Refinery Fire Injures Over 20 Workers: ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

Jun 30, 2026 - 15:11
Refinery Fire Injures Over 20 Workers: ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

ପେଟ୍ରୋଲିୟମ ରିଫାଇନେରିରେ ଅଗ୍ନିକାଣ୍ଡ। ପଶ୍ଚିମବଂଗ ହଲଦିଆ ପେଟ୍ରୋଲିୟମ ରିଫାଇନେରୀରେ ଲାଗିଛି ନିଆଁ। ହଲଦିଆ ରିଫାଇନେରୀରେ ଏକ ନାଫ୍ଥା ପାଇପଲାଇନରେ ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଆଜି ଭୋର ୪ଟାରୁ ସାଢେ ୪ଟା ମଧ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ଅନେକ କର୍ମଚାରୀ ଆହତ ହୋଇଥିବା ବେଳେ କ୍ଷୟକ୍ଷତି ମଧ୍ୟ ଘଟିଛି । ଆହତ କର୍ମଚାରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

କ୍ଷୟକ୍ଷତିର ପରିମାଣ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ। ହଲଦିଆ ରିଫାଇନେରୀ ଜାନୁଆରୀ ୧୯୭୫ରେ ପ୍ରତିଷ୍ଠା ହୋଇଥିଲା। ଏହି ରିଫାଇନେରୀ LPG, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ATF ଭଳି ବିଭିନ୍ନ ପେଟ୍ରୋଲିୟମ୍ ଉତ୍ପାଦ ଉତ୍ପାଦନ କରେ। ଅଗ୍ନିକାଣ୍ଡରେ ପ୍ରାୟ ୨୦ ଜଣ କର୍ମଚାରୀ ଆହତ ହୋଇଛନ୍ତି। ହଲଦିଆ ରିଫାଇନେରୀ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ହଳଦିଆ ସହରରେ ଅବସ୍ଥିତ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି। ଗତ ଡିସେମ୍ବର ୨୦୨୧ରେ ଏହି ରିଫାଇନାରୀରେ ଅଗ୍ନିକାଣ୍ଡ ଘଟି ତିନି ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୪ ଜଣ ଆହତ ହୋଇଥିଲେ।...