ସିରାଜଙ୍କ ସପକ୍ଷରେ ଆକାଶ ଚୋପ୍ରା, ଚୟନକର୍ତ୍ତାଙ୍କୁ ବଡ଼ ପ୍ରଶ୍ନ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରିଜ ଲଗାତାର ଦିନିକିଆ ଦଳର ବାହାରେ ରହିଛନ୍ତି । ଦକ୍ଷ ବୋଲରଙ୍କ ବାଦ୍ ନେଇ ଉଠିଛି ପ୍ରଶ୍ନ । ସିରାଜଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ସେ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ସିରାଜଙ୍କୁ ଦିନିକିଆ ଦଳର ବାଦ୍ ଦେବାକୁ ନେଇ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି । ଏହାସହ ଦଳ ପରିଚାଳନାକୁ ସମାଲୋଚନା କରିଛନ୍ତି ।
ଆକାଶ ଚୋପ୍ରା କହିଛନ୍ତି କି, ସିରାଜଙ୍କ ଭଳି ବୋଲରଙ୍କୁ ବିନା କାରଣରେ ଦଳରୁ ବାଦ୍ ଦେବା ପଛର କାରଣ କ’ଣ ? ଯଦିଓ ପ୍ରଥମେ ସେ ପୁରୁଣା ବଲରେ ଦିନିକିଆରେ ବୋଲିଂ କରିବାରେ ପ୍ରଭାବଶାଳି ନଥିଲେ । ଯେଉଁ କାରଣରୁ ଦଳରୁ ବାଦ୍ ଦିଆଯାଉଥିଲା । ମାତ୍ର ଏବେ ସେଭଳି କୌଣସି କାରଣ ନାହିଁ । ତଥାପି କାହିଁକି ଲଗାତାର ବାଦ୍ ଦିଆଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଆକାଶ ଚୋପ୍ରା ।
କଣ କହିଲେ ଆକାଶ ଚୋପ୍ରା?
ପୂର୍ବତନ ଭାରତୀୟ ଓପନର ଆକାଶ ଚୋପ୍ରା ସିରାଜଙ୍କ ସପକ୍ଷରେ ବାହାରିଛନ୍ତି। ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଚୋପ୍ରା କହିଛନ୍ତି, "ଗୋଟିଏ ଟୁର୍ଣ୍ଣାମେଣ୍ଟର ଚୟନ ବା ଅଣ-ଚୟନ ସିରାଜଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ ନାହିଁ। ସେ ଜଣେ ଉତ୍କୃଷ୍ଟ ଖେଳାଳି ଏବଂ ଦୀର୍ଘ ଦିନ ଧରି ଦଳ ପାଇଁ ଭଲ ପ୍ରଦର୍ଶନ କରିଆସୁଛନ୍ତି।"
ଚୋପ୍ରାଙ୍କ ମତରେ, ଭାରତୀୟ ଦଳରେ ଜସପ୍ରୀତ ବୁମରାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲରଙ୍କ ସ୍ଥାନ ସ୍ଥାୟୀ ନୁହେଁ। ସିରାଜଙ୍କ ପାଖରେ କ୍ଷମତା ଅଛି ଏବଂ ସେ ପୁଣି ଥରେ ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରିପାରିବେ। ତାଙ୍କର କଠିନ ପରିଶ୍ରମ ଓ ମନୋଭାବ ତାଙ୍କୁ ପୁଣି ଥରେ ସଫଳତା ଦେବ ବୋଲି ସେ ବିଶ୍ୱାସ ରଖିଛନ୍ତି।
ମହମ୍ମଦ ସିରାଜଙ୍କ ODI ରେକର୍ଡ ବେଶ୍ ପ୍ରଭାବଶାଳୀ ରହିଛି। ସେ ଏପର୍ଯ୍ୟନ୍ତ ଖେଳିଥିବା ମ୍ୟାଚ୍ଗୁଡ଼ିକରେ ନିଜର ସ୍ୱିଙ୍ଗ୍ ଏବଂ ଲାଇନ୍-ଲେନ୍ଥ ଦ୍ୱାରା ଅନେକ ଥର ପ୍ରତିପକ୍ଷ ବ୍ୟାଟରଙ୍କୁ ଚକମା ଦେଇଛନ୍ତି । ତେଣୁ ସିରାଜଙ୍କୁ ଏତେ ଜଲଦି ଦଳରୁ ବାଦ୍ ଦେବା ଉଚିତ୍ ନୁହେଁ ବୋଲି ଚୋପ୍ରା ମତ ଦେଇଛନ୍ତି । କହି ରଖୁଛୁ କି, ୨୦୧୯ ମସିହାରେ ଦିନିକିଆରେ ଡେବ୍ୟୁ କରିଥିଲେ ସିରାଜ । ସେ ୫୦ ମ୍ୟାଚ ଖେଳିଥିବାବେଳେ ୭୬ ଓ୍ବିକେଟ ଅକ୍ତିଆର କରିଛନ୍ତି ।ତାଙ୍କୁ କେବଳ ଟେଷ୍ଟ ଦଳରେ ସୁଯୋଗ ଦିଆଯାଉଥିବାବେଳେ ଧିରେ ଧିରେ ଦିନିକିଆ ଦଳର ବାଦ୍ ଦିଆଯାଉଛି । ଏଭଳି ମନେ ହେଉଛି କି, ୨୦୨୭ ବିଶ୍ବକପରେ ତାଙ୍କ ପାଇଁ ଦଳରେ ସ୍ଥାନ ରଖାଯାଇନାହିଁ ।
ଏହାସହ ପଢ଼ନ୍ତୁ : IND vs ENG: ଅବସର ନୁହେଁ, ଏହି କାରଣରୁ ରୋହିତଙ୍କ ପାଇଁ ଖାସ୍ ଲର୍ଡ୍ସ ଦିନିକିଆ, କୋହଲିଙ୍କ ସହ ରଚିବେ ଇତିହାସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।