Rescued: ଜୀବନ୍ତ କୁଟୁରା ଛୁଆ ଉଦ୍ଧାର

Jun 09, 2026 - 16:19
Rescued: ଜୀବନ୍ତ କୁଟୁରା ଛୁଆ ଉଦ୍ଧାର

"ବଣାଇଁଗଡ଼: ବଣାଇଁ ବନଖଣ୍ଡ ଅନ୍ତର୍ଗତ କୋଇଡା ରେଞ୍ଜର ତୋଡ଼ା ସେକ୍ସନ ଅଧୀନ ଝିରପାଣି ଗ୍ରାମରୁ ଏକ କୁଟୁରା ଛୁଆକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବଣାଇଁ ବନଖଣ୍ଡ ଅଧିକାରୀ ଏ ସମ୍ପର୍କରେ ଖବର ପାଇଥିଲେ।Advertisment କୁଟୁରା ଛୁଆଟିକୁ ବନ ବିଭାଗ ହେପାଜତକୁ ନେଇଛି ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

ଆଜି ସକାଳେ ଟିମ୍‌ଟି ଝିରପାଣି ଗ୍ରାମରେ ପହଞ୍ଚି ଉକ୍ତ କୁଟୁରା ଛୁଆକୁ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, କୁଟୁରା ଛୁଆଟି ଜଙ୍ଗଳରୁ ଛେଳି ମାନଙ୍କ ସହିତ ଆସି ଜନୈକ ବ୍ୟକ୍ତିଙ୍କ ଘରକୁ  ଛୋଟ ସମୟରୁ ରହୁଥିଲା l ଉଦ୍ଧାର ପରେ କୁଟୁରା ଛୁଆଟିକୁ ବନ ବିଭାଗ ହେପାଜତକୁ ନେଇଛି।

ଏହାର ସ୍ୱାସ୍ଥ୍ୟ ପରୀକ୍ଷା ଓ ଯତ୍ନ ପାଇଁ ବଣାଇଁ ନର୍ସରୀରେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବନ୍ୟପ୍ରାଣୀଙ୍କୁ ଘରେ ରଖିବା ଆଇନତଃ ଦଣ୍ଡନୀୟ ଅପରାଧ ହୋଇଥିବାରୁ ସାଧାରଣ ଲୋକଙ୍କୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ବନ ବିଭାଗ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ:Sri Lanka A vs India A: ଶ୍ରୀଲଙ୍କାରେ ବୈଭବଙ୍କୁ କ୍ରିଜ୍‌ରୁ ବାହାରକୁ ପଠାଇଲେ ମହମ୍ମଦ ସିରାଜ  ଆହୁରି ଦେଖନ୍ତୁ...

"