Road Safety Crackdown: ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ କଠୋର ଆଭିମୁଖ୍ୟ, ଏଣିକି ଗାଡ଼ି ଜବତ ପାଇଁ STAର ନିର୍ଦ୍ଦେଶ

Jul 07, 2026 - 21:01
Road Safety Crackdown: ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ କଠୋର ଆଭିମୁଖ୍ୟ, ଏଣିକି ଗାଡ଼ି ଜବତ ପାଇଁ STAର ନିର୍ଦ୍ଦେଶ

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ କଠୋର ଆଭିମୁଖ୍ୟ।ବିନା ଫିଟନେସରେ ଚଳାଇଲେ ଜବତ ହେବ ଗାଡ଼ି।  ନିୟମ ଉଲ୍ଲଙ୍ଘନ କଲେ କେବଳ ଜରିମାନା ନୁହେଁ, ଏଣିକି ଗାଡ଼ିକୁ ବି ଜବତ କରାଯିବ ବୋଲି ନୂଆ ସର୍କୁଲାର ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ କର୍ତ୍ତୃପକ୍ଷ।

ଏହା ଅନୁସାରେ ଏଣିକି ଅଭ୍ୟାସଗତ ଉଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ଫିଟନେସ, ଵୀମା, ପରମିଟ୍ ନ ଥିଲେ ଗାଡ଼ିକୁ ଜବତ ପାଇଁ STA  ନିର୍ଦ୍ଦେଶ ଦେଇଛି। 

ଏକାଧିକ ଥର ନିୟମ ଉଲଂଘନ କରିଥିବା ଗାଡ଼ିକୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅଧିକାରୀ ଯାଞ୍ଚ ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦିଆଯାଇଛି।

ଫିଟନେସ୍  ନଥିବାରୁ ଆଜି ଭୁବନେଶ୍ବରରେ ଏକ ବସକୁ ଜବତ କରିଛି ପରିବହନ ବିଭାଗ। କଟକରୁ ବ୍ରହ୍ମପୁର ଯାଉଥିବା ବସ୍ ର ଫିଟନେସ୍  ନଥିବାରୁ ତାକୁ ଯାଞ୍ଚ୍ ବେଳେ ଜବତ କରାଯାଇଛି।...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।