BTSC FSO Recruitment 2026: ବିହାରରେ ଫୁଡ୍ ସେଫ୍ଟି ଅଫିସର ପଦରେ ନିଯୁକ୍ତି

Oct 15, 2026 - 20:08
BTSC FSO Recruitment 2026: ବିହାରରେ ଫୁଡ୍ ସେଫ୍ଟି ଅଫିସର ପଦରେ ନିଯୁକ୍ତି

" ନୂଆଦିଲ୍ଲୀ: ବିହାରରେ ଫୁଡ୍ ସେଫ୍ଟି ଅଫିସର ପଦରେ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି।

ବିହାର ବୈଷୟିକ ସେବା ଆୟୋଗ ପକ୍ଷରୁ ଫୁଡ୍ ସେଫ୍ଟି ଅଫିସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି।

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୫ ଜଣ ପ୍ରାର୍ଥୀ ଚୟନ ହେବେ।

ଇଚ୍ଛୁକ ପ୍ରାର୍ଥୀମାନେ ଆୟୋଗର ଅଧିକାରିକ ୱେବସାଇଟ୍‌କୁ ଯାଇ ଅନଲାଇନ୍‌ରେ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ଅକ୍ଟୋବର ୨୪।

ଶିକ୍ଷାଗତ ଯୋଗ୍ୟତା ଫୁଡ୍ ସେଫ୍ଟି ଅଫିସର ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଦୁଗ୍ଧ ପ୍ରଯୁକ୍ତିବିଦ୍ୟା, ଜୈବ ପ୍ରଯୁକ୍ତିବିଦ୍ୟା, ତୈଳ ପ୍ରଯୁକ୍ତିବିଦ୍ୟା ବିଷୟଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି ଥିବା ଆବଶ୍ୟକ।

ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ଅଧିକାରିକ ବିଜ୍ଞପ୍ତିରେ ଦିଆଯାଇଥିବା ସମସ୍ତ ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିନେବା ଉଚିତ।

ବୟସ ସୀମା ଏହି ପଦ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୭ ବର୍ଷ ରଖାଯାଇଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ରିହାତି ମିଳିବ।

କିପରି ହେବ ଚୟନ?

ଫୁଡ୍ ସେଫ୍ଟି ଅଫିସର ପଦ ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଦସ୍ତାବିଜ ଯାଞ୍ଚ ଆଧାରରେ କରାଯିବ।

ଲିଖିତ ପରୀକ୍ଷାରେ ମୋଟ ୧୦୦ ମାର୍କର ୧୦୦ଟି ପ୍ରଶ୍ନ ପଚରାଯିବ।

ପ୍ରଶ୍ନପତ୍ର ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବ।

ଭୁଲ୍ ଉତ୍ତର ପାଇଁ ଏକ-ଚତୁର୍ଥାଂଶ ମାର୍କ କଟାଯିବ, ଅର୍ଥାତ୍ ନେଗେଟିଭ୍ ମାର୍କିଂ ରହିବ।

ଲିଖିତ ପରୀକ୍ଷାରେ ସଫଳ ପ୍ରାର୍ଥୀଙ୍କୁ ଆୟୋଗ ପକ୍ଷରୁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଡକାଯିବ।

ଏହି ୫ଟି ପଦକ୍ଷେପରେ କରନ୍ତୁ ଆବେଦନ ଆବେଦନର ଶେଷ ତାରିଖ ନିକଟ ହୋଇଥିବାରୁ ଇଚ୍ଛୁକ ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରିବା ଉଚିତ।

୧.

ପ୍ରଥମେ ବିହାର ବୈଷୟିକ ସେବା ଆୟୋଗର ଅଧିକାରିକ ୱେବସାଇଟ୍‌ btsc.bihar.gov.in କୁ ଯାଆନ୍ତୁ।

୨.

ୱେବସାଇଟ୍‌ରେ ଥିବା ଅନଲାଇନ୍ ପଞ୍ଜୀକରଣ ବିଭାଗ ଉପରେ କ୍ଲିକ୍ କରନ୍ତୁ।

୩.

ମୋବାଇଲ୍ ନମ୍ବର, ଇମେଲ୍ ଠିକଣା ଆଦି ଆବଶ୍ୟକୀୟ ତଥ୍ୟ ସଠିକ୍ ଭାବେ ପୂରଣ କରନ୍ତୁ।

୪.

ଆବେଦନ ଫର୍ମ ପୂରଣ କରିବା ପରେ ଆବଶ୍ୟକ ଦସ୍ତାବିଜଗୁଡ଼ିକୁ ଅପଲୋଡ୍ କରନ୍ତୁ।

୫.

ଶେଷରେ ଫର୍ମ ଦାଖଲ କରି ଏହାର ଏକ ପ୍ରିଣ୍ଟ୍‌ଆଉଟ୍ ନିଜ ପାଖରେ ରଖନ୍ତୁ।

Advertisment ଦିଲ୍ଲୀର ଅନେକ ପ୍ରତିଷ୍ଠିତ ସ୍କୁଲକୁ ବୋମା ଧମକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)