Restaurant Shooting: ରେଷ୍ଟୁରାଣ୍ଟରେ ଆଖିବୁଜା ଗୁଳିମାଡ଼, ଆକ୍ରମଣକାରୀଙ୍କ ସମେତ ୩ ମୃତ

Aug 02, 2026 - 10:08
Restaurant Shooting: ରେଷ୍ଟୁରାଣ୍ଟରେ ଆଖିବୁଜା ଗୁଳିମାଡ଼, ଆକ୍ରମଣକାରୀଙ୍କ ସମେତ ୩ ମୃତ

"ୱାସିଂଟନ: ଆମେରିକାରେ ବନ୍ଧୁକ ସଂସ୍କୃତି ଆତଙ୍କ ସୃଷ୍ଟି କରିଛି।

ଇଦାହୋ ରାଜ୍ୟର ଟ୍ୱିନ୍ ଫଲ୍ସରେ ଏକ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ଘଯଣାରେ ଅନେକ ଆହତ ହୋଇଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, କିଛି ଦିନ ପୂର୍ବରୁ ଏହି ସ୍ଥାନରେ ଖୋଲିଥିବା ପ୍ରସିଦ୍ଧ ବର୍ଗର ଚେନ୍ ଇନ୍-ଏନ୍-ଆଉଟ୍ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ଘଟିଛି।

ଟ୍ୱିନ୍ ଫଲ୍ସ ପୁଲିସ ମୁଖ୍ୟ ମାଥ୍ୟୁ ହିକ୍ସ କହିଛନ୍ତି ଯେ, ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ପୁଲିସ କହିଛି ଯେ ଆକ୍ରମଣକାରୀଙ୍କୁ ହତ୍ୟା କରାଯାଇଛି କିନ୍ତୁ ସେ କିପରି ମୃତ୍ୟୁବରଣ କଲେ ସେ ବିଷୟରେ କୌଣସି ବିବରଣୀ ପ୍ରଦାନ କରା ଯାଇନାହିଁ।Advertisment ଆକ୍ରମଣକାରୀଙ୍କୁ ହତ୍ୟା ପୁଲିସ ଆକ୍ରମଣକାରୀଙ୍କ ପରିଚୟ ଏବଂ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛି।ହିକ୍ସ କହିଛନ୍ତି, ସେ ସଠିକ୍ ଭାବରେ ଜାଣି ନାହାଁନ୍ତି ଯେ କେତେ ଲୋକ ମୃତ କିମ୍ବା ଆହତ ହୋଇଛନ୍ତି।

ଅଧିକାରୀମାନେ ଏପର୍ଯ୍ୟନ୍ତ ପୀଡିତଙ୍କ ପରିବାରକୁ ସୂଚିତ କରୁଛନ୍ତି।

କିଛି ରିପୋର୍ଟରେ କୁହାଯାଇଛି ଯେ ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ପୁଲିସ ମୁଖ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ, ଟ୍ୱିନ୍ ଫଲ୍ସ କାଉଣ୍ଟି କମିସନର ବ୍ରେଣ୍ଟ ରେନେକ୍ କହିଛନ୍ତି ଯେ ସେରିଫ୍ ଜ୍ୟାକ୍ ଜନସନ୍ ତାଙ୍କୁ ପାଞ୍ଚ ଜଣ ଆହତ ହୋଇଥିବା କହିଛନ୍ତି।

Plane Crash: ନାଜକା ଲାଇନ୍ସ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ମଝି ଆକାଶରେ ୧୩ ଜୀବନ୍ତ ଦଗ୍ଧ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେମାନଙ୍କୁ ଇନ୍-ଏନ୍-ଆଉଟ ନିକଟରେ ଏକ ଟ୍ରାଫିକ ପୋଷ୍ଟରେ ଅଟକାଯାଇଥିଲା, ସେମାନେ ଜଣେ ବ୍ୟକ୍ତିଙ୍କୁ ଏଆର୍-ଷ୍ଟାଇଲ୍ ରାଇଫଲ୍ ଧରି ରେଷ୍ଟୁରାଣ୍ଟ ବାହାରକୁ ବାହାରୁଥିବାର ଦେଖିଥିଲେ।

ତା"ପରେ ପିସ୍ତଲ ଧରିଥିବା ଜଣେ ବ୍ୟକ୍ତି ଆକ୍ରମଣକାରୀଙ୍କ ଉପରେ ଗୁଳି ଚଳାଇଥିଲେ।

ସେମାନେ ଏହା ମଧ୍ୟ କହିଛନ୍ତି ଯେ ଆକ୍ରମଣକାରୀ ମଧ୍ୟ ତିନି କିମ୍ବା ଚାରି ରାଉଣ୍ଡ ଗୁଳି ଚଳାଇଥିଲେ।

ରାସ୍ତା ପାରରୁ ଉଠାଯାଇଥିବା ଭିଡିଓରେ ଦେଖାଯାଇଛି ଯେ ଆକ୍ରମଣକାରୀ କଳା ପୋଷାକ ପିନ୍ଧି ଏକ ଲମ୍ବା ରାଇଫଲ୍ ସହିତ ଏକ ଧଳା କାର ପାଖକୁ ଆସୁଛନ୍ତି।

ଖାଦ୍ୟ ଉତ୍ସବ ଏବଂ ସପିଂ ସେଣ୍ଟର ଭଳି ସାର୍ବଜନୀନ ସ୍ଥାନରେ ଗୁଳିକାଣ୍ଡର ବାରମ୍ବାର ଘଟଣା ପୁଣି ଥରେ ଆମେରିକାରେ ବନ୍ଧୁକ ଆଇନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।