Clothes Care: ଫିକା ପଡ଼ୁଛି କି ପୋଷାକର ରଙ୍ଗ? ଘରୋଇ ଉପାୟରେ ପାଆନ୍ତୁ ସହଜ ସମାଧାନ

Jul 11, 2026 - 14:46
Clothes Care: ଫିକା ପଡ଼ୁଛି କି ପୋଷାକର ରଙ୍ଗ? ଘରୋଇ ଉପାୟରେ ପାଆନ୍ତୁ ସହଜ ସମାଧାନ

"ନୂଆଦିଲ୍ଲୀ: ଆପଣଙ୍କ ପ୍ରିୟ ରଙ୍ଗୀନ ପୋଷାକ କିଛି ମାସ ମଧ୍ୟରେ ଫିକା ଏବଂ ମଳିନ ଦେଖାଯାଉଛି କି?

ଏହାର କାରଣ ସବୁବେଳେ ଡିଟରଜେଣ୍ଟ ନୁହେଁ।

ବରଂ ଘରକୁ ଆସୁଥିବା ଲୁଣିଆ ବା କଠିନ ପାଣି (Hard Water) ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ।

ପାଣିରେ ଥିବା ଅଧିକ ଖଣିଜ ପଦାର୍ଥ ଡିଟରଜେଣ୍ଟ ସହ ମିଶି ପୋଷାକ ଉପରେ ଏକ ଅଦୃଶ୍ୟ ସ୍ତର ସୃଷ୍ଟି କରେ, ଯାହା ଧୀରେ ଧୀରେ କପଡ଼ାର ରଙ୍ଗ ଓ ଗୁଣବତ୍ତାକୁ  କ୍ଷତି ପହଞ୍ଚାଏ।

ଏହି ସମସ୍ୟାର ସମାଧାନ ପାଇଁ ଦାମୀ କେମିକାଲ୍‌ଯୁକ୍ତ ପ୍ରଡକ୍ଟ ବଦଳରେ କିଛି ସହଜ ଘରୋଇ ଉପାୟ ଅବଲମ୍ବନ କରାଯାଇପାରେ।Advertisment Vitamin Deficiency: ରାତିସାରା ଶୋଇବା ପରେ ବି ଥକ୍କା ଲାଗୁଛି କି?

ଏହା ଏକ ଗମ୍ଭୀର ଅସୁସ୍ଥତାର ସଙ୍କେତ ହୋଇପାରେ...

ଧଳା ଭିନେଗାର ବ୍ୟବହାର କରନ୍ତୁ: ଅଧ କପ୍ ଧଳା ଭିନେଗାରକୁ ଏକ ବାଲ୍ଟି ପାଣିରେ ମିଶାଇ ପୋଷାକକୁ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ।

ପରେ ହାଲୁକା ଡିଟରଜେଣ୍ଟରେ ଧୋଇ ଛାଇରେ ଶୁଖାଇଲେ ପୋଷାକର ଚମକ ବଢ଼ିଥାଏ।ବେକିଂ ସୋଡ଼ାରେ ହଟିବ ଖଣିଜ ସ୍ତର: ଡିଟରଜେଣ୍ଟ ସହ ୨ରୁ ୩ ଚାମଚ ବେକିଂ ସୋଡ଼ା ମିଶାଇ ପୋଷାକ ଧୋଇଲେ ଲୁଣିଆ ପାଣି ଯୋଗୁଁ ଜମିଥିବା ଖଣିଜ ପଦାର୍ଥ ଦୂର ହୋଇ ପୋଷାକ ସତେଜ ରହେ।ଲେମ୍ବୁ ରସ ମଧ୍ୟ ଉପକାରୀ: ୨ରୁ ୩ଟି ଲେମ୍ବୁର ରସ ଏକ ବାଲ୍ଟି ପାଣିରେ ମିଶାଇ ସେଥିରେ ପୋଷାକକୁ ୧୫ରୁ ୨୦ ମିନିଟ୍ ବୁଡ଼ାଇ ରଖିବା ପରେ ଧୋଇଲେ ରଙ୍ଗ ଉଜ୍ଜ୍ୱଳ ରହିଥାଏ।ସଠିକ୍ ଡିଟରଜେଣ୍ଟ ବାଛନ୍ତୁ: କଠିନ ପାଣି ଥିବା ଅଞ୍ଚଳରେ ସାଧାରଣ ଡିଟରଜେଣ୍ଟ ପରିବର୍ତ୍ତେ ହାର୍ଡ ୱାଟର ପାଇଁ ଉପଯୁକ୍ତ ଲିକ୍ୱିଡ୍ ଡିଟରଜେଣ୍ଟ ବ୍ୟବହାର କଲେ ଭଲ ଫଳ ମିଳିଥାଏ।ଖରାରେ ଅଧିକ ସମୟ ଶୁଖାନ୍ତୁ ନାହିଁ: ରଙ୍ଗୀନ ପୋଷାକକୁ ସିଧାସଳଖ ପ୍ରଖର ଖରାରେ ଶୁଖାଇବା ବଦଳରେ ଛାଇ କିମ୍ବା ହାଲୁକା ଖରାରେ ଭିତର ପଟକୁ ବାହାର କରି ଶୁଖାଇବା ଉଚିତ୍।କପଡ଼ା କଣ୍ଡିସନର ବ୍ୟବହାର କରନ୍ତୁ: ଧୋଇବା ପରେ କପଡ଼ା କଣ୍ଡିସନର ବ୍ୟବହାର କଲେ ପୋଷାକ ନରମ ଓ ଉଜ୍ଜ୍ୱଳ ରହିବା ସହ ଲୁଣିଆ ପାଣିର ପ୍ରଭାବ ମଧ୍ୟ କମିଥାଏ।

କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ: •    ପୋଷାକ ଧୋଇବା ପୂର୍ବରୁ କେୟାର ଲେବଲ୍ ପଢ଼ନ୍ତୁ।•    ଅତ୍ୟଧିକ ଗରମ ପାଣିରେ ରଙ୍ଗୀନ ପୋଷାକ ଧୋଇବାରୁ ଦୁରେଇ ରୁହନ୍ତୁ।•    ଆବଶ୍ୟକତାଠାରୁ ଅଧିକ ଡିଟରଜେଣ୍ଟ ବ୍ୟବହାର କରନ୍ତୁ ନାହିଁ।•    ଧଳା ଓ ରଙ୍ଗୀନ ପୋଷାକକୁ ଅଲଗା ଧୋଇବା ଉଚିତ୍।•    ୱାଶିଂ ମେସିନକୁ ନିୟମିତ ସଫା କରନ୍ତୁ, ଯାହାଦ୍ୱାରା ଖଣିଜ ପଦାର୍ଥ ଜମି ନ ରହେ।

ବିଶେଷଜ୍ଞଙ୍କ ମତରେ, ଏହି ସରଳ ଘରୋଇ ଉପାୟ ଅନୁସରଣ କଲେ ଲୁଣିଆ ପାଣିର କ୍ଷତିକାରକ ପ୍ରଭାବକୁ କମାଇ ପୋଷାକର ରଙ୍ଗ ଓ ଗୁଣବତ୍ତାକୁ ଦୀର୍ଘଦିନ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରଖିହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।