River Drowning: କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ

Jun 25, 2026 - 13:34
River Drowning: କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ

"ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମୁଥାଥିଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଏବଂ ସେମାନଙ୍କ ଗାଡ଼ି ଚାଳକଙ୍କ ସମେତ ମୋଟ ପାଞ୍ଚ ଜଣଙ୍କର ପ୍ରାଣହାନି ଘଟିଛି।

ମୃତକମାନେ ହେଲେ ଶ୍ୱେତା (୩୮), ଚୈତ୍ରା (୨୦), ବିଜୟମ୍ମା (୫୦), ପ୍ରିୟଙ୍କା (୨୮) ଏବଂ ଚାଳକ ମହେଶ।

ଏହି ସମସ୍ତ ବ୍ୟକ୍ତି ବେଙ୍ଗାଲୁରୁର ପଶ୍ଚିମାଞ୍ଚଳରେ ଅବସ୍ଥିତ ବ୍ୟାଦରହଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି।

ଏକ ମନ୍ଦିର ଦର୍ଶନ ସାରି ନଦୀକୂଳକୁ ବୁଲିଯାଇଥିବା ସମୟରେ ଏହି ଅଘଟଣ ଘଟିଛି।Advertisment ମୁଥାଥିସ୍ଥିତ ମୁଥାଥିରାୟ ମନ୍ଦିରକୁ ଯାଇଥିଲେ ସୂଚନା ଅନୁଯାୟୀ, ଏହି ଶ୍ରଦ୍ଧାଳୁ ଦଳ ପ୍ରଥମେ ପ୍ରସିଦ୍ଧ କବ୍ବାଲାମ୍ମା ମନ୍ଦିର ଦର୍ଶନ କରିଥିଲେ ଏବଂ ଏହା ପରେ ମୁଥାଥିସ୍ଥିତ ମୁଥାଥିରାୟ ମନ୍ଦିରକୁ ଯାଇଥିଲେ।

ଦର୍ଶନ ସାରିବା ପରେ ସନ୍ଧ୍ୟା ପ୍ରାୟ ୪:୪୫ ରୁ ୫ ଟା ମଧ୍ୟରେ ସେମାନେ ନିକଟରେ ପ୍ରବାହିତ କାବେରୀ ନଦୀ କୂଳକୁ ଯାଇଥିଲେ।

ସେଠାରେ ଫଟୋ ଉଠାଇବା ସମୟରେ ବିଜୟମ୍ମା ନାମକ ମହିଳା ଜଣକ ନଦୀର ଗଭୀର ସ୍ଥାନକୁ ଖସିଯାଇ ବୁଡ଼ିବାକୁ ଲାଗିଥିଲେ।

ତାଙ୍କୁ ବଞ୍ଚାଇବା ପାଇଁ ପରିବାରର ଅନ୍ୟ ସଦସ୍ୟମାନେ ଜଣକ ପରେ ଜଣେ ନଦୀ ଗର୍ଭକୁଡେଇଁପଡ଼ି ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ।

ଘଟଣା ପରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀର କର୍ମଚାରୀମାନେ ପହଞ୍ଚି ନଦୀରୁ ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମାଣ୍ଡ୍ୟାର ମିମ୍ସ ହସ୍ପିଟାଲକୁ ପଠାଇଛନ୍ତି।

ସ୍ଥାନୀୟ ପୋଲିସ ଏହି ମାଳମାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ନଦୀର ଉପରିଭାଗ ଶାନ୍ତ ଦେଖାଯାଉଥିଲେ ମଧ୍ୟ ଏହାର ଭିତରେ ପ୍ରଖର ସ୍ରୋତ ଓ ଗଭୀର ଥିଲା, ଯାହାକୁ ମୃତକମାନେ ଆକଳନ କରିପାରିନଥିଲେ ଏବଂ ଏହି ଅସାବଧାନତା ଯୋଗୁଁ ଏତେ ବଡ଼ ବିପତ୍ତି ଘଟିଗଲା।

Trump: ସ୍ପେନ ବହୁତ ଖରାପ, ଇଟାଲୀ ଏବଂ ଫ୍ରାନ୍ସ ମଧ୍ୟ କରିଛନ୍ତି ନିରାଶ: ନାଟୋ ମୁଖ୍ୟଙ୍କ ସାମ୍ନାରେ ଅସନ୍ତୋଷ ବ୍ୟକ୍ତ କଲେ ଟ୍ରମ୍ପ "