Welcome!

Unlock your personalized experience.
Sign Up

ଯୁବତୀଙ୍କୁ ହତ୍ୟା କରି ବଡରମା ଜଙ୍ଗଲରେ ଫିଙ୍ଗିଦେଲା ଦୁର୍ବୃତ୍ତ

Jul 18, 2026 - 21:22
ଯୁବତୀଙ୍କୁ ହତ୍ୟା କରି ବଡରମା ଜଙ୍ଗଲରେ ଫିଙ୍ଗିଦେଲା ଦୁର୍ବୃତ୍ତ

କୁଚିଣ୍ଡା, ୧୮।୭ : ଯୁବତୀଙ୍କୁ ହତ୍ୟା କରି ବଡରମା ଜଙ୍ଗଲରେ ଫଙ୍ଗି ଦେଲା ଦୁର୍ବୃତ୍ତ। ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୁତ ଯୁବତୀ ଜଣକ ହେଲେ ମହୁଲପାଲି ଥାନା କୁସୁମୀ ମହୁଲଗୁଡା ଗ୍ରାମର ସରିତା ସା। ଯୁବତୀ ଜଣକ ଗତ ୧୬ ତାରିଖରୁ ନିଖୋଜ ଥିଲେ। ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସରିତା କୁଚିଣ୍ଡା ସ୍ଥିତ ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ। ଗତ ୧୬ ତାରିଖ ସନ୍ଧ୍ୟା ରୁ ନିଖୋଜ ହୋଇଥିଲେ। ଏ ନେଇ ପରିବାର ଲୋକେ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ କୁଚିଣ୍ଡାର ଅନିଲ ପୁରୁଷେଟକୁ ଅଟକ ରଖି ପଚରା ଉଚରା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ପୋଲିସ ଅଭିଯୁକ୍ତକୁ ନେଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ପରିବାର ଲୋକ ମୃତଦେହ ଚି଼ହ୍ନଟ କରିଥିଲେ। ଗତ ୧୬ ତାରିଖରେ ଅଭିଯୁକ୍ତ ଜଣକ ମୁତକ ସହ କଥାବାର୍ତ୍ତା ହେଉଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏବେବି ହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ହତ୍ୟାକାଣ୍ଡ ରେ ବ୍ୟବହୃତ ବୋଲେରୋ ସହ ବୋଲେରୋ ଡ୍ରାଇଭର ଙ୍କୁ ମଧ୍ଯ ଅଟକ ରଖିଛି । ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ମଧ୍ଯ ଆସି ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ : ଲଘୁଚାପ ଦୁର୍ବଳ : ଆଉ ୩ ଦିନ ବର୍ଷା ସମ୍ଭାବନା , ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।