Odisha GST law: ଓଡ଼ିଶା ଜିଏସ୍ଟି ଆଇନରେ ଅଧିକ ସଂଶୋଧନ ହେବ
"ଭୁବନେଶ୍ବର: ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ରେ ଅଧିକ ସଂଶୋଧନ ଲାଗି ପ୍ରସ୍ତାବ ରହିଛି।
ରାଜ୍ୟ କ୍ୟାବିନେଟ୍ରେ ଏହାକୁ ଆଜି ଅନୁମୋଦନ ମିଳିଛି।
ଦ୍ରବ୍ୟ ଓ ସେବା କର ପରିଷଦର ୫୬ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଜିଏସ୍ଟି ଆଇନରେ କେତେକ ସଂଶୋଧନ ପ୍ରସ୍ତାବ ରହିଛି।
ସେଥିରେ ବିକ୍ରୟ ପରବର୍ତ୍ତୀ ରିହାତିକୁ ସମ୍ପୃକ୍ତ ଇନଭଏସ୍ ସହିତ, ବିଶେଷ ଭାବରେ ପୂର୍ବ-ଚୁକ୍ତିନାମା ସହିତ ସଂଯୋଗ କରିବାର ଆବଶ୍ୟକତାକୁ ହଟାଇ ଦିଆଯିବାର ପ୍ରସ୍ତାବ ରହିଛି।
ସେହିଭଳି ଟିକସଦାତା ବର୍ତ୍ତମାନ ବିକ୍ରୟ ପରବର୍ତ୍ତୀ ରିହାତି କ୍ଷେତ୍ରରେ ନିରବଚ୍ଛିନ୍ନ ଭାବରେ କ୍ରେଡିଟ୍ ନୋଟ୍ ଜାରି କରିପାରିବେ ଯଦି ପ୍ରାପ୍ତକର୍ତ୍ତା ସେହି ଅନୁରୂପ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଫେରସ୍ତ କରିଥିବେ।
Advertisment Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଥିବା ବ୍ୟବସ୍ଥା ଅନୁସାରେ କେବଳ ଜିରୋ ରେଟେଡ୍ ସପ୍ଲାଏ କ୍ଷେତ୍ରରେ ପ୍ରୋଭିଜନାଲ ରିଫଣ୍ଡକୁ ଅନୁମତି ପ୍ରଦାନ କରାଯାଇଛି, ଯେଉଁଥିରେ ବିସ୍ତୃତ ଯାଞ୍ଚ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭିତ୍ତିରେ ଦାବି କରାଯାଇଥିବା ଫେରସ୍ତ ରାଶିର ୨୦ ପ୍ରତିଶତ ପର୍ଯ୍ୟନ୍ତ ମଞ୍ଜୁର କରାଯାଏ।
ଇନଭର୍ଟେଡ ଡ୍ୟୁଟି ଷ୍ଟ୍ରକଚର୍ କ୍ଷେତ୍ରରେ, କଞ୍ଚାମାଲ କିମ୍ବା ଇନପୁଟ୍ ଉପରେ ଟିକସ ଦର, ପ୍ରସ୍ତୁତ ଉତ୍ପାଦ ଉପରେ ଲାଗୁଥିବା ଟିକସ ଦରଠାରୁ ଅଧିକ ହୋଇଥାଏ।
ପ୍ରସ୍ତାବିତ ସଂଶୋଧନ, ଉଭୟ ଜିରୋ ରେଟେଡ୍ ସପ୍ଲାଏ ଏବଂ ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକଚର କ୍ଷେତ୍ରରେ ପ୍ରୋଭିଜନାଲ ରିଫଣ୍ଡ୍କୁ ସୁନିଶ୍ଚିତ କରିବ।
Narendra Modi: ଆଜି ନଶା ମୁକ୍ତ ଯୁବ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଏମ୍ଏସ୍ଏମ୍ଇଗୁଡ଼ିକର ନଗଦ ଅର୍ଥ ଆବଶ୍ୟକତା ଜନିତ ସମସ୍ୟାର ସମାଧାନ କରିବ।
ଏହା ବ୍ୟତୀତ, ଅନ୍ତର୍ଜାତୀୟ ରପ୍ତାନି କ୍ଷେତ୍ରରେ ଟିକସ ରିଫଣ୍ଡ୍ ପ୍ରକ୍ରିୟାକରଣ ପାଇଁ ୧୦୦୦ ଟଙ୍କାର ସର୍ବନିମ୍ନ ସୀମାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ଲାଗି ପ୍ରସ୍ତାବ ଦିଆଯାଇଛି।
ଛୋଟ ସହର ଏବଂ ଗ୍ରାମାଞ୍ଚଳର କ୍ଷୁଦ୍ର ରପ୍ତାନିକାରୀ, ଷ୍ଟାର୍ଟଅପ୍ ଏବଂ କୁଟୀରଶିଳ୍ପଗୁଡ଼ିକ ଏବେ ସ୍ବଳ୍ପ ମୂଲ୍ୟର ଟିକସ ରିଫଣ୍ଡ୍ ସୁବିଧାରେ ପାଇପାରିବେ।
ଏହା ସ୍ବଳ୍ପମୂଲ୍ୟ ବିଶିଷ୍ଟ ଭାରତୀୟ ଉତ୍ପାଦକୁ ବିଶ୍ବ ବଜାରରେ ପ୍ରତିଦ୍ବନ୍ଦ୍ବିତାମୂଳକ କରିବାରେ ସହାୟକ ହେବ।
ପ୍ରସ୍ତାବିତ ସଂଶୋଧନ ବ୍ୟବସାୟକୁ ସୁଗମ କରିବା ସହିତ ମାଲି ମକଦ୍ଦମାକୁ ହ୍ରାସ କରିବ େବାଲି ଆଶା ରଖାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।