁ ତାହା ତାଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ।

ଅନେକ କ୍ରିକେଟ୍‌ର ଏମିତି ସମୟ ଦେଇ ଗତି କରନ୍ତି।

କିନ୍ତୁ ସେ ସଂଘର୍ଷ କରୁଥିବା କଥା କହିବା ଠିକ୍‌ ନୁହେଁ।

ଲର୍ଡସ୍‌ରେ ସେ ଏକ ଭଲ ପାଳି ଖେଳିବେ ବୋଲି ଆଶା କରାଯାଉଛି।"" ଏଜବାଷ୍ଟନ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ୨୧ ବଲ୍‌ ଖେଳି ମାତ୍ର ୧୧ ରନ୍‌ କରିଥିବାବେଳେ କାର୍ଡିଫ୍‌ର ସୋଫିଆ ଗାର୍ଡେନ୍ସରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ସେ ୪୭ ବଲ୍‌ରୁ ୨୬ ରନ୍‌ କରିଥିଲେ।

ତାଙ୍କର ଏହି ଖରାପ ଲୟ ପରେ ଅବସର ଚର୍ଚ୍ଚା ବଢିଯାଇଛି।

କେତେକ ଖବର ଅନୁସାରେ ଲର୍ଡସ୍‌ରେ ହେବାକୁ ଥିବା ତୃତୀୟ ଦିନିକିଆ ତାଙ୍କର ଶେଷ ଅନ୍ତର୍ଜାତୀୟ ଦିନିକିଆ ହୋଇପାରେ।

ଏପରିକି କେତେକ ରିପୋର୍ଟରେ ୨୦୨୭ ବିଶ୍ବକପ୍‌ ଦଳରେ ରୋହିତଙ୍କୁ ନେଇ କୌଣସି ଯୋଜନା ନଥିବା ଚୟନ କମିଟି ତାଙ୍କୁ ସଂକେତ ଦେଇସାରିଥିବା ଦାବି କରାଯାଉଛି।

ଏସବୁ ମଧ୍ୟରେ ରବିବାର ହେବାକୁ ଥିବା ଲର୍ଡସ୍‌ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।