05 JULY 2026

Welcome!

Unlock your personalized experience.
Sign Up

Rescue: ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

Jul 05, 2026 - 16:46
Rescue: ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

ପୁରୀ (ବିବୁଧ ମହାନ୍ତି): ପୁରୀ ସମୁଦ୍ରକୂଳରୁ ଆଜି ଆନ୍ଧ୍ର ପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି। ଏମାନେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଫିସିଙ୍ଗ ହାର୍ବରରୁ ମାଛ ଧରିବା ପାଇଁ ବାହାରିଥିଲେ। IND-AP-V5-MM-872 ନମ୍ବର ବିଶିଷ୍ଟ ଏକ ମାଛଧରା ଡଙ୍ଗା ସମୁଦ୍ରରେ ଫସି ରହିଥିଲା, ଯେଉଁଥିରେ ଏହି ମତ୍ସ୍ୟଜୀବୀମାନେ ଥିଲେ। ଡଙ୍ଗାଟିର ଇଞ୍ଜିନ ଅଚଳ ହୋଇଯିବା ସହ ନଙ୍ଗର ମଧ୍ୟ କାର୍ଯ୍ୟକ୍ଷମ ନଥିବାରୁ ଏହା ପୁରୀର ତାଜ ହୋଟେଲ ଉପକୂଳ ନିକଟରେ ସମୁଦ୍ରର ପ୍ରାୟ ୨ରୁ ୩ କିଲୋମିଟର ଦୂରରେ ଅଟକି ରହିଥିଲା। 

ସୂଚନା ପାଇବା ପରେ ଏସ୍‌ପି ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବଳିଆପଣ୍ଡା ଥାନା ଓ ପେଣ୍ଠକଟା ମେରାଇନ୍ ପୁଲିସ ସମନ୍ୱୟ ରକ୍ଷା କରି ନିକଟସ୍ଥ ମାଛଧରା ଡଙ୍ଗା ସହ ଯୋଗାଯୋଗ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବିଶାଖାପଟ୍ଟଣମର ଏକ ନିକଟବର୍ତ୍ତୀ ମାଛଧରା ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। 

Fisheries LOA Programme ଜୁଲାଇ ୯ରୁ ଓଡ଼ିଶାରୁ ଆରମ୍ଭ ହେବ ମତ୍ସ୍ୟଜୀବୀଙ୍କ ନିମନ୍ତେ ଏଲ୍‌ଓଏ

ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ସୁରକ୍ଷିତ ଥିବା ସହ ସେମାନେ ନିଜ ଘରକୁ ଫେରିଛନ୍ତି। ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀମାନେ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା।