India vs England: ଅକ୍ଷରଙ୍କ କୀର୍ତ୍ତିମାନ, ବିଷ୍ଣୋଇଙ୍କ ଆଲୋଡ଼ା କୀର୍ତ୍ତିମାନ
"ଲଣ୍ଡନ୍: ଶନିବାର ରାତିରେ ବିଶ୍ବ ବିଜେତା ଭାରତୀୟ ଦଳ ଇଂଲଣ୍ଡ ନିକଟରୁ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ପରାସ୍ତ ହୋଇଛି।
ବୈଭବ ସୂର୍ଯ୍ୟବଂଶୀଙ୍କ ପଦାର୍ପଣ ଘଟିଥିବା ଏହି ମ୍ୟାଚ୍ ଅବସରରେ ଦୁଇ ଜଣ ଭାରତୀୟ ଭିନ୍ନ ଭିନ୍ନ ଦୁଇଟି କୀର୍ତିମାନ କରିଛନ୍ତି।
ଓଲ୍ଡ ଟ୍ରାଫୋର୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ରବି ବିଷ୍ଣୋଇ ଏକ ଅଲୋଡ଼ା କୀର୍ତ୍ତିମାନକୁ ନିଜ ନାମକୁ ନେଇଛନ୍ତି।
ପୂର୍ଣ୍ଣକାଳୀନ ଆଇସିସି ସଦସ୍ୟ ରାଷ୍ଟ୍ର ମଧ୍ୟରେ ପ୍ରଥମ ସ୍ପିନର୍ ଭାବେ ବିଷ୍ଣୋଇ ଏକ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଗୋଟିଏ ଓଭରରେ ୩ଟି ନୋ ବଲ୍ ବୋଲିଂ କରିଥିଲେ।
ଫଳରେ ୩ ଛକାର ଶିକାର ହୋଇ ସେ ମୋଟ ୨୯ ରନ୍ ବ୍ୟୟ କରିବାରୁ ଭାରତର ବିଜୟ ସମ୍ଭାବନା ଏହି ଓଭରରେ ଶେଷ ହୋଇଯାଇଥିଲା।
Advertisment ଅକ୍ଷର ପଟେଲ୍ ଚତୁର୍ଥ ଭାରତୀୟ ଅନ୍ୟପକ୍ଷରେ କିନ୍ତୁ ଅକ୍ଷର ପଟେଲ୍ ଏହି ମ୍ୟାଚ୍ ଅବସରରେ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥିଲେ।
ପ୍ରଥମ ଭାରତୀୟ ସ୍ପିନର୍ ଭାବେ ସେ ଟ୍ବେଣ୍ଟି-୨୦ ପୁରୁଷ କ୍ରିକେଟ୍ରେ ୧୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ।
ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ଙ୍କ ବିସ୍ଫୋରକ ପାଳିକୁ ଶେଷ କରି ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।
ବ୍ରୁକ୍ (୧୫ ବଲ୍ରୁ ୩୯ ରନ୍) ସୁଇପ୍ ସଟ୍ ଖେଳିବାକୁ ଯାଇଥିବାବେଳେ ଈଶାନ କିଶନ୍ ଏକ କ୍ୟାଚ୍ ଆବେଦନ କରିଥିଲେ।
ଅମ୍ପାୟାର୍ ମନା କରିଥିଲେ ମଧ୍ୟ ଡିଆର୍ଏସ୍ ଜରିଆରେ ଆଉଟ୍ ଘୋଷଣା ହୋଇଥିଲେ।
ଅଲ୍ଟ୍ରାଏଜ୍ରେ ତାଙ୍କ ଗ୍ଲୋଭ୍କୁ ବଲ୍ ସ୍ପର୍ଶ କରିଥିବା ପ୍ରମାଣିତ ହୋଇଥିଲା।
୧୦୦ ଟ୍ବେଣ୍ଟି-୨୦ ୱିକେଟ୍ ନେବାରେ ଅକ୍ଷର ପଟେଲ୍ ଚତୁର୍ଥ ଭାରତୀୟ ହୋଇଥିଲେ।
ପୂର୍ବରୁ ଅର୍ଶଦୀପ ସିଂହ (୧୩୪), ଯଶପ୍ରୀତ୍ ବୁମ୍ରା (୧୨୧), ହାର୍ଦିକ ପାଣ୍ଡ୍ୟା (୧୧୪) ଏହି କ୍ଲବ୍ରେ ଥିଲେ ମଧ୍ୟ ସମସ୍ତଙ୍କ ବୋଲିଂ ଶୈଳୀ ଦ୍ରୁତ ଗତିର ଅନ୍ତର୍ଭୁକ୍ତ।
୨୦୧୫ ମସିହାର ପଦାର୍ପଣ କରିଥିବା ଅକ୍ଷର ପଟେଲ୍ ୯୮ ମ୍ୟାଚ୍ରୁ ୨୧.୫୧ ହାରାହାରି ଓ ୭.୩୭ ଇକୋନୋମି ସହ ୧୦୦ ୱିକେଟ୍ ନେଇଛନ୍ତି।
ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଧଳାବଲ୍ ବୋଲର ଭାବେ ସେ ପରିଚିତ।
India Junior Hockey: ବେଲ୍ଜିୟମ୍ ଗସ୍ତରେ ଅନମୋଲଙ୍କ ଦଳ "