20-Day Blackout Sparks Protest: ୨୦ ଦିନ ହେବ ଅନ୍ଧାରରେ ଦୁଇ ଗାଁ, ନୂଆ ଟ୍ରାନ୍ସଫର୍ମର ଦାବିରେ ତାତିଲେ ଲୋକେ

Jun 30, 2026 - 15:32
20-Day Blackout Sparks Protest: ୨୦ ଦିନ ହେବ ଅନ୍ଧାରରେ ଦୁଇ ଗାଁ, ନୂଆ ଟ୍ରାନ୍ସଫର୍ମର ଦାବିରେ ତାତିଲେ ଲୋକେ

କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇଟି ଗାଁ। ଏପରି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁରେ l ନୂଆ ଟ୍ରାନ୍ସଫର୍ମର ଦାବିରେ କଲେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ । କିଛି ଦିନ ପୂର୍ବେ ବଜ୍ରପାତରେ ଗାଁର ଟ୍ରାନ୍ସଫର୍ମର ଜଳିଯାଇଥିଲା I ସେହି ଦିନଠାରୁ ବିଦ୍ୟୁତ ସେବା ଗାଁ ରେ ଠପ୍ ହୋଇଯାଇଛି I

ପରେ ଗ୍ରାମବାସୀ ବୀରମିତ୍ରପୁର TPWODL କର୍ତ୍ତୃପକ୍ଷ ଙ୍କୁ ସୂଚନା ଦେବା ସହିତ ନୂଆ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଦରଖାସ୍ତ ମଧ୍ୟ ଦେଇଥିଲେ I ହେଲେ ୨୦ ଦିନରୁ ଊର୍ଦ୍ଧ୍ବ ଦିନ ବିତିଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ବାଧ୍ୟ ହୋଇ ଦୁଇ ଗାଁ ଲୋକେ ବୀରମିତ୍ରପୁର ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟ ପହଞ୍ଚି କାର୍ଯ୍ୟାଳୟକୁ ଘେରାଉ କରିଥିଲେ l