Residential quarters: ଲୋକଭବନରେ ୧୪୪ଟି ଆବାସିକ କ୍ବାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

Oct 15, 2026 - 20:39
Residential quarters: ଲୋକଭବନରେ ୧୪୪ଟି ଆବାସିକ କ୍ବାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

"ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଜି ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ପ୍ରକଳ୍ପ ଅନ୍ତର୍ଗତ ୪ଟି ବ୍ଲକ୍‌ରେ ୯୬ଟି "ଇ-ଟାଇପ୍‌" ଓ ଦୁଇଟି ବ୍ଲକ୍‌ରେ ୪୮ଟି "ଏଫ୍-ଟାଇପ୍‌" କ୍ୱାର୍ଟର୍ସ ନିର୍ମାଣ କରାଯିବ।

ଷ୍ଟିଲ୍‌ଟ୍‌ ସମେତ ୬ମହଲା ବିଶିଷ୍ଟ ଏହି ଆବାସିକ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ "ଟର୍ଣ୍ଣକି" ଭିତ୍ତିରେ କରାଯିବା।Advertisment ଆସନ୍ତା ୨୦୨୮ ମସିହା ମେ" ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି।

ନୂତନ କ୍ୱାର୍ଟର୍ସ ନିର୍ମାଣ ଦ୍ୱାରା ଦୀର୍ଘଦିନର ଆବାସିକ ସମସ୍ୟାର ସମାଧାନ ହେବ।

ଏହି ଅବସରରେ ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ, ଇଞ୍ଜିନିୟର-ଇନ୍-ଚିଫ୍‌ (ସିଭିଲ୍‌) ପ୍ରିୟବ୍ରତ ସାମନ୍ତରା, ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌ (ଆର୍‌ ଆଣ୍ଡ ବି) ସର୍କଲ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ ଓ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ଅମିତାଭ ପ୍ରଧାନଙ୍କ ସମେତ ଲୋକଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। e-Lok Bhawan Odisha App: ଭାରତର ପ୍ରଥମ: "ଇ-ଲୋକଭବନ ଓଡ଼ିଶା ଆପ୍"ର ଶୁଭାରମ୍ଭ କଲେ ରାଜ୍ୟପାଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)