Resignation: ରତନ ଟାଟା ଟ୍ରଷ୍ଟରୁ ଇସ୍ତଫା ଦେଲେ ବିଜୟ ସିଂହ
"ମୁମ୍ବାଇ: ଟାଟା ଟ୍ରଷ୍ଟସ୍ ଉପାଧ୍ୟକ୍ଷ ବିଜୟ ସିଂହ ସାର୍ ରତନ ଟାଟା ଟ୍ରଷ୍ଟରୁ ଇସ୍ତଫା ଦେଇଛନ୍ତି।
ଅଗଷ୍ଟ ୧୪ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା।
ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।
ଆଉ ଥରେ ନିଯୁକ୍ତି ପାଇଁ ସେ ଆଗ୍ରହ ପ୍ରକାଶ କରିନାହାନ୍ତି।
ତେବେ ସେ ସାର୍ ଦୋରାବ୍ଜୀ ଟାଟା ଟ୍ରଷ୍ଟରେ ଆଉ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
Advertisment ଉଲ୍ଲେଖଯୋଗ୍ୟ, ଟାଟା ଟ୍ରଷ୍ଟ୍ସର ଉପାଧ୍ୟକ୍ଷ ବେଣୁ ଶ୍ରୀନିବାସନ ଗତ ମେ ମାସରେ ଟାଟା ଏଜୁକେସନ ଆଣ୍ଡ୍ ଡେଭଲପମେଣ୍ଟ ଟ୍ରଷ୍ଟରୁ ଇସ୍ତଫା ଦେଇଥିଲେ।
ନୂଆ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଟ୍ରଷ୍ଟିମାନଙ୍କ ମଧ୍ୟରେ ମତପାର୍ଥକ୍ୟ ବଢ଼ୁଥିବାବେଳେ ନୂଆ ଇସ୍ତଫା ଖବର ସାମ୍ନାକୁ ଆସିଛି।
Tata Trust: ଟାଟା ଟ୍ରଷ୍ଟରେ ଫାଟ ଜଳଜଳ: ଗମ୍ଭୀର ଅଭିଯୋଗ ଆଣିଲେ ମେହ୍ଲି ମିସ୍ତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
