RBI Report Reveals Surprising Coin Trend; ଡିଜିଟାଲ ପେମେଣ୍ଟ ବଢ଼ୁଛି... ତଥାପି କାହିଁକି ରାଜ କରୁଛି ୧ ଟଙ୍କିଆ ମୁଦ୍ରା?
ଡିଜିଟାଲ ପେମେଣ୍ଟର ଯୁଗରେ ନଗଦ ଟଙ୍କାର ବ୍ୟବହାର କମୁଥିବା କୁହାଯାଉଛି। UPI, QR କୋଡ୍ ଓ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି।
ଏପରି ସମୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି, ଛୋଟ ମୂଲ୍ୟର ମୁଦ୍ରାର ଗୁରୁତ୍ୱ କ’ଣ ଏବେ ବି ରହିଛି? କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛି। କିନ୍ତୁ ଏହା ସତ୍ତ୍ୱେ ଭାରତରେ ଆଜି ମଧ୍ୟ ସବୁଠାରୁ ଅଧିକ ପ୍ରଚଳିତ ମୁଦ୍ରା ହେଉଛି ୧ ଟଙ୍କିଆ କଏନ୍।
ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBIର ୨୦୨୫-୨୬ ବାର୍ଷିକ ରିପୋର୍ଟ ଅନୁସାରେ, ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ପ୍ରାୟ ୫୪୯.୯ କୋଟି ୧ ଟଙ୍କିଆ ମୁଦ୍ରା ପ୍ରଚଳନରେ ରହିଛି। ମୋଟ ପ୍ରଚଳିତ ମୁଦ୍ରା ସଂଖ୍ୟାର ୩୮.୪ ପ୍ରତିଶତ କେବଳ ୧ ଟଙ୍କିଆ ମୁଦ୍ରା।
ବ୍ୟାଙ୍କ ବିଶେଷଜ୍ଞଙ୍କ କହିବା ଅନୁସାରେ, ୧ ଟଙ୍କିଆ ମୁଦ୍ରା ବଜାରରୁ ସହଜରେ ହଟେ ନାହିଁ। ଛୋଟ ଛୋଟ କିଣାକିଣି, ମନ୍ଦିରରେ ଦାନ, ଏବଂ ଖୁଚୁରା କାରବାରରେ ଏହାର ବ୍ୟବହାର ଏବେ ବି ଜାରି ରହିଛି।
ତେବେ ମୂଲ୍ୟ ଦୃଷ୍ଟିରୁ ଚିତ୍ର ଅଲଗା। ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ସଂଖ୍ୟାରେ କମ୍ ଥିଲେ ମଧ୍ୟ, ଏଗୁଡିକର ମୋଟ ମୂଲ୍ୟ ପ୍ରଚଳିତ ସମସ୍ତ ମୁଦ୍ରାର ୫୩.୫ ପ୍ରତିଶତ ଅର୍ଥାତ୍ ପ୍ରାୟ ୨୨,୨୦୯ କୋଟି ଟଙ୍କା। ଅର୍ଥାତ୍ ମୂଲ୍ୟରେ ବଡ଼ ମୁଦ୍ରା ଆଗରେ ଥିବା ବେଳେ, ସଂଖ୍ୟା ଏବଂ ବ୍ୟବହାରରେ ଆଜି ବି ୧ ଟଙ୍କିଆ ମୁଦ୍ରା ଶୀର୍ଷରେ ରହିଛି।
ଅର୍ଥାତ୍ ଡିଜିଟାଲ ପେମେଣ୍ଟ ଯେତେ ବଢ଼ୁନା କାହିଁକି, ଭାରତରେ ଖୁଚୁରା କାରବାର ଏବଂ ଦୈନନ୍ଦିନ ବ୍ୟବହାରରେ ୧ ଟଙ୍କିଆ ମୁଦ୍ରାର ଗୁରୁତ୍ୱ ଆଜି ବି ଅତୁଟ ରହିଛି।
ରାଡି-ଆଣ୍ଟ କ୍ୟାସ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡେଭିଡ୍ ଦେବ-ଆସାହାୟାମଙ୍କ ଅନୁଯାୟୀ, ମନ୍ଦିର ଏବଂ କ୍ଷୁଦ୍ର ମୂଲ୍ୟର କାରବାର ପାଇଁ ରେଳ ମୁଦ୍ରାର ବ୍ୟାପକ ବ୍ୟବହାର ଜାରି ରହିଛି।