Reserve Bank: ଲିଷ୍ଟିଂ ନିୟମ ମାନିବାକୁ ଟାଟାକୁ କହିଲା ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: ସେୟାର ବଜାରରେ ତାଲିକାଭୁକ୍ତ ହେବା ପାଇଁ ଟାଟା ସନ୍ସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ୧୬ ତାରିଖରେ ଏକ ଚିଠି ଲେଖିଛି।
ଏଥିସହିତ ଟାଟା ସନ୍ସକୁ ଉପର ସ୍ତରର ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନି (ଏନ୍ବିଏଫ୍ସି) ପରିସରରୁ ମଧ୍ୟ ବାହାର କରାଯିବ ନାହିଁ।
ଟାଟା ସନ୍ସର ମୁଖ୍ୟ ବିତ୍ତ ଅଧିକାରୀ(ସିଏଫ୍ଓ)ଙ୍କୁ ଗତ ୧୬ ତାରିଖରେ ଲେଖାଯାଇଥିବା ଚିଠିରେ ଏଭଳି କିଛି କୁହାଯାଇଛି।
କମ୍ପାନିର ବୋର୍ଡ ବୈଠକ ନଭେମ୍ବର ୨୬ ତାରିଖରେ ହେବ।
ସେହି ବୈଠକରେ କମ୍ପାନିର ପୁନର୍ଗଠନ ଉପରେ ଆଲୋଚନା ପ୍ରସ୍ତାବ ଟାଟା ଟ୍ରଷ୍ଟସ ଅଧ୍ୟକ୍ଷ ନୋଏଲ ଟାଟା ରଖିଛନ୍ତି।
ଏହାର ୧୦ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଚିଠି ଟାଟା ସନ୍ସର ତାଲିକାଭୁକ୍ତ ହେବା ବିଷୟକୁ ଅଧିକ ଖୋରାକ ଯୋଗାଇଛି।
Advertisment Annual examination pattern: ବଦଳିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଢାଞ୍ଚା: ବିଷୟରେ ୩୦ ନମ୍ବର ରଖିଲେ ପାସ୍ କମ୍ପାନି ପକ୍ଷରୁ ଗତ ଅକ୍ଟୋବର ୬ ତାରିଖରେ ନିୟାମକ ମାର୍ଗଦର୍ଶନ ପାଇଁ ଲେଖାଯାଇଥିବା ଚିଠିର ଏହା ହେଉଛି ଉତ୍ତର।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚିଠିରେ ଉପର ସ୍ତରର ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନି (ଏନ୍ବିଏଫ୍ସି)ଗୁଡ଼ିକ ପାଇଁ ପ୍ରଯୁଜ୍ୟ ସମସ୍ତ ନିୟମ, ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ସଦ୍ୟତମ ଯୋଗାଯୋଗରେ ଅନ୍ୟାନ୍ୟ ନିୟମ ସହିତ ତାଲିକାଭୁକ୍ତ ହେବାର ନିୟମକୁ ପାଳନ କରିବାକୁ କୁହାଯାଇଛି।
ଏଥିସହିତ ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇନାହିଁ କିମ୍ବା ପ୍ରତ୍ୟାଖ୍ୟାନ କରାଯାଇନାହିଁ।
ନଭେମ୍ବର ୨୬ର ଟାଟା ସନ୍ସର ବୋର୍ଡ ବୈଠକ ହେବ।
ବୈଠକରେ ଟାଟା ସନ୍ସ ସହିତ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ସ ସଲ୍ୟୁସନ୍ସ (ଟିଇଏସ୍ଏସ୍) ଏବଂ ଟାଟା କନସଲଟିଂ ଇଞ୍ଜିନିୟର୍ସ (ଟିସିଇ)ର ମିଶ୍ରଣ ସଂପର୍କରେ ଆଲୋଚନା ପାଇଁ ଟାଟା ଟ୍ରଷ୍ଟ ପୂର୍ବରୁ ପ୍ରସ୍ତାବ ଦେଇଥିବା କୁହାଯାଉଛି।
ଏହା ହେଲେ ଟାଟା ସନ୍ସର ଆର୍ଥିକ ପ୍ରୋଫାଇଲ ବଦଳିଯିବ ଏବଂ ଏହା ଉଭୟ ଏନ୍ବିଏଫସି ଏବଂ କୋର୍ ଇନଭେଷ୍ଟମେଣ୍ଟ କମ୍ପାନି (ସିଆଇସି) ସଂଜ୍ଞା ପରିସରରୁ ବାହାରିଯିବ।
Tata Group: ଟାଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଖମ୍ବାଟା କହିଲେ, ରତନ ଟାଟା ବଞ୍ଚିଥିଲେ ଏଭଳି ହୋଇଥାନ୍ତା କି?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
