Road Blocked: ତୁଷୁରା-ନୂଆପଡ଼ା ମୁଖ୍ୟ ରାସ୍ତାରେ ପଡ଼ିଲା ଗଛ, ଯାତାୟତ ଠପ୍
"ତୁଷୁରା: ତୁଷୁରାରୁ ନୂଆପଡ଼ା ଯିବା ମୁଖ୍ୟ ରାସ୍ତାର ନୂଆପଡ଼ା ସମରା ଛକ ନିକଟରେ ଆଜି ଏକ ବିଶାଳକାୟ ଗଛ ଗତ ତିନି ଦିନ ଧରି ବର୍ଷା ଯୋଗୁଁ ଢଳି ପଡ଼ିଛି।
ଗଛଟି ରାସ୍ତା ମଝିରେ ପଡିବା ଫଳରେ ଉକ୍ତ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇ ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Advertisment ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ସୂଚନା ଅନୁଯାୟୀ ତୁଷୁରା ଏବଂ ନୂଆପଡ଼ାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତା।
ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ଏହି ବାଟ ଦେଇ ଯାତାୟତ କରିଥାନ୍ତି।
ବିଶେଷ କରି ତୁଷୁରା ଡିଗ୍ରୀ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ନୂଆପଡ଼ା ଅଭିମୁଖେ ଯାଉଥିବା ସାଧାରଣ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି।
ଆଜି ହଠାତ୍ ସମରା ଛକ ଠାରେ ଥିବା ଏକ ବିରାଟ ଗଛ ରାସ୍ତା ଉପରକୁ ଉପୁଡି ପଡିବାରୁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି।
ରାସ୍ତା ଅବରୋଧ ଯୋଗୁଁ କଲେଜ ଯାଉଥିବା ଛାତ୍ରଛାତ୍ରୀ, କର୍ମଜୀବୀ ଏବଂ ଜରୁରୀ କାମରେ ଯାଉଥିବା ଲୋକମାନେ ଘଣ୍ଟା ଘଣ୍ଟା ଧରି ଫସି ରହିଛନ୍ତି।
ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତା ଉପରୁ ଗଛଟିକୁ ହଟାଇବା ସହ ଯାତାୟତ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ବାସିନ୍ଦା ତଥା ଫସି ରହିଥିବା ଯାତ୍ରୀମାନେ ଦାବି କରିଛନ୍ତି।
Snake Bite: ବିଷାକ୍ତ ସାପ କାମୁଡ଼ାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।