Murder: ବେଲପାହାଡ଼ ହତ୍ୟାକାଣ୍ଡର ୪୮ ଘଣ୍ଟା ଭିତରେ ପର୍ଦ୍ଦାଫାଶ: ୨ ଗିରଫ, ଜଣେ ନାବାଳକ ଅଟକ
"ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ ମେଡିକାଲ୍ ରୋଡ୍ ନିକଟରେ ଜଣେ ଡ୍ରାଇଭରଙ୍କ ହତ୍ୟା ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାଶ କରିବାରେ ଝାରସୁଗୁଡ଼ା ପୁଲିସ ସଫଳ ହୋଇଛି।
ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ଆଇନ ଅନୁଯାୟୀ ଅଟକ ରଖାଯାଇଛି।
ମୃତକଙ୍କ ପରିଚୟ ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ବାସିନ୍ଦା ସୁରଜନ କୁମାର (୩୯) ଭାବେ ହୋଇଛି।
ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଏବଂ ବେଲପାହାଡ଼ ଥାନା ଅଧୀନ ମୁଚବାହାଲ ଅଞ୍ଚଳରେ ରହୁଥିଲେ।
ଗତ ୩ ଜୁଲାଇ ସକାଳେ ମୁଚବାହାଲ ମେଡିକାଲ୍ ରୋଡ୍ ନିକଟରୁ ସୁରଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଖବର ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଅନୁଯାୟୀ ମାମଲା ରୁଜୁ କରିଥିଲା।ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଥିଲା।
ସାକ୍ଷୀଙ୍କ ବୟାନ, ସିସିଟିଭି ଫୁଟେଜ୍, ବୈଷୟିକ ପ୍ରମାଣ ଓ ଗୁଇନ୍ଦା ସୂଚନାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଯାଇଥିଲା।Advertisment ନାବାଳକଙ୍କ ପରିଚୟ ଗୋପନ ରଖାଯାଇଛି ତଦନ୍ତରୁ ଜଣାପଡ଼ିଛି ଯେ, ୨ ଜୁଲାଇ ରାତିରେ ସୁରଜନ ଓ ଅଭିଯୁକ୍ତମାନେ ଏକାଠି ମଦ୍ୟପାନ କରୁଥିଲେ।
ସେହି ସମୟରେ ପାରିବାରିକ ଓ ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ଏହା ଉଗ୍ର ରୂପ ନେବାରୁ ଅନିଲ କିଶାନ (୩୩), ଦିଲୀପ କିଶାନ ଓରଫ୍ ଚୁନୁ (୨୬) ଏବଂ ଜଣେ ନାବାଳକ ମିଳି ସୁରଜନଙ୍କୁ ପଥର ଓ ଲାଠିରେ ଆକ୍ରମଣ କରିଥିଲେ।
ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।ତେବେ ପୁଲିସ ବୈଷୟିକ ପ୍ରମାଣ, ମୋବାଇଲ୍ ତଥ୍ୟ ଓ ଗୁଇନ୍ଦା ସୂଚନା ଆଧାରରେ ତିନିଜଣଙ୍କୁ ଚିହ୍ନଟ କରି ଧରିବାରେ ସଫଳ ହୋଇଥିଲା।
ଦୁଇଜଣ ପ୍ରାପ୍ତବୟସ୍କଙ୍କୁ ଗିରଫ କରାଯାଇଥିବାବେଳେ ନାବାଳକଙ୍କୁ କିଶୋର ନ୍ୟାୟ (ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଅନୁଯାୟୀ ଅଟକ ରଖାଯାଇଛି।
ଆଇନ ଅନୁଯାୟୀ ନାବାଳକଙ୍କ ପରିଚୟ ଗୋପନ ରଖାଯାଇଛି।
Vigilance: ଭିଜିଲାନ୍ସ ଜାଲରେ ନିମ୍ନା ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ପୁଲିସ ଘଟଣାରେ ବ୍ୟବହୃତ ପଥର ଓ ଲାଠିକୁ ଜବତ କରିଛି।
ସେଗୁଡ଼ିକର ବୈଜ୍ଞାନିକ ଓ ଫରେନ୍ସିକ୍ ପରୀକ୍ଷା ଚାଲିଛି।ଏହି ସଫଳତା ସମ୍ପର୍କରେ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି, “ଅପରାଧୀ ଯେତେ ଚତୁରତାର ସହ ଅପରାଧ କରୁନାହିଁ କାହିଁକି, ଶେଷରେ ଆଇନର ହାତରୁ ବର୍ତ୍ତି ପାରିବେ ନାହିଁ।
ଏହା ଏକ ସମ୍ବେଦନଶୀଳ ଓ ନୃଶଂସ ହତ୍ୟାକାଣ୍ଡ ଥିଲା।
ଆମ ଏସ୍ଆଇଟି ସିସିଟିଭି, ଫରେନ୍ସିକ୍ ପ୍ରମାଣ ଓ ସ୍ଥାନୀୟ ସୂଚନାକୁ ଆଧାର କରି ଅଳ୍ପ ସମୟ ମଧ୍ୟରେ ଘଟଣାର ପର୍ଦ୍ଦାଫାଶ କରିଛି।”ସେ ଆହୁରି କହିଛନ୍ତି, ଗୁରୁତର ଅପରାଧର ତଦନ୍ତରେ ଝାରସୁଗୁଡ଼ା ପୁଲିସ ବୈଜ୍ଞାନିକ ଓ ବୃତ୍ତିଗତ ପଦ୍ଧତିକୁ ଗୁରୁତ୍ୱ ଦେଉଛି।
ଫରେନ୍ସିକ୍ ରିପୋର୍ଟ ମିଳିବା ପରେ ଶୀଘ୍ର ଆଦାଲତରେ ସଶକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ କହିଛନ୍ତି।ପୁଲିସ ପକ୍ଷରୁ କୁହାଯାଇଛି ଯେ, ମାମଲାର ତଦନ୍ତ ଜାରି ରହିଛି ଏବଂ ସମସ୍ତ ଆଇନଗତ ଓ ଫରେନ୍ସିକ୍ ପ୍ରକ୍ରିୟା ଶେଷ ହେବା ପରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯିବ।
"