Renewable Energy ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

Aug 05, 2026 - 18:46
Renewable Energy  ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

"ଭୁବନେଶ୍ୱର: ଦେଶର "ଶକ୍ତି ପ୍ରଗତିର ଇଞ୍ଜିନ୍" ଭାବେ ଓଡ଼ିଶା ନିଜର ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେଉଛି।

୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ (GW) ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି।Advertisment Energy Department Review ଶକ୍ତି ବିଭାଗ ସମୀକ୍ଷା: ପିକ୍‌ ଆୱାର୍‌ ସମୟରେ ଜଳବିଦ୍ୟୁତ୍‌ ଉତ୍ପାଦନ ବଢ଼ାଇବାକୁ ଗୁରୁତ୍ବ ଏହି ପ୍ରସଙ୍ଗରେ ଆଜି (ବୁଧବାର) ଆଇଇଇଏମ୍‌ଏ ଏବଂ ଓଡ଼ିଶା ସରକାରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା, କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ, ଆଇଇଏମ୍‌ଏ ସଭାପତି ବିକ୍ରମ ଗାନ୍ଧୋତ୍ରା, ମହାନିର୍ଦ୍ଦେଶକ ଚାରୁ ମାଥୁର, ଆଇଇଏମ୍‌ଏ (ପୂର୍ବ) ଅଧ୍ୟକ୍ଷ ଉତ୍କର୍ଷ ବଂଶଲ ଓ ଉପ-ଅଧ୍ୟକ୍ଷ ପରାଗ ସରାଫଙ୍କ ସମେତ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Renewable Energy: "ଓଡ଼ିଶାରେ ୧ କିଲୋୱାଟ୍‌ କ୍ଷମତାବିଶିଷ୍ଟ ୧.୫ ଲକ୍ଷ ରୁଫ ଟପ୍‌ ସୋଲାର୍‌ ୟୁନିଟ୍‌ ସ୍ଥାପନ ହେବ" ମୁଖ୍ୟ ଅତିଥି ସିଂହଦେଓ କହିଛନ୍ତି, ଓଡ଼ିଶା ଏକ ବିଦ୍ୟୁତ୍-ବଳକା ରାଜ୍ୟ।

ପ୍ରଧାନମନ୍ତ୍ରୀଙ୍କ "ପୂର୍ବୋଦୟ" ଯୋଜନା ଅନୁଯାୟୀ, ରାଜ୍ୟରେ ଆଧୁନିକ ସ୍ମାର୍ଟ ଗ୍ରିଡ୍, ଡିଜିଟାଲ୍ ସବଷ୍ଟେସନ୍ ଏବଂ ଏଆଇ-ସକ୍ଷମ ବ୍ୟବସ୍ଥା ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ଆହୁରି ମଜବୁତ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

Renewable Energy: ନଭେମ୍ବରରେ ହେବ ଗ୍ଲୋବାଲ୍‌ ଏନର୍ଜି ଲିଡର୍ସ ସମିଟ୍‌ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାର ବିଶାଳ ନିବେଶ ଯୋଜନା ଚାଲୁଥିବାରୁ, ଏଠାରେ ଉଚ୍ଚମାନର ଇଲେକ୍ଟ୍ରିକାଲ୍ ଉପକରଣ ଓ ଟ୍ରାନ୍ସଫର୍ମରର ବଡ଼ ଚାହିଦା ସୃଷ୍ଟି ହେଉଛି।

ଉତ୍ତମ ବନ୍ଦର ସଂଯୋଗୀକରଣ ଓ ଭୌଗୋଳିକ ସ୍ଥିତି ଯୋଗୁଁ, ଏଠାରେ ତିଆରି ହେଉଥିବା ଉପକରଣକୁ ପୂର୍ବ, ଉତ୍ତର-ପୂର୍ବ ଭାରତ ସମେତ ବିଦେଶକୁ ମଧ୍ୟ ସହଜରେ ରପ୍ତାନି କରାଯାଇପାରିବ। "ଓଡ଼ିଶାରେ ଉତ୍ପାଦନ କରନ୍ତୁ, ନବୋନ୍ମେଷ କରନ୍ତୁ ଏବଂ ସମୃଦ୍ଧ ହୁଅନ୍ତୁ" — ଏହି ନାରା ଦେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଶ୍ୱର ଶିଳ୍ପପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆହ୍ୱାନ ଜଣାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।