Robbery: ଡାକ୍ତରଙ୍କ ଘରେ ଡକାୟତି: ହାତଗୋଡ଼ ଓ ମୁହଁ ବାନ୍ଧି ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଲୁଟ୍

Jul 11, 2026 - 14:27
Robbery: ଡାକ୍ତରଙ୍କ ଘରେ ଡକାୟତି: ହାତଗୋଡ଼ ଓ ମୁହଁ ବାନ୍ଧି ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଲୁଟ୍

"ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଚାଞ୍ଚଲ୍ୟକର ଡକାୟତି ଘଟଣା ଘଟିଛି।

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ସରକାରୀ ଡାକ୍ତର ଅଜିତ ଦାସଙ୍କ ବାସଭବନରେ  ୪ଜଣ ଦୁର୍ବୃତ୍ତ, ଡାକ୍ତରଙ୍କ ମୁହଁ ବନ୍ଦ କରି ତାଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି।

ଡାକ୍ତର ପିନ୍ଧିଥିବା ଦୁଇଟି ସୁନା ଚେନ, ସୁନା ମୁଦି ଓ ଘରେ ଥିବା ସାମଗ୍ରୀ ଖୋଜାଖୋଜି କରି ପ୍ରାୟ ୮୦ ହଜାର ଟଙ୍କା ନଗଦ ଲୁଟି ଡକାୟତମାନେ ଫେରାର ହୋଇ ଯାଇଥିଲେ।Advertisment Student Death: ସାପ କାମୁଡ଼ାରେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ; ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ ସାଇନଟିଫିକ ଦଳର ତଦନ୍ତ ଜାରି ଏହି ଘଟଣା ପରେ କାର୍ଯ୍ୟରତ କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

ଅନ୍ୟ ପକ୍ଷରେ ରୋଗୀ କଲ୍ୟାଣ ବୈଠକରେ ବିଭିନ୍ନ ସମୟରେ ଉପଖଣ୍ଡ ଡାକ୍ତରଖାନାଠାରେ ଏକ ପୁଲିସ ଆଉଟ ପୋଷ୍ଟ କରିବାକୁ ଦାବୀ ହୋଇ ଥିଲେ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ।

ଫଳରେ ଏଭଳି ସମସ୍ୟା ହୋଉଛି ବୋଲି କହିଛନ୍ତି ଡାକ୍ତର ଓ କର୍ମଚାରୀ କହିଛନ୍ତି।

ଧର୍ମଗଡ଼ ପୁଲିସ, ସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳକୁ ଆସି ତଦନ୍ତ ଜାରି ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।