Heavy Rain: ସୁନ୍ଦରଗଡ଼ରେ ଜୁଲାଇରେ ରେକର୍ଡ ବୃଷ୍ଟିପାତ, ପନିପରିବା ଚାଷ ବ୍ୟାପକ ପ୍ରଭାବିତ
"ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜୁଲାଇ ମାସରେ ସ୍ୱାଭାବିକଠାରୁ ଢେର୍ ଅଧିକ ବର୍ଷା ରେକର୍ଡ କରାଯାଇଛି।
ଗତ ୨୦ ବର୍ଷର ସବୁ ରେକର୍ଡ ଭାଙ୍ଗିଛି।
ଜିଲ୍ଲାରେ ସାଧାରଣତଃ ଜୁଲାଇ ମାସରେ ସ୍ୱାଭାବିକ ବୃଷ୍ଟିପାତ ୩୫୨.୨ ମିଲିମିଟର ହୋଇଥାଏ, କିନ୍ତୁ ଏଥର ତାହା ପ୍ରଭାବଶାଳୀ ଭାବେ ବୃଦ୍ଧି ପାଇ ୫୮୩.୯୫ ମିଲିମିଟରରେ ପହଞ୍ଚିଛି।
ଏହି ଅତିରିକ୍ତ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା।
ମୁଶଳଧାରାରେ ବର୍ଷା ଯୋଗୁ ଜିଲ୍ଲାରେ ଏକାଧିକ ଘର ଭାଙ୍ଗିବା ସହ ରାସ୍ତା, କଲ୍ଭର୍ଟ୍ ଆଦି ଭାଙ୍ଗିରୁଜି ଯାଇଛି।
ଗତ ମାସ ଜିଲ୍ଲାରେ ମୋଟ୍ ୧୦,୫୦୪ ମିଲିମିଟର ବର୍ଷା ହୋଇଥିଲା।Advertisment ଏହି ପ୍ରବଳ ବର୍ଷା, ଜିଲ୍ଲାର କୃଷି କ୍ଷେତ୍ର ଉପରେ ଦ୍ୱିମୁଖୀ ପ୍ରଭାବ ପକାଇଛି।
ଗୋଟିଏ ପଟେ ଏହି ବର୍ଷା ଧାନଚାଷ ପାଇଁ ବରଦାନ ସଦୃଶ ହୋଇଛି, ଯାହା ଚାଷୀମାନଙ୍କୁ ଧାନ ରୁଆ ଓ ବେଉଷଣ କାର୍ଯ୍ୟ ଶୀଘ୍ର ଶେଷ କରିବାରେ ବେଶ୍ ସହାୟକ ହୋଇଛି।
ଅପରପଟେ ବର୍ଷା ଜିଲ୍ଲାର ପନିପରିବା ଚାଷକୁ ବହୁମାତ୍ରାରେ ପ୍ରଭାବିତ କରିଛି।
ଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିବା ଯୋଗୁ କାକୁଡ଼ି, କଲରା, ଭେଣ୍ଡି, ବାଇଗଣ, ପୋଟଳ ଆଦି ପନିପରିବା ଫସଲ କ୍ଷୟକ୍ଷତି ହୋଇଛି।
ଯଦ୍ୱାରା ପନିପରିବା ଚାଷୀ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ଏହି ବର୍ଷା, ଜିଲ୍ଲାର ଜନଜୀବନ ଓ ଭିତ୍ତିଭୂମିକୁ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ କରିଛି।
ଗୁରୁଣ୍ଡିଆ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବନ୍ୟାଜଳରେ ବୁଡ଼ି ରହିଥିବାବେଳେ, କୋଇଡ଼ା ବ୍ଲକର ଗୋପିସାହି ଗାଁର ୫୦ରୁ ଅଧିକ ପରିବାର ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିଲେ, ଯେଉଁଠାରୁ ଅଗ୍ନିଶମ ବାହିନୀ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲା।
ଏହା ସହିତ ଲାଠିକଟା ବ୍ଲକର ବିରଡ଼ା, ଟାଇଁସର, ବଡ଼ଗାଁ ବ୍ଲକ୍ର ଏକମା-ପଦ୍ମପୁର ରାସ୍ତାରେ କଲଭର୍ଟ ଆଦି ଭାଙ୍ଗିଯାଇଥିଲା।
ଗତ ୧୫ ବର୍ଷର ଜୁଲାଇ ମାସର ବର୍ଷା ପରିମାଣ ବର୍ଷ ମୋଟ୍ ହାରାହାରି୨୦୨୬: ୧୦୫୦୪ ୫୮୩.୯୫୨୦୧୫: ୧୦୩୬୫ ୫୭୬.୨୩୨୦୨୪: ୩୪୦୯ ୧୮୯.୮୨୦୨୩ ୫୪୫୭ ୩୧୦.୧୫୨୦୨୨: ୪୫୧୬.୬୪ ୨୬୫.୬୮୨୦୨୧: ୪୪୩୯.୪୬ ୨୬୧.୧୮୨୦୨୦: ୨୮୯୦ ୧୬୯.୯୯୨୦୧୯: ୩୭୭୧.୩ ୨୨୧.୮୫୨୦୧୮: ୫୩୦୧.୫୪ ୩୧୧.୮୫୨୦୧୭: ୮୪୮୬.୧ ୪୯୯.୧୮୨୦୧୬: ୫୬୧୨.୧ ୩୩୦.୧୬୨୦୧୫: ୮୦୯୧.୨ ୪୭୫.୯୫୨୦୧୪: ୭୫୨୯.୬ ୪୪୨.୯୧୨୦୧୩: ୭୧୦୩.୪ ୪୧୭.୮୬୨୦୧୨: ୫୧୬୪.୬ ୩୦୩.୮ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।