Residential property: ଆବାସିକ ଗୃହରେ ମାଳମାଳ ବ୍ୟାବସାୟିକ ପ୍ରତିଷ୍ଠାନ: ଆଗରୁ ଶୋଇଥିଲେ, ଛାଟ ପରେ ଉଠିଲେ

Aug 03, 2026 - 07:53
Residential property: ଆବାସିକ ଗୃହରେ ମାଳମାଳ ବ୍ୟାବସାୟିକ ପ୍ରତିଷ୍ଠାନ: ଆଗରୁ ଶୋଇଥିଲେ, ଛାଟ ପରେ ଉଠିଲେ

"ଚନ୍ଦ୍ରଶେଖରପୁର: ବାସଗୃହ ଉଦ୍ଦେଶ୍ୟରେ ଜମି ଆବଣ୍ଟନ ହୋଇଛି।

ମାତ୍ର ତାହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି।

କିଏ ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ିଛନ୍ତି ତ ଆଉ କିଏ ଭଡ଼ା ଲଗାଇଛନ୍ତି।

କେହି କେହି ହଷ୍ଟେଲ, ବ୍ୟାଙ୍କ, ସପିଂମଲ୍‌ ଭଳି ସଂସ୍ଥାକୁ ଭଡ଼ା ଆକାରରେ ଦେଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

ଏହାଦ୍ବାରା କେବଳ ଯେ ସରକାରୀ ନିୟମର ଉଲ୍ଲଂଘନ ହେଉଛି ତାହା ନୁହେଁ, ବରଂ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ନେଇ ବାସଗୃହ ପାଇଁ ଜମି ଆବଣ୍ଟନ କରିଥିଲେ ତାହା ଲକ୍ଷ୍ୟଚ୍ୟୁତ ହେଉଛି।

ବିଏମ୍‌ସି ପକ୍ଷରୁ ଦର୍ଶାଯାଇଛି ଯେ ଉତ୍ତର ଜୋନ୍‌ରେ ମାତ୍ର ୩୯ଟି ଆବାସିକ ଗୃହ ବ୍ୟବସାୟ ପାଇଁ ବ୍ୟବହୃତ ହେଉଛି।

ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ।

ପ୍ରତି ୧୦ଟି ଆବାସିକ ଗୃହ ମଧ୍ୟରୁ ଗୋଟିଏ ଭଡ଼ାରେ ଲାଗିଛି।

Advertisment Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍‌ ରକ୍ତ ସଂଗୃହୀତ ଉତ୍ତର ଜୋନ୍‌: କାଗଜପତ୍ରରେ ୩୯ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଲୁମ୍ବିନୀ ବିହାରରେ ଖୋଲା ଉଲ୍ଲଂଘନ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିକୁ ଦେଖିଲେ ବିଏମ୍‌ସି ତଥ୍ୟରେ କେତେ ସତ୍ୟତା ରହିଛି ତାହା ଜଳଜଳ ହୋଇ ଦିଶୁଛି।

ଆବାସିକ ଗୃହ ପାଇଁ ଆଲଟ୍‌ ହୋଇଥିବା ଜମିରେ ବ୍ୟାଙ୍କ, ହଷ୍ଟେଲ, ସ୍କୁଲ ଚାଲିଛି।

ଏପରିକି କେତେଜଣ ‌ହୋଟେଲ ପାଇଁ ଭଡ଼ାରେ ଘର ଲଗାଇଛନ୍ତି।

ମେଡିକାଲ ଷ୍ଟୋର, ତେଜରାତି ଦୋକାନ, ଓୟୋକୁ ଭଡ଼ା ଆକାରରେ ଦେଇ ମାଲିକମାନେ ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି।

କେବଳ ଚନ୍ଦ୍ରଶେଖରପୁର ନୁହେଁ, ନୀଳାଦ୍ରିବିହାରରେ ଅବସ୍ଥା ଆହୁରି ସାଙ୍ଘାତିକ।

ଏଠାରେ ତ ପ୍ରତି ଗଳିରେ ମାଳ ମାଳ ଛାତ୍ରୀନିବାସ, ଯାହାକି ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ମାତ୍ର ୨୦ଫୁଟ୍‌ ରାସ୍ତାରେ ଜି+୪ ଘର ନିର୍ମାଣ ହୋଇ ହଷ୍ଟେଲ ପାଇଁ ବ୍ୟବହାର ହେଉଛି।

ଏହା କେବଳ ଯେ ନିୟମ ଉଲ୍ଲଂଘନ କରୁଛି ତାହା ନୁହେଁ, ବରଂ କଲୋନିବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।

ଲେନ୍‌ରୁ ଯେତିକି ଅଳିଆ ବାହାରୁଛି କେବଳ ଗୋଟିଏ ହଷ୍ଟେଲରୁ ତା"ଠାରୁ ଅଧିକ ଅଳିଆ ବାହାରୁଛି।

ପାଇପ୍‌ ପାଣି ସମସ୍ୟା ମଧ୍ୟ ଉପୁଜୁଛି।

ଶୈଳଶ୍ରୀବିହାର, ମୈତ୍ରୀବିହାର, ଲୁମ୍ବିନ୍‌ବିହାର, କୈଳାସବିହାର ପରି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଉପୁଜିଛି।

RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ କେହି ତଦାରଖ କରୁନାହାନ୍ତି।

ପ୍ରତି ୱାର୍ଡରେ ୱାର୍ଡ ଅଫିସର ରହିଥିଲେ ମଧ୍ୟ ସେମାନେ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି।

ଜଣେ ଅବସରପ୍ରାପ୍ତ ପ୍ରଶାସକଙ୍କ କହିବାନୁଯାୟୀ ଦିଲ୍ଲୀରେ ୱାର୍ଡ ଅଫିସରମାନେ ହୋଲଡିଂ ଟିକସ, ଜବରଦଖଲ, ବିଲଡିଂ ପ୍ଲାନ୍‌ ପରି ବିଭିନ୍ନ ସମସ୍ୟା ଉପରେ ନଜର ରଖୁଛନ୍ତି।

ହେଲେ ଓଡ଼ିଶାରେ ତାହା ହେଉନାହିଁ।

ଭୁବନେଶ୍ବର ଭଳି ସହରରେ ୱାର୍ଡ ଅଫିସର ରହିଥିଲେ ମଧ୍ୟ ସେମାନେ ଠିକ୍‌ କାମ କରୁନାହାନ୍ତି।

ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ପରି ରାଜ୍ୟ ସରକାରଙ୍କ ସଂସ୍ଥା ନିୟମକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି।

ଯେଉଁଥିପାଇଁ ବାପୁଜୀନଗର, ସହିଦନଗର, ସୂର୍ଯ୍ୟନଗର ପରି ଆବାସିକ ଅଞ୍ଚଳ ଏବେ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।