Rescue: ରାୟଗଡ଼ା ରେଳ ଷ୍ଟେସନରୁ ୩ଶିଶୁଙ୍କୁ ଉଦ୍ଧାର କଲା ଜିଆରପି
ରାୟଗଡ଼ା: ରାୟଗଡା ରେଳ ଷ୍ଟେସନରୁ ୩ଶିଶୁଙ୍କୁ ଉଦ୍ଧାର କରିଛି ରାୟଗଡ଼I ସରକାରୀ ରେଳବାଇ ପୁଲିସ (ଜିଆରପିଏସ)| ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଟିକିରି ଦଳିତ ସାହିର ଉକ୍ତ ତିନିଜଣ ଶିଶୁ ଗୁଡ଼ୁ, ସଞ୍ଜୟ ଓ ପ୍ରିତମ ନିଜ ନିଜ ପରିବାର ଲୋକଙ୍କୁ ବୁଲିବାକୁ ଯାଇ ଘରକୁ ଫେରି ଆସିବାକୁ କହିଥିଲେ।
ତେବେ ଦୀର୍ଘ ସମୟ ଧରି ସେମାନେ ଘରକୁ ନ ଫେରିବାରୁ ତିନି ପରିବାର ଲୋକେ ବିଚଳିତ ହୋଇ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ସନ୍ଧାନ ନ ପାଇବାରୁ ଟିକିରି ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ନିଖୋଜ ଖବର ପାଇ ଟିକିରି ଥାନା ପକ୍ଷରୁ ବିଭିନ୍ନ ଥାନାରେ ଏ ନେଇ ଖବର ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: ଅପପୁଷ୍ଟି ପାଇଁ ସରକାରଙ୍କ ଚିନ୍ତା: କମ୍ ଓଜନ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୧୮ ଟଙ୍କା
ଖବରକୁ ଭିତ୍ତି କରି ଏବଂ ନିୟମିତ ଯାଞ୍ଚ ବେଳେ ରାୟଗଡା ରେଳ ଷ୍ଟେସନରେ ପ୍ଲାଟଫର୍ମରେ ଥିବା ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସରୁ ଉକ୍ତ ତିନିଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେମାନେ ବୁଲିବାକୁ ଆସିଥିବା ନେଇ ପ୍ରକାଶ କରିଥିବା ବେଳେ ରାୟଗଡI ଜିଆରପି ଥାନାରେ ଶିଶୁ କଲ୍ୟାଣ ସମିତି ସଦସ୍ୟ ମାନେ ପହଞ୍ଚି କାଉନସେଲିଂ କରିବା ପରେ ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ଉଦ୍ଧାର ତିନି ପରିବାର ବର୍ଗ ଲୋକେ ଜିଆରପି ଥାନାରେ ପହଞ୍ଚି ଶିଶୁ ମାନଙ୍କୁ ସାଙ୍ଗରେ ନେଇ ଯାଇଥିବା ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।