18 JULY 2026

Welcome!

Unlock your personalized experience.
Sign Up

Rekha & Hema Malini : ରେଖାଙ୍କୁ ନେଇ ବଡ଼ ଖୁଲାସା କଲେ ଡ୍ରିମ୍ ଗର୍ଲ ,ଡ୍ୟାନ୍ସ କ୍ଲାସରେ କେମିତି ଥିଲା ରେଖାଙ୍କ ଅନ୍ଦାଜ .. ?

Jul 18, 2026 - 09:19
Rekha & Hema Malini : ରେଖାଙ୍କୁ ନେଇ ବଡ଼ ଖୁଲାସା କଲେ ଡ୍ରିମ୍ ଗର୍ଲ ,ଡ୍ୟାନ୍ସ କ୍ଲାସରେ କେମିତି ଥିଲା ରେଖାଙ୍କ ଅନ୍ଦାଜ .. ?

ମୁମ୍ବାଇ,୧୮\୭ : ହେମା ମାଳିନୀ ଖୁବଶିଘ୍ର ମ୍ୟୁଜିକ୍ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍'ର ଅପକମିଂ ଏପିସୋଡରେ ନଜର ଆସିବେ । ଏହି ଅବସରରେ, ସେ ଅଭିନେତ୍ରୀ ରେଖାଙ୍କ ସହ ତାଙ୍କ ସମୟର ସୁନ୍ଦର ସ୍ମୃତି ବାଣ୍ଟିଛନ୍ତି ।  ସେ କହିଛନ୍ତି ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ହିଁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା । ସେ ପ୍ରଥମେ ରେଖାଙ୍କୁ ସେତେବେଳେ ଦେଖିଥିଲେ , ଯେତେବେଳେ ସେ ବହୁତ ଛୋଟ ଥିଲେ ଏବଂ ନୃତ୍ୟ ଶିଖିବା ପାଇଁ ଚେନ୍ନାଇ ଆସୁଥିଲେ । ହେମା ଆହୁରିବି କହିଥିଲେ ଯେ ,ସେ ସମୟରେ ସେ ଭାରତ୍ୟ ନାଟ୍ୟମ୍ ଶିଖିବା ପାଇଁ ଚେନ୍ନାଇ ଯାଉଥିଲେ । ଏବଂ ସାଥିରେ କୁଚୁପୁଡି ଡ୍ୟାନ୍ସର ବି ତାଲିମ୍ ନେଉଥିଲେ । ସେ ଗୁରୁ ଭେମ୍ପତି ଚିନ୍ନା ସତ୍ୟମଙ୍କ ଠାରୁ ନୃତ୍ୟ ଶିକ୍ଷା ନେଉଥିଲେ । ତାଙ୍କ ଫିଲ୍ମ 'ସପୌନା କା ସୌଦାଗର' ରିଲିଜ ହୋଇ ସାରିଥିଲା । କିନ୍ତୁ ସେ ଚଳଚିତ୍ର ସହ ମଞ୍ଚରେ ମଧ୍ୟ ନୃତ୍ୟ ପ୍ରଦର୍ଶନ ଜାରି ରଖିଥିଲେ । ସେ କହିଥିଲେ ନୃତ୍ୟ ସବୁବେଳେ ତାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ଆସିଛି ଏବଂ ଆଗକୁ ମଧ୍ୟ ରହିବ ।

ହେମା ଆହୁରି କହିଥିଲେ ଯେ, ଯେତେବେଳେ ସେ ନୃତ୍ୟ କ୍ଲାସକୁ ଯାଉଥିଲେ ରେଖା ମଧ୍ୟ ସେଠାକୁ ଆସୁଥିଲେ । ସେତେବେଳେ ରେଖା ବହୁତ ଛୋଟ ଥିଲେ। ହସି ହସି ସେ କହିଥିଲେ ଯେ ଗୁରୁଜୀ ପ୍ରାୟତଃ କହୁଥିଲେ  "ଏ ଝିଅ ରିହର୍ସଲ ଛାଡ଼ି ଦୌଡ଼ି ପଳାଏ, ତାକୁ ଧରିବା ବହୁତ କଷ୍ଟକର।" ହେମାଙ୍କ ଅନୁସାରେ, ରେଖା ପିଲାବେଳେ ବହୁତ ଦୁଷ୍ଟ ଏବଂ ଚଞ୍ଚଳ ସ୍ବାଭାବର ଥିଲେ ।

ଏକ ପୁରୁଣା ନୃତ୍ୟ ପ୍ରଦର୍ଶନକୁ ମନେ ପକାଇ ହେମା କହିଥିଲେ ଯେ ଗୁରୁଜୀ ଥରେ କୃଷ୍ଣ, ରୁକ୍ମିଣୀ ଏବଂ ସତ୍ୟଭାମାଙ୍କ କାହାଣୀ ଉପରେ ଆଧାରିତ ଏକ ନୃତ୍ୟ ନାଟିକା ରଚନା କରିଥିଲେ । ଏଥିରେ ରେଖା ନାରଦ ମୁନିଙ୍କ ଭୂମିକାରେ ଅଭିନୟ କରିଥିଲେ । ରେଖା ନାରଦ ମୁନିଙ୍କ ଗେଟଅପ୍ ରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରିଥିଲେ । ସେତେବେଳେ ସେ କଳ୍ପନା କରିନଥିଲେ ଯେ ଏହି ଛୋଟ ଝିଅଟି ପରେ ହିନ୍ଦୀ ଚଳଚ୍ଚିତ୍ରରେ ଏତେ ବଡ଼ ଷ୍ଟାର ହୋଇଯିବ । 

ହେମା ଆହୁରି କହିଥିଲେ ଯେ ,ସେମାନେ ଫିଲ୍ମରେ ଏକାଠି କାମ ମଧ୍ୟ କରିଛନ୍ତି । ଫିଲ୍ମ "ଗୋରା ଔର କାଲା" ସୁଟିଂ ସମୟରେ ସେମାନେ ନୃତ୍ୟ କ୍ଲାସର ସ୍ମୃତିକୁ ମନେପକାଇ ହସିଥିଲେ। ସେହି ସମୟରେ ସେମାନେ ବହୁତ କଥା ହେଉଥିଲେ, ହେଲେ ଆଜି ସେମାନଙ୍କର ସମ୍ପର୍କ ବହୁତ ଗଭୀର। ରେଖା ଓ ହେମା ଦୁଇ ଭଉଣୀ ପରି ବହୁତ ନିକଟତର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।