Hyderabad:୬୦ରୁ ଅଧିକ ନିବେଶକଙ୍କଠାରୁ ୫୦ କୋଟି ଟଙ୍କା ନେଇ ସ୍ୱିଜରଲାଣ୍ଡରେ ହାଇଦ୍ରାବାଦ ଦମ୍ପତି ନିଖୋଜ

Jul 11, 2026 - 16:43
Hyderabad:୬୦ରୁ ଅଧିକ ନିବେଶକଙ୍କଠାରୁ ୫୦ କୋଟି ଟଙ୍କା ନେଇ ସ୍ୱିଜରଲାଣ୍ଡରେ ହାଇଦ୍ରାବାଦ ଦମ୍ପତି ନିଖୋଜ

"ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦର ବ୍ୟବସାୟୀ ପବ୍ବା ଚନ୍ଦ୍ରଶେଖର (୫୧) ଏବଂ ତାଙ୍କ ପତ୍ନୀ ସ୍ୱପ୍ନା (୪୨) ସ୍ୱିଜରଲାଣ୍ଡରେ ଛୁଟି ବିତାଇବା ସମୟରେ ରହସ୍ୟମୟ ପରିସ୍ଥିତିରେ ନିଖୋଜ ହୋଇଯାଇଛନ୍ତି।

ସେମାନଙ୍କ ଝିଅ ଶ୍ରେୟାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବ୍ୟବସାୟୀ ଚନ୍ଦ୍ରଶେଖର ଜୁନ୍ ୨୨ ତାରିଖରେ ତାଙ୍କ ପତ୍ନୀଙ୍କ ସହିତ ସ୍ୱିଜରଲାଣ୍ଡକୁ ଛୁଟି ବିତାଇବାକୁ ଯାଇଥିଲେ।

ସେମାନେ ପ୍ରାୟ ତିନି ସପ୍ତାହ ପାଇଁ ସେଠାରେ ରହିବାର ଥିଲା।Advertisment ଆହୁରି ପଢନ୍ତୁ :Railway Minister: ଗୁଡାରି ବ୍ଲକକୁ ରେଳ ସଂଯୋଗ ଦାବି: ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କୋରାପୁଟ ସାଂସଦ  ଚନ୍ଦ୍ରଶେଖରଙ୍କ ଝିଅ ଶ୍ରେୟା ତାଙ୍କ ଅଭିଯୋଗରେ ପୁଲିସକୁ କହିଛନ୍ତି ଯେ, ସେମାନେ ପ୍ରଥମେ ସେମାନଙ୍କ ପରିବାର ସହିତ ଯୋଗାଯୋଗରେ ଥିଲେ, କିନ୍ତୁ ଜୁଲାଇ ୮ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ପରିବାର ପକ୍ଷରୁ ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା।

କାରଣ ସେମାନଙ୍କର ଉଭୟ ମୋବାଇଲ୍ ଫୋନ୍ ବନ୍ଦ କିମ୍ବା ନେଟୱାର୍କ କଭରେଜ୍ ବାହାରେ ଥିଲା।

ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ବର୍ଷ ବର୍ଷ ଧରି ଆକର୍ଷଣୀୟ ରିଟର୍ଣ୍ଣ ପ୍ରତିଶ୍ରୁତି ଦେଇ ୬୦ରୁ ଅଧିକ ଲୋକଙ୍କଠାରୁ ପ୍ରାୟ ୫୦ କୋଟି ଟଙ୍କା ଆଦାୟ କରିଛନ୍ତି।

ଆହୁରି ପଢନ୍ତୁ :Omar Abdullah: ବିଜେପି ପକ୍ଷରୁ ଏନସି ବିଧାୟକମାନଙ୍କୁ ଦଳ ବଦଳାଇବା ପାଇଁ ୨୦ରୁ ୩୦ କୋଟି ଟଙ୍କାର ଅଫର ଦିଆଯାଇଥିଲା: ଓମର ଅବଦୁଲ୍ଲା ତେବେ ପୁଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ଠକେଇ ଅଭିଯୋଗ ଘୋଷଣା କରାଯାଇ ନାହିଁ।

ପୁଲିସ ଏହି ମାମଲାର ତଦନ୍ତ ସମସ୍ତ ସମ୍ଭାବ୍ୟ ଦୃଷ୍ଟିକୋଣରୁ କରୁଛି, ଯେପରିକି ସ୍ୱେଚ୍ଛାକୃତ ନିଖୋଜ ଏବଂ ଆର୍ଥିକ ଠକେଇ।

ପୁଲିସ ଦମ୍ପତିଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ଥିବା ଯେକୌଣସି ବ୍ୟକ୍ତିଙ୍କୁ ସୂଚନା ଦେବା ପାଇଁ ଆସିବାକୁ ନିବେଦନ କରିଛି।

ନିଖୋଜ ଦମ୍ପତିଙ୍କ ଟୁର୍ ପ୍ଲାନ୍, ପ୍ରବାସନ ରେକର୍ଡ ଏବଂ ଆର୍ଥିକ କାରବାରର ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ୍ କରାଯାଉଛି।

ଯାହା ଦ୍ୱାରା ଜଣାପଡିବ ଯେ, ସେମାନେ ପ୍ରକୃତରେ ସ୍ୱିଜରଲାଣ୍ଡଯାଇଥିଲେ ନା ଅନ୍ୟ କୌଣସି ସ୍ଥାନକୁ ଯାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।